ମାଲକାନଗିରି

ଚିତ୍ରକୋଣ୍ଡାରେ ବ୍ଲକ ସ୍ତରୀୟ ସମ୍ବିଧାନ ଦିବସ ପାଳିତ

ଚିତ୍ରକୋଣ୍ଡା,୨୬।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବ୍ଲକଠାରେ ମଙ୍ଗଳବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଆମ୍ବେଦକର ଜୟନ୍ତୀ ପାଳନ କମିଟି ତଥା ବିଜୁ ଯୁବ ବାହିନୀ ସହଯୋଗରେ ଏଥିରେ ଅଞ୍ଚଳର ସମସ୍ତ ସ୍କୁଲର ଛାତ୍ରୀଛାତ୍ର ଯୋଗ ଦେଇଥିଲେ।…

କୋମ୍ବିଂ ଅପରେଶନ ବେଳେ ପୋଲିସ, ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ମାଓବାଦୀ ମୃତ

ମାଲକାନଗିରି,୨୩।୧୧: (ଡି.ଏନ୍‌.ଏ.) ବହୁଦିନର ନୀରବତା ପରେ ପୁଣି ଶନିବାର ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମାଲକାନଗିରି ସୀମାନ୍ତବର୍ତ୍ତୀ ସୁକୁମା ଜିଲା ମଦେପାରା…

ଠିକାଦାରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମାଲକାନଗିରି,୧୭।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଠିକାଦାର ସଂଘ ପକ୍ଷରୁ ଗତ ୧୦ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଛି। ଏ ନେଇ ଜିଲାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଉଛି । ରାସ୍ତାଘାଟ, ପୋଲ, ଗୃହ ନିର୍ମାଣ, କାର୍ଯ୍ୟ ଚାଲିଥିବା ବେଳେ ଠିକାଦାରଙ୍କ ଏହି ଆନ୍ଦୋଳନ…

ବିଭିନ୍ନ ଦାବିରେ ଜିଲା ଠିକାଦାର ସଂଘର ଦାବିପତ୍ର ପ୍ରଦାନ

ମାଲକାନଗିରି,୧୪।୧୧(ଡି.ଏନ୍‌.ଏ.): ଠିକାଦାରଙ୍କୁ ବାଲି, ମାଟି, ମୁରୁମ, ପଥର ସାମଗ୍ରୀର ଟ୍ରାନ୍‌ଜିଟ ପାସ୍‌, ରସିଦ ଦାଖଲ ନିଷ୍ପତିକୁ ପ୍ରତ୍ୟାହାର ଆଦି ୧୦ ଦଫା ଦାବିନେଇ ଗୁରୁବାର ଜିଲା ଠିକାଦାର ସଂଘ ପକ୍ଷରୁ ମାଲକାନଗିରି ଜିଲାର ବିଭିନ୍ନ ବିଭାଗର ମୁଖ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।…

୮ମ ଶ୍ରେଣୀ ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

କୋରୁକୋଣ୍ଡା/ମାଲକାନଗିରି, ୧୩।୧୧(ଡି.ଏନ.ଏ):ମାଲକାନଗିରି ଜିଲା କୋରୁକୋଣ୍ଡାରେ ବୁଧବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେନ୍ଦ୍ରାଗୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲ ପରିସରରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ହେଲେ…

ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ୨ ମାଓବାଦୀ ନିହତ

ମାଲକାନଗିରି, ୫ା୧୧(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦାନ୍ତେୱାଡ଼ା ଜିଲାର କଟେକଲ୍ୟାଣ ଥାନା ଅନ୍ତର୍ଗତ ମୁନଗା ଜଙ୍ଗଲରେ ମାଓବାଦୀମାନେ ଡେରା ପକାଇଥିବା ଖବର ପାଇ…

ପରିବାର ସହ ବଚସା: ନଦୀକୁ ଡେଇଁବାକୁ କହି ପରିବାର ଲୋକଙ୍କୁ ହଇରାଣ କଲେ ଯୁବକ

ପଡିଆ, ୫ା୧୧(ଡି.ଏନ.ଏ.)- ଜଣେ ଯୁବକ ପରିବାର ଲୋକଙ୍କ ସହ ଝଗଡା କରି ଘରୁ ଚାଲିଆସି ନଦୀକୁ ଡେଇଁ ଆତ୍ମହତ୍ୟା କରିବା ନେଇ ତିଆରି କରିଥିବା ନଟକ ଧରାପଡିଛି। ସେ ଜଗଦ୍ଦଲପୁରର ଜଣେ ବନ୍ଧୁଙ୍କ ନିକଟରେ ଜଣାପଡିବା ପରେ ତାଙ୍କୁ ନେଇ ସଅଷ୍ଟି…

କାଲିମେଳା ବ୍ଲକରେ ବଢ଼ିଚାଲିଛି କିଡ୍‌ନୀ ରୋଗ

କାଲିମେଳା,୪।୧୧(ଡି.ଏନ.ଏ.)- ମାଲକାନଗିରି ଜିଲା କଲିମେଳା ବ୍ଲକରେ ଦିନକୁ ଦିନ ବଢିଚାଲିଛି କିଡ୍‌ନୀ ରୋଗ। ବ୍ଲକରେ ଥିବା ୨୩ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ବହୁ ବ୍ୟକ୍ତି କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁବରଣ କରିସାରିଲେଣି।…

ସ୍ବାଭିମାନ ଅଞ୍ଚଳରେ ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି ଭତ୍ତା ଟଙ୍କା

ଚିତ୍ରକୋଣ୍ଡା,୪।୧୧(ଡି.ଏନ.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ଶତାଧିକ ମୃତ ବ୍ୟକ୍ତିଙ୍କ ନାମରେ ୩/୪ ବର୍ଷ ହେଲା ଭତ୍ତା ଟଙ୍କା ଉଠାଯାଉଛି। ରାଲେଗାଡ଼ ପଞ୍ଚାୟତରେ ୪ ଜଣ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଉଥିବା ବେଳେ…

ମାଲକାନଗିରିରେ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା: ଯବାନମାନଙ୍କ ସମସ୍ୟା ପଚାରି ବୁଝିଲେ

ମାଲକାନଗିରି,୨।୧୧(ଡି.ଏନ୍‌.ଏ.) : ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଶନିବାର ମାଲକାନଗିରି ଜିଲା ଗସ୍ତରେ ଆସି ମାଓବାଦୀ ଦମନ ନେଇ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଜିଲା ପୋଲିସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଯୋଗ ଦେଇ ଶର୍ମା…

ବାପା, ପୁଅଙ୍କୁ ହତ୍ୟା : ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

ମାଲକାନଗିରି,୨।୧୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଉଦୁଲିବେଡ଼ା ଗ୍ରାମର ପିତା-ପୁତ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉଦୁଲିବେଡ଼ା ଗ୍ରାମର ନିଳେନ୍ଦ୍ର ଖିଲ ଓ ବାପା ସୁଦନ ଖିଲ ଶୁକ୍ରବାର ରାତିରେ ଘରକୁ ଫେରି ନ ଥିବାରୁ ନିଳେନ୍ଦ୍ରଙ୍କ ସ୍ତ୍ରୀ ଡାଳିମ୍ବ…

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର: ମନ୍ତ୍ରୀ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର। ଏନେଇ ଶନିବାର ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବିଚ୍ଛିନ୍ନାଞ୍ଚଳ ଗସ୍ତ ପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଶିକ୍ଷକମାନେ ଯା’ ଆସ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?