ମାଲକାନଗିରି

ସତ୍ୟ ଖବରକୁ ମିଥ୍ୟା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଲା ଜିଲା ପ୍ରଶାସନ: ଗ୍ରାମବାସୀ କହିଲେ ତଦନ୍ତ ପାଇଁ ଆମ ଗ୍ରାମକୁ କେହି ଆସିନାହାନ୍ତି

ଚିତ୍ରକୋଣ୍ଡା/ମାଲକାନଗିରି,୬ା୯ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ପଞ୍ଚାୟତ ଅନ୍ତର୍ଗତ ଥାଟମାନଗୁଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗଛମୂଳେ ପଢୁଛନ୍ତି ପିଲା। ଏ ଖବର ଧରିତ୍ରୀରେ ଗତ ୩୧ରେ ପ୍ରକାଶ ପାଇଥିଲା। ଉକ୍ତ ଖବରରେ ଗତ ୩ବର୍ଷ ହେଲା ଶ୍ରେଣୀ ଗୃହ…

ନିଜେ ପଢିବି, ନିଜକୁ ଗଢିବି

ମାଲକାନଗିରି, ୫।୯(ସ୍ବ.ପ୍ର.): ଶିକ୍ଷାର ବିକାଶ ତଥା ଗୁଣାତ୍ମକ ଶିକ୍ଷା ନିମନ୍ତେ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ମଧ୍ୟାହ୍ନ ଭୋଜନ, ପୋଷାକ, ଜୋତା ଏବଂ ସାଇକେଲ ଇତ୍ୟାଦି ପ୍ରଦାନ କରାଯାଇ ପିଲାଙ୍କୁ ବିଦ୍ୟାଳୟ ପ୍ରତି…

୨୦୧୯ ମୋଟର ଯାନ ସଂଶୋଧନ ଆଇନ: ଜନସାଧାରଣଙ୍କ ଅବଗତ ପାଇଁ ସଚେତନତା ଶୋଭାଯାତ୍ରା

କୋରୁକୋଣ୍ଡା ୫।୯(ଡ଼ି.ଏନ.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଓରକେଲ ଥାନା ପକ୍ଷରୁ ୨୦୧୯ ମୋଟର ଯାନ ସଂଶୋଧନ ଆଇନ ବିଷୟରେ ଜନସଚେତନତା ନିମନ୍ତେ ଏକ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ସବ୍‌ଇନ୍ସପେକ୍ଟର କୃତିବାସ ବେହେରା ଓ ସବ୍‌ଇନ୍ସପେକ୍ଟର କ୍ରିଷ୍ଣାରାଣୀ ପ୍ରଧାନଙ୍କ…

‘ଧରିତ୍ରୀ’ ପ୍ରଭାବ: ବ୍ଲକ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁଶାନ୍ତ ୮ ବର୍ଷ ପରେ ନ୍ୟାୟ ପାଇଲେ

କୋରୁକୋଣ୍ଡା,୫।୯(ଡି.ଏନ୍‌.ଏ.): ଶୁଣିଲେ ସରକାର, ମିଳିଲା ସହାୟତା । ୮ ବର୍ଷ ପରେ ନ୍ୟାୟ ପାଇଲେ ସୁଶାନ୍ତ। ଘଟଣାଟି ହେଉଛି ମାଲକାନଗିରି ଜିଲା ଅନ୍ତର୍ଗତ କୋରୁକୋଣ୍ଡା ବିଡିଓଙ୍କ ଗାଡ଼ି ଚାଳକ ସୁଶାନ୍ତ କୁମାର ସାହୁଙ୍କ ଆତ୍ମହତ୍ୟା ଉଦ୍ୟମର କଥା। ମାଥିଲି ଅଞ୍ଚଳର ସୁଶାନ୍ତ…

ଆହତ ହେଟାବାଘ ଉଦ୍ଧାର

କାଲିମେଳା,୫।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ସଦର ମହକୁମା କାଲିମେଳା ପଡ଼ିଆ ମୁୁଖ୍ୟ ରାସ୍ତାର ପୁସୁଗୁଡ଼ାଠାରୁ ଏକ ହେଟାବାଘ ଉଦ୍ଧାର କରାଯାଇଛି। କୌଣସି ଗାଡ଼ି ଧକ୍କାରେ ବାଘଟି ଆହତ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ବନବିଭାଗ କର୍ମଚାରୀ ହେଟାବାଘକୁ ଧରି ଚିକିତ୍ସା…

ଖରାପ ରାସ୍ତା ଯୋଗୁ ଆସିଲାନି ଆମ୍ବୁଲାନ୍ସ:ଖଟିଆରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି/ଗୋବିନ୍ଦପାଲି,୧ା୯ (ସ୍ବ.ପ୍ର./ଡି.ଏନ.ଏ.)-ମାଲକାନଗିରି ଜିଲାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚତ୍ପାରୁନି। ଉକ୍ତ ଅଞ୍ଚଳକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଗାଡି ଯାଇପାରୁ ନ ଥିବାରୁ ଜନନୀ ଯନ୍ତ୍ରଣା ବଢିବାରେ ଲାଗିଛି। ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ଆଣିବାକୁ ପଡୁଛି। ଏପରି ଏକ ଦୃଶ୍ୟ ରବିବାର…

