ମଧ୍ୟାହ୍ନଭୋଜନ ଚାଉଳ

ମାଲକାନଗିରି ଜିଲାରେ ଅନେକ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡୁଛନ୍ତି। ଅଧିକାଂଶ ଛାତ୍ରୀଛାତ୍ର ସ୍କୁଲକୁ ଆସୁନାହାନ୍ତି । ଏହି ଛାତ୍ରୀଛାତ୍ରଙ୍କ ପାଇଁ ସରକାର ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଥିଲେ ମଧ୍ୟ ସେ ବାବଦ ଚାଉଳ ହରିଲୁଟ ହେଉଛି। ଚାଉଳ ଯୋଗାଣ ଲାଗି ସରକାର ୫୦ କେଜିର ବସ୍ତା ବ୍ୟବସ୍ଥା କରିଛନ୍ତି। ପ୍ରତିବସ୍ତାରେ ୫୦ କେଜି ଚାଉଳ ସହ ବସ୍ତା ଓଜନ ବାବଦରେ ଅଧିକ ୧ କେଜି ଏପରି ୫୧ କେଜି ରହିବା କଥା ା ତେବେ ମାଲକାନଗିରି ଜିଲାର ବିଦ୍ୟାଳୟଗୁଡିକୁ ଯେଉଁ ଚାଉଳ ବସ୍ତା ଆସୁଛି ସେଥିରେ ଚାଉଳ କମ୍‌ ରହୁଛି। ପ୍ରତି ବସ୍ତାରେ ୫ କେଜିରୁ ଊର୍ଦ୍ଧ୍ୱ ଚାଉଳ କମ୍‌ ରହୁଥିବା ଅନେକ ସମୟରେ ଶିକ୍ଷକମାନେ ଅଭିଯୋଗ କରୁଛନ୍ତି। ଅଭିଯୋଗର ପ୍ରତିକାର ବଦଳରେ ପରୋକ୍ଷରେ ଶିକ୍ଷକମାନଙ୍କ ଉପରେ ଚାପ ପକାଯାଉଛି। ତୁମ ସ୍କୁଲରେ ଶତ ପ୍ରତିଶତ ଛାତ୍ରୀଛାତ୍ର ନାହାନ୍ତି। ଖାତାରେ ଅଧିକ ଦେଖାଉଛ। ଅନେକ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ନ ଖାଇ ଘରକୁ ଯାଇ ଖାଉଛନ୍ତି। ଏ ବିଷୟରେ ଜିଲା ପ୍ରଶାସନ ଦୃଷ୍ଟିକୁ ଆଣି ତୁମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି। ଜିଲାରେ ୨୦୧୭-୧୮ରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୩ହଜାର ୬୭୫ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଜିଲା ଶିକ୍ଷା ବିଭାଗ ୨୧ ହଜାର ୪୯୧ କୁଇଣ୍ଟାଲ ୨୪ କେଜି ଚାଉଳ ଏବଂ ୨୦୧୮-୧୯ ରେ ୩୧ହଜାର ୧୫୬ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ୧୨ହଜାର ୮୦୪ କୁଇଣ୍ଟାଲ ୬୦ କେଜି ଚାଉଳ ଯୋଗାଣ ହୋଇଛି। ଜିଲା ପଣ୍ୟାଗାରରୁ ଯୋଗାଣ ବିଭାଗ ଦ୍ୱାରା ଏହି ଚାଉଳ ପରିବହନ ଏଜେଣ୍ଟମାନଙ୍କୁ ପ୍ରଦାନ କରାଯାଉଛି। ଏଥିପାଇଁ ମାଥିଲି, ଖଇରପୁଟ, କୁଡୁମୁଲୁଗୁମ୍ମା ବ୍ଲକରେ ଥିବା ବିଦ୍ୟାଳୟଗୁଡିକୁ ମାଥିଲି ଡିପୋରୁ ଚାଉଳ ଯାଉଥିବା ବେଳେ ମାଲକାନଗିରି ଡିପୋରୁ ମାଲକାନଗିରି, କୋରୁକୋଣ୍ଡା, କାଲିମେଳା, ପଡ଼ିଆ ବ୍ଲକକୁ ଚାଉଳ ଯୋଗାଣ ହେଉଛି। ଚାଉଳ ଓଜନ ସମୟରେ ଶିକ୍ଷା ବିଭାଗ ପକ୍ଷରୁ ଜଣେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଏବଂ କେତେଜଣ ଶିକ୍ଷକଙ୍କୁ ଦେଖିବା ପାଇଁ ରଖାଯାଇଛି। ଏହା ସତ୍ତ୍ୱେ କିପରି ଚାଉଳ ବସ୍ତାରେ ୫ରୁ ୭ କେଜି ଚାଉଳ କମ୍‌ ରହୁଛି ଏବଂ ଓଜନ ବେଳେ ସେଠାରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ଓ ଶିକ୍ଷକ କିପରି ଜାଣିପାରୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡିପୋରେ ଚାଉଳ ଯଦି ଗୋଟିଏ ବସ୍ତାରେ ୫୦ କେଜି ଓଜନ ହୋଇଥାଏ, ତେବେ ବିଦ୍ୟାଳୟରେ ପହଞ୍ଚତ୍ଲା ବେଳକୁ ୫ କେଜିରୁ ଊର୍ଦ୍ଧ୍ୱ ଚାଉଳ ଯାଉଛି କୁଆଡ଼େ। ଏହି ୨ ବର୍ଷ ମଧ୍ୟରେ ପ୍ରତି ବସ୍ତା ପିଛା ଯଦି ୫ କେଜି ଚାଉଳ କମ୍‌ ହେଲା ତେବେ ମୋଟ ୩୪୩୦ କୁଇଣ୍ଟାଲ ଚାଉଳ ବାଟମାରଣା ହୋଇଛି। ଏହାକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଲେ ଏହି ଦୁର୍ନୀତିକୁ ରୋକାଯାଇ ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ଭଞ୍ଜନଗର ଥାନା ଏସଆଇଙ୍କୁ ଡିଜିପି ଡିସ୍କ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀଙ୍କୁ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। କଟକ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri