ମାଲକାନଗିରି ଜିଲାରେ ମୋବାଇଲ ସେବା ବିପର୍ଯ୍ୟସ୍ତ : ଓଡ଼ିଶାର ଲୋକଙ୍କୁ କଥା ହେବାକୁ ଯିବାକୁ ପଡ଼ୁଛି ଆନ୍ଧ୍ର

ମାଲକାନଗିରି,୨୦।୧୦(ଡି.ଏନ.ଏ)- ମାଲକାନଗିରି ଜିଲାରେ ବିଏସଏନଏଲ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ା ଜିଲା ସଦର ମହକୁମାରେ ଗତ ୨୦ ଦିନ ଧରି ୩ଜି ସେବା ନ ଥିବାରୁ ବାରମ୍ବାର କଲ ଡ୍ରପ ହେବା ସହ କିଛି ଶୁଣାଯାଉନାହିଁ ା ନେଟ ସେବା ପାଇଁ କମ୍ପାନୀ ଜିଲାର ଗ୍ରାହକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ପ୍ରତି ମାସରେ ପାଉଥିବାବେଳେ ଉଚିତ ସେବା ପାଇପାରୁ ନ ଥିବା ଅଭିଯୋଗ ହୋଇଛି ା ସେହିଭଳି ଚିତ୍ରକୋଣ୍ଡା ବ୍ଲକରେ ମୋବାଇଲ ସେବା ସମ୍ପୂୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ା ଏଠାରେ କେବଳ ଗୋଟିଏ ମୋବାଇଲ ସେବା ବିଏସଏନଏଲର ଥିବା ବେଳେ ଅଞ୍ଚଳବାସୀ କେବଳ ୨ଜି ସେବା ହିଁ ପାଇପାରୁଛନ୍ତିା ନେଟୱର୍କ ଥିଲେ ମଧ୍ୟ କଲ କରିବାକୁ ହେଲେ ଆନ୍ଧ୍ର ପ୍ରଦେଶର ସିଲେରୁ ସହରକୁ ଯିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ନେଟ ସେବା ନ ଥିବା ସହ ସମାନ ହୋଇପଡ଼ିଛି ା ଏଥିଯୋଗୁ ବ୍ୟାଙ୍କ, ତହସିଲ ଓ ବ୍ଲକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି ା ଏହି ଅଂଚଳରେ ଅନ୍ୟ ନେଟୱର୍କ ମଧ୍ୟ ନ ଥିବାରୁ ଲୋକେ ଘଣ୍ଟ ଘଣ୍ଟା ଧରି ପ୍ରତ୍ୟେକ ଦିନ ଶହ ଶହ ଲୋକେ ନିଜ ପରିବାରବର୍ଗଙ୍କ ସହ କଥା ହୋଇପାରୁ ନ ଥିବା ଶଙ୍କର ରାଉତ, ଅନିଲ ଅଗ୍ରୱାଲ, ମନୁ ନାୟକ, ପ୍ରକାଶ ନାୟକ, ଶଙ୍କର ନାୟକ, ସୁଧାକର ନାୟକ ଅଭିଯୋଗ କରିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଉଚ୍ଚ କତୃର୍ର୍ପକ୍ଷ ଦୃଷ୍ଟି ଦେଉ ନ ଥିବାରୁ ଲୋକେ ମାସିକ ଶହ ଶହ ଟଙ୍କାର ରିଚାର୍ଜ ଭାଉଚର ପକାଇ କ୍ଷତି ସହୁଛନ୍ତିା ଆଜିର ଯୁଗରେ ମୋବାଇଲ ଏକ ନିତ୍ୟାନ୍ତ ଆବଶ୍ୟକ ବସ୍ତୁ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ମଧ୍ୟ କିଭଳି ସମସ୍ୟା ପ୍ରତି ଧ୍ୟାନ ଦେଉନାହିଁ , ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ବୋଲି ମତ ପ୍ରକାଶ ପାଇଛି। ଏଠାକାର ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛୁ। ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ ଓ ଶୀଘ୍ର ଏହାର ସମାଧାନ କରିବୁ ବୋଲି ବିଏସଏନଏଲର ସହକାରୀ ଯନ୍ତ୍ରୀ ସୁବୋଧ କୁମାର ପ୍ରଧାନ ପ୍ରକାଶ କରିଛନ୍ତିା


Enter your email to get our daily news in your inbox.

All Right Reserved By Dharitri.Com

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଆମ ପୋଲିସ-ଆମ ସାଥୀ ଅଭିଯାନ: ସାଇବର ସୁରକ୍ଷା ନେଇ ସଚେତନତା

ରାଇକିଆ,୧୩।୮: କନ୍ଧମାଳ ଜିଲା ପୋଲିସର ‘ଆମ ପୋଲିସ-ଆମ ସାଥୀ’ ଅଭିଯାନ ପକ୍ଷରୁ ରାଇକିଆ ବ୍ଲକ ସୁଗଡ଼ାବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri