ପରିବାର ସହ ବଚସା: ନଦୀକୁ ଡେଇଁବାକୁ କହି ପରିବାର ଲୋକଙ୍କୁ ହଇରାଣ କଲେ ଯୁବକ

ପଡିଆ, ୫ା୧୧(ଡି.ଏନ.ଏ.)- ଜଣେ ଯୁବକ ପରିବାର ଲୋକଙ୍କ ସହ ଝଗଡା କରି ଘରୁ ଚାଲିଆସି ନଦୀକୁ ଡେଇଁ ଆତ୍ମହତ୍ୟା କରିବା ନେଇ ତିଆରି କରିଥିବା ନଟକ ଧରାପଡିଛି। ସେ ଜଗଦ୍ଦଲପୁରର ଜଣେ ବନ୍ଧୁଙ୍କ ନିକଟରେ ଜଣାପଡିବା ପରେ ତାଙ୍କୁ ନେଇ ସଅଷ୍ଟି ହୋଇଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସେ ହେଲେ ସୀମାନ୍ତ ଛତିଶଗଡର ସୁକମା ଜିଲା ଅନ୍ତର୍ଗତ ଦରାନାଖାଲ ଗ୍ରାମର ଯୁଧିଷ୍ଠିର ନିହାଲଙ୍କ ପୁଅ କୁଶ ନିହାଲ (୨୦)।

ଖବରରରୁ ଜଣାପଡିଛି ସୋମବାର ରାତିରେ କୁଶଙ୍କର କୌଣସି କାରଣରୁ ପରିବାର ସହ ବଚସା ହୋଇଥିଲା। ଭୋର ୪ଟାରେ ସେ ତାଙ୍କ ବାଇକ୍‌ ଧରି ପଡିଆ-ଦରାନାପାଲକୁ ସଂଯୋଗ କରୁଥିବା ପୋଲ ନିକଟକୁ ଆସିଥିଲେ। ସେଠାରେ ଛିଡା ହୋଇ ତାଙ୍କ ବଡଭାଇଙ୍କୁ ଫୋନ କରିଥିଲେ। ମୁଁ ପୋଲ ଉପରେ ଗାଡି, ଫୋନ ଏବଂ ଶାର୍ଟ ସହ ଏକ ହାତ ଲେଖା ଚିଠି ରଖିଛି। ତାକୁ ଆସି ନେଇଯାଅ, ମୁଁ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିବି କହି ଫୋନ କାଟି ଦେଇଥିଲେ। କୁଶଙ୍କ ଭାଇ ଫୋନ ପାଇ ତୁରନ୍ତ ପୋଲ ପାଖକୁ ଆସି କୁଶଙ୍କ ଗାଡି, ଫୋନ, ଶାର୍ଟ ଏବଂ ଚିଠି ରଖାଯାଇଥିବା ଦେଖିବାକୁ ପାଇଥିଲେ। ମାତ୍ର କୁଶଙ୍କୁ ଦେଖିବାକୁ ପାଇ ନ ଥିଲେ। ଏ ସମ୍ପର୍କରେ ସେ ସୁକମା ଜିଲାର ଓଡ୍ରାଫ ଟିମ୍‌ ଏବଂ ପଡିଆ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ମଙ୍ଗଳବାର ଦିନତମାମ ସାବେରି ନଦୀରେ ଖୋଜାଖୋଜି କରି କୁଶଙ୍କ ସନ୍ଧାନ ପାଇ ନ ଥିଲେ। ବୁଧବାର ପୁଣି ଖୋଜିବାକୁ ସ୍ଥିର କରି ସନ୍ଧ୍ୟାରେ ଫେରିଯାଇଥିଲେ। ତେବେ କୁଶ ଜଗଦ୍ଦଲପୁରରେ ତାଙ୍କର ଜଣେ ବନ୍ଧୁଙ୍କ ନିକଟରେ ଥିବା ଶେଷରେ ଜଣାପଡିଥିଲା। ଏହି ଖବର ପାଇବା ପରେ ପରିବାର ଲୋକେ ଆଶ୍ୱସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?