ମାଲକାନଗିରି ଜିଲା ଚିଠି: ପ୍ରହସନ ପାଲଟିଛି ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଉଦ୍ଧାର ଯୋଜନା; କାହା ପାଖରେ ତଥ୍ୟ ନାହିଁ

ଦେଶରେ ଶିଶୁମାନଙ୍କ ସୁରକ୍ଷା, ଯତ୍ନ, ଖାଦ୍ୟପେୟ, ଶିକ୍ଷାଦାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଜିଲାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଚାଇଲ୍ଡଲାଇନ୍‌, ଶିଶୁ ମଙ୍ଗଳ ସମିତି, ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ସମନ୍ବିତ ଶିଶୁ ବିକାଶ ବିଭାଗ…

ମାଓବାଦୀ ମୁକାବିଲାକୁ ଜୋରଦାର କରିବାକୁ ଚିତ୍ରକୋଣ୍ଡାରେ ବିଏସ୍‌ଏଫ୍‌ ଡିଆଇଜି

ଚିତ୍ରକୋଣ୍ଡା,୩୧।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳର ସମୀକ୍ଷା କରିବା ଲାଗି ଶନିବାର ବିଏସ୍‌ଏଫ୍‌ ଡିଆଇଜି ଅର୍ଜୁନ ସିଂ ରାଠୋର ହେଲିକାପ୍ଟର ଯୋଗେ ୮ନଂ ବିଏସ୍‌ଏଫ୍‌ କ୍ୟାମ୍ପରେ ଅବତରଣ କରିଥିଲେ। ସେଠାରେ ସେ ମାଓବାଦୀ ଗତିବିଧି ଉରେ କଡ଼ା ନଜର ରଖିବା…

ବାଲିମେଳା ପୌରପରିଷଦରେ ସ୍ବାୟତ୍ତ ଶାସନ ଦିବସ

କୋରୁକୋଣ୍ଡା,୩୧।୮(ଡି.ଏନ୍‌.ଏ): ରାଜ୍ୟବ୍ୟାପୀ ସ୍ବାୟତ୍ତ ଶାସନ ଦିବସ ଶନିବାର ପାଳନ ହେଉଥିବା ବେଳେ ମାଲକାନଗିରି ଜିଲା ବାଲିମେଳା ପୌରପରିଷଦରେ ଏହା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଏମ୍‌ପି ରମେଶ ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଆଦିବାସୀ ବିକାଶ…

ଦୋରାଗୁଡା ଘାଟରେ ଡଙ୍ଗାଚାଳକ ବନ୍ଦ; ଲୋକେ ହନ୍ତସନ୍ତ

ଚିତ୍ରକୋଣ୍ଡା, ୨୯ା୮(ଡି.ଏନ.ଏ.)- ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୬ଟି ପଞ୍ଚାୟତ ଦୋରାଗୁଡା, ନୁଆଗୁଡା, ଗୁଣ୍ଠାଓ୍ବାଡା, କପାତୁଟି, କୁରୁମାନୁର ଓ ପାପୁଲୁର ପାଇଁ ଦୋରାଗୁଡା ଡଙ୍ଗା ଘାଟ ଦେଇ ୨ଟି ଡଙ୍ଗା ଚଳାଚଳ କରୁଥିଲା। ଗତ ଅଗଷ୍ଟ ୪ରୁ ଦୁଇଟି ଯାକ ଡଙ୍ଗା…

ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ:ଜଣେ ଯବାନ ଶହୀଦ

ମାଲକାନଗିରି/ଖଇରପୁଟ/ମାଥିଲି,୨୮।୮(ଡି.ଏନ୍‌.ଏ./ସ୍ବ.ପ୍ର) : ମାଲକାନଗିରି ଜିଲା ମୁଦୁଲିପଡା ଥାନା ଅନ୍ତର୍ଗତ ବଣ୍ଡାଘାଟି କଦମଗୁଡା ଗ୍ରାମ ନିକଟ ଡାବୁଗୁଡ଼ା ଓ ସୋନୁଗୁଡ଼ା ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।…

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀ

ଚିତ୍ରକୋଣ୍ଡା,୨୬।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀ ୨ ଦିନ ଧରି ଆନ୍ଦୋଳନ କରିବା ପରେ ପ୍ରଶାସନିକ ଅଧିକାରୀମାନେ ଆନ୍ଦୋଳନସ୍ଥଳରେ ପହଞ୍ଚି ସମସ୍ୟା ଉପରେ ଆଲୋଚନା କରି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ହଟିଛି। ସୂଚନା ଯେ, ଲାଲ କରଡ଼ି ପାଣି ଘେରା ପାହାଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?