ସତ୍ୟ ଖବରକୁ ମିଥ୍ୟା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଲା ଜିଲା ପ୍ରଶାସନ: ଗ୍ରାମବାସୀ କହିଲେ ତଦନ୍ତ ପାଇଁ ଆମ ଗ୍ରାମକୁ କେହି ଆସିନାହାନ୍ତି

ଚିତ୍ରକୋଣ୍ଡା/ମାଲକାନଗିରି,୬ା୯ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ପଞ୍ଚାୟତ ଅନ୍ତର୍ଗତ ଥାଟମାନଗୁଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗଛମୂଳେ ପଢୁଛନ୍ତି ପିଲା। ଏ ଖବର ଧରିତ୍ରୀରେ ଗତ ୩୧ରେ ପ୍ରକାଶ ପାଇଥିଲା। ଉକ୍ତ ଖବରରେ ଗତ ୩ବର୍ଷ ହେଲା ଶ୍ରେଣୀ ଗୃହ ଛାତରେ ଫାଟ ସୃଷ୍ଟି ହୋଇ ବର୍ଷାପାଣି ଗଳୁଥିବା, ୨ବର୍ଷ ହେଲା ଘରର କାନ୍ଥ ଫାଟି ଭାଙ୍ଗିଥିବାରୁ ଚଳିତ ବର୍ଷ ଛାତ୍ରୀଛାତ୍ରମାନେ ଗଛତଳେ ପାଠ ପଢୁଥିବା ଉଲ୍ଲେଖ ଥିଲା। ଏହି ଖବର ପ୍ରକାଶ ପରେ ବରଗଡ ଜିଲାର ଦିବାସ ସାହୁ ନାମକ ଜଣେ ସାମାଜିକ କର୍ମୀ ଧରିତ୍ରୀରେ ପ୍ରକାଶିତ ଖବରର ପେପର କଟିଂକୁ ମୁଖ୍ୟମନ୍ତ୍ରୀ ଓ ମାଲକାନଗିରି ଜିଲାପାଳଙ୍କୁ ଟ୍ବିଟ୍‌ କରି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମାଲକାନଗିରି ଜିଲାପାଳଙ୍କୁ ପ୍ରକାଶିତ ଖବର ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିଲା। ଜିଲାପାଳ ଡିଇଓଙ୍କୁ ଏ ନେଇ ଜଣାଇ ଥିଲେ। ଏହାପରେ ଡିଇଓ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀଙ୍କୁ ଘଟଣା ସ୍ଥଳକୁ ଯାଇ ପ୍ରକୃତ ତଥ୍ୟ ସଂଗ୍ରହ ସହ ଏହାର ପ୍ରତିକାର କରିବା ପାଇଁ ଜଣାଇଥିଲେ। ମାତ୍ର କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଘଟଣା ସ୍ଥଳକୁ ନ ଯାଇ ଫୋନ ଦ୍ୱାରା ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଜଣାଇ ଏକ ରିପୋର୍ଟ ଦେବାପାଇଁ କହିଥିଲେ। ସମ୍ପୃକ୍ତ ପ୍ରଧାନଶିକ୍ଷକ ବିଦ୍ୟାଳୟର ଶ୍ରେଣୀ ଗୃହରେ ପାଣି ଗଳୁଥିବା କଥା ସତ୍ୟ, ମାତ୍ର ପିଲାମାନେ ଗଛ ମୂଳେ ପାଠ ପଢିବା ଖବର ମିଥ୍ୟା ଦର୍ଶାଇ ବ୍ଲକ ଶିକ୍ଷାଧିକାରୀଙ୍କୁ ରିପୋର୍ଟ ଦେଇଥିଲେ। ପ୍ରଧାନଶିକ୍ଷକଙ୍କ ରିପୋର୍ଟ ଆଧାରରେ ଉକ୍ତ ଖବରଟି ସମ୍ପର୍ଣ୍ଣ ମିଥ୍ୟା ବୋଲି ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇବା ସହ ପାଣି ଗଳୁଥିବା ଶ୍ରେଣୀଗୃହ ତୁରନ୍ତ ମରାମତି କରିବା ପାଇଁ ଚିତ୍ରକୋଣ୍ଡା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଇଥିଲେ। ଜିଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କ ଚିଠିକୁ ଆଧାର କରି ଜିଲାପାଳଙ୍କୁ ଜଣାଇ ଥିଲେ। ଏହାପରେ ଜିଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସାମାଜିକ କର୍ମୀ ଦିବାସ ସାହୁଙ୍କୁ ଟ୍ବିଟ୍‌ କରି ଗଛମୂଳେ ପାଠ ପଢୁଥିବା ପିଲାଏ ଖବରଟି ମିଥ୍ୟା ବୋଲି ଜଣାଇଛନ୍ତି। ଏଥିସହ ସହ ଭଙ୍ଗା ଶ୍ରେଣୀଗୃହକୁ ମରାମତି କରାଯିିବ ବୋଲି କହିଛନ୍ତି। ତେବେ ପିଲାମାନେ ଗଛମୂଳେ ପାଠ ପଢଥିବା ଏବଂ ଜଣେ ଶିକ୍ଷକ ଚେୟାରରେ ବସି ପାଠ ପଢାଉଥିବା ଘଟଣା ସତ୍ୟ ା ଗତ ତିନିବର୍ଷ ହେଲା ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଛନ୍ତି ବୋଲି ଗ୍ରାମବାସୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଚଳିତ ବର୍ଷ ବିଦ୍ୟାଳୟ ଛାତରୁ ପାଣି ଗଳିବା, କାନ୍ଥ ଫାଟିଯିବା ଯୋଗୁ ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି। ପାଗ ଭଲଥିଲେ ପିଲାମାନେ ବିଦ୍ୟାଳୟ ନିକଟ ଗଛମୂଳେ ପାଠ ପଢନ୍ତି। ବର୍ଷା ହେଲେ ପାଖରେ ଥିବା ଗ୍ରାମବାସୀଙ୍କ ଘର ପିଣ୍ଡାରେ ପାଠ ପଢନ୍ତି ବୋଲି କହିଛନ୍ତି। ଖବର ପ୍ରକାଶ ପାଇଲା ପରେ ଆମ ଗ୍ରାମକୁ ବ୍ଲକ ଶିକ୍ଷାଧିକାରୀ କିମ୍ବା କୌଣସି ଶିକ୍ଷା ବିଭାଗ ଅଧିକାରୀ ଆସିନାହାନ୍ତି। ଆମ ସହିତ ପ୍ରକୃତ ଘଟଣା ନେଇ କେହି ବୁଝିନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?