ମାଲକାନଗିରି

ଜାତୀୟ ପତାକାକୁ ଅବମାନନା: ଓଲଟା ଉଡ଼ାଇଲେ ତ୍ରିରଙ୍ଗା

ମାଲକାନଗିରି,୧୫।୮(ସ୍ବ.ପ୍ର.): ୭୪ ତମ ସ୍ବାଧୀନତା ଦିବସ ପାଳନ ବେଳେ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ ଅନ୍ତର୍ଗତ କୁସୁମପୁଟ ପ୍ରକଳ୍ପ ବିଦ୍ୟାଳୟରେ। କୋଭିଡ କଟକଣା ଯୋଗୁ କେବଳ ସ୍କୁଲ ଶିକ୍ଷୟିତ୍ରୀ…

ପୋଲ ଉପରୁ ନଦୀକୁ ଖସିଲା ମିନିଟ୍ରକ୍‌: ପହଁରି ଜୀବନ ବଞ୍ଚାଇଲେ ଡ୍ରାଇଭର, ହେଲପର

ମାଲକାନଗିରି,୧୫ା୮: ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମାଲକାନଗିରି ଜିଲାର ସମସ୍ତ ନଦୀର ପୋଲ ଉପରେ ୪ରୁ ୫ ଫୁଟ ଉଚ୍ଚରେ ପାଣି ପ୍ରବାହ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହି ପରସ୍ଥିତିରେ ପାଙ୍ଗାମ୍‌,…

୧୬ ମାଓବାଦୀଙ୍କ ଆତ୍ମସମର୍ପଣ: ୩ ଜଣଙ୍କ ନାମରେ ଘୋଷଣା କରାଯାଇଥିଲା ୧ ଲକ୍ଷ ଲେଖାଏ ପୁରସ୍କାର

କୋରୁକୋଣ୍ଡା,୧୪।୮(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ଦାନ୍ତଓ୍ବୋଡା ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ପି ଅଭିଷେକ ପଲ୍ଲବଙ୍କ ନିକଟରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩…

କରୋନା ଆକ୍ରାନ୍ତ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ସରପଞ୍ଚ: ଗୋଟିଏ ଦିନ ପୂର୍ବରୁ ଉପସ୍ଥିତ ଥିଲେ ରକ୍ତଦାନ ଶିବିରରେ

କୋରୁକୋଣ୍ଡା,୧୧।୮(ଡି.ଏନ୍