ମାଲକାନଗିରି

ବଞ୍ଚିବା ପାଇଁ ସଂଘର୍ଷ : ପେଟ ଲାଗି ୮୦ ବର୍ଷର ବୃଦ୍ଧ ସଂଗ୍ରହ କରୁଛନ୍ତି ବର୍ଜ୍ୟବସ୍ତୁ

ମାଲକାନଗିରି,୨୩।୧୦(ଡି.ଏନ୍‌.ଏ.): ପରିଣତ ବୟସରେ ମାତାପିତା ଭଲରେ ଗଣ୍ଡେ ଖାଇବା, ରହିବା ପାଇଁ ପରିବାରରେ ପୁଅ ବୋହୂ, ନାତି ନାତୁଣୀଙ୍କ ହାତକୁ ଚାହିଁଥାନ୍ତି। କିନ୍ତୁ ଜଣେ ୮୦ ବର୍ଷର ବୃଦ୍ଧ ନିଜେ ବଞ୍ଚିବା ପାଇଁ କିପରି ସଂଘର୍ଷ କରି ପରିବାରର ଭରଣପୋଷଣ କରୁଛନ୍ତି…

ମାଲକାନଗିରିରେ ୪ ପୋଲ, ମୋଟୁ ଆପ୍ରୋଚ ରାସ୍ତା ନିର୍ମାଣ: ଗଡ଼କରୀଙ୍କୁ ଦାବି ପତ୍ର ପ୍ରଦାନ କଲେ ଏମ୍‌ପି

ମାଲକାନଗିରି, ୨୨।୧୦(ଡି.ଏନ୍‌.ଏ.)- ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝି ମାଲକାନଗିରି ଜିଲାର ମାଲକାନଗିରି-କାଲିମେଳା ଜାତୀୟ ରାଜପଥରେ ୪ ଟି ଉଚ୍ଚ ସମ୍ପନ୍ନ ପୋଲ ଓ ମୋଟୁସ୍ଥିତ ସିଲେରୁ ନଦୀରେ ନିର୍ମିତ ପୋଲିକୁ ସଂଯୋଗ ପାଇଁ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର…

ମାଲକାନଗିରି ଜିଲାରେ ମୋବାଇଲ ସେବା ବିପର୍ଯ୍ୟସ୍ତ : ଓଡ଼ିଶାର ଲୋକଙ୍କୁ କଥା ହେବାକୁ ଯିବାକୁ ପଡ଼ୁଛି ଆନ୍ଧ୍ର

ମାଲକାନଗିରି,୨୦।୧୦(ଡି.ଏନ.ଏ)- ମାଲକାନଗିରି ଜିଲାରେ ବିଏସଏନଏଲ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ା ଜିଲା ସଦର ମହକୁମାରେ ଗତ ୨୦ ଦିନ ଧରି ୩ଜି ସେବା ନ ଥିବାରୁ ବାରମ୍ବାର କଲ ଡ୍ରପ ହେବା ସହ କିଛି ଶୁଣାଯାଉନାହିଁ ା ନେଟ ସେବା…

ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଚିକିତ୍ସା ଦାୟିତ୍ୱ ନେଲା ପ୍ରଶାସନ

ମାଲକାନଗିରି,୧୯।୧୦(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମର ଜଣେ ଗରିବ ଆଦିବାସୀ ଝିଅ ଚମ୍ପା କାଲାକୁରା ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ପତ୍ର ଲେଖିବା ପରେ ଜିଲା ପ୍ରଶାସନ ତାଙ୍କର ଚିକିତ୍ସା ଦାୟିତ୍ୱ ନେଇଛି।…

ବାର୍ଷିକ ପରୀକ୍ଷାକୁ ଆଉ ୪ମାସ ବାକି: ଏଯାଏ ପୁସ୍ତକ ଯୋଗାଇ ପାରିଲେନି ସରକାର

ମାଲକାନଗିରି,୧୯।୧୦ (ଡି.ଏନ୍‌.ଏ.)- ଚଳିତବର୍ଷ ମାଲକାନଗିରି ଜିଲାର ୪୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରୀକ୍ଷା ଫଳାଫଳ ନୈରାଶ୍ୟଜନକ ଥିବାରୁ ସରକାର ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ ବାର୍ଷିକ ଇନକ୍ରିମେଣ୍ଟ ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ୍‌…

ବ୍ୟବସାୟୀଙ୍କ ଯୋଗୁ ବନ୍ଦ ହୋଇପାରୁନି ପଲିଥିନ୍‌

ମାଲକାନଗିରି,୧୯।୧୦ (ଡି.ଏନ୍‌.ଏ.)- ଅକ୍ଟୋବର ୨ରୁ ସାରା ରାଜ୍ୟରେ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରଚାରପ୍ରସାର କରାଯାଇଛି। ମାଲକାନଗିରି ପୌର ପରିଷଦ, ଜିଲା ପ୍ରଶାସନ, ବନବିଭାଗ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଲିଥିନ୍‌ ବର୍ଜନ ନେଇ ସହରରେ…

ଅଧ୍ୟାପକ ପଦବୀ ପୂରଣ ଦାବିରେ ଧାରଣା : ପ୍ରତିଶ୍ରୁତି ପରେ ଓହରିଲେ ଛାତ୍ରୀଛାତ୍ର

କୋରୁକୋଣ୍ଡା,୧୭।୧୦: ମାଲକାନଗିରି ଜିଲା ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଗୁରୁବାର ଧାରଣାରେ ବସିଥିଲେ। କଲେଜରେ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ହେତୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଏନେଇ ବାରମ୍ବାର ମହାବିଦ୍ୟାଳୟ ଅଧ୍ୟକ୍ଷ ଏମ୍‌ ବୈରାଗୀ ସୁବୁଦ୍ଧିଙ୍କ ଦୃଷ୍ଟି…

ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର: ଯୁବକ ଗିରଫ

କୋରୁକୋଣ୍ଡା ୧୫।୧୦(ଡି.ଏନ.ଏ): ବିବାହର ମିଛ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। କୋରାପୁଟ ଜିଲାର ଦୋରାଗୁଡା ଗ୍ରାମର ନିରଞ୍ଜନ ଗରଡା(୨୨) ୩ ବର୍ଷ ହେବ ଜଣେ ଝିଅକୁ ପ୍ରେମ କରି ଆସୁଥିଲେ। ବିବାହ ପ୍ରତିଶ୍ରୁତି ଦେଇ…

ବାଲିମେଳାରେ ଜବାହର ନବୋଦୟ ବିଦ୍ୟାଳୟ-୨ ଲୋକାର୍ପିତ

କୋରୁକୋଣ୍ଡା, ୧୧।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନ୍‌ଏସିରେ ନୂତନଭାବେ ନିର୍ମିତ ଜବାହର ନବୋଦୟ ବିଦ୍ୟାଳୟ-୨ ଗୁରୁବାର ସ୍ଥାନୀୟ ଟାଉନହଲଠାରେ ଲୋକାର୍ପଣ ହୋଇଯାଇଛି। ୨୬ କୋଟି ୧୩ ଲକ୍ଷ ଟଙ୍କା ଅର୍ଥ ବ୍ୟୟରେ ନିର୍ମିିତ ଏହି ବିଦ୍ୟାଳୟ ଗୃହକୁ…

‘ମୋ ସରକାର’ ସମୀକ୍ଷା: ୩ ପ୍ରମୁଖ ଅଧିକାରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,୧୦ା୧୦ (ଡି.ଏନ୍‌.ଏ.): ରାଜ୍ୟର ଶୀର୍ଷ ପ୍ରଶାସନରେ ନିଆଯାଉଥିବା ନିଷ୍ପତ୍ତି ତୃଣମୂଳରେ କିପରି କାର୍ଯ୍ୟକାରୀ ହେଉଛି , ତାହାର ତଦାରଖ କରିବା ପାଇଁ ୩ ବରିଷ୍ଠ ଆଇଏଏସ୍‌ ଅଧିକାରୀ ବୁଧବାର ମାଲକାନଗିରି ଜିଲା ଗସ୍ତ କରିଛନ୍ତି। ଏହି ଅଧିକାରୀମାନେ ହେଉଛନ୍ତି- ଅର୍ଥ ବିଭାଗ…

୨ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ କୋରାପୁଟ ସହକାରୀ ଜିଲାପାଳ

କୋରୁକୋଣ୍ଡା, ୯।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଗୁରୁବାର କୋରାପୁଟ ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଳିଆ ଗସ୍ତ କରିଥିଲେ। ଏହି ଅବସରରେ ଆର୍ଥିକ ଦୁର୍ବଳତା ଯୋଗୁ ଚିକିତ୍ସା ହୋଇପାରୁ ନ ଥିବା ୨ ରୋଗୀଙ୍କ ବିଷୟରେ ସହକାରୀ…

୧୫ ଫୁଟିଆ ଅହିରାଜ ଉଦ୍ଧାର

କୋରୁକୋଣ୍ଡା, ୭।୧୦(ଡି.ଏନ୍‌.ଏ.): ବାଲିମେଳା ବନଖଣ୍ଡ ଅଧୀନ ନୀଳାଦ୍ରିନଗର ପଞ୍ଚାୟତ ନୀଳାକାମ୍ବେରୁ ଗାଁର ସୁଶାନ୍ତ ପାତ୍ରଙ୍କ ଶୌଚାଳୟରୁ ସୋମବାର ଏକ ଅହିରାଜ ସାପକୁ ବନ ବିଭାଗ ଉଦ୍ଧାର କରିଛି। ଉଦ୍ଧାର ପରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛଡାଯାଇଛି। ସାପଟିର ଲମ୍ବ ପ୍ରାୟ ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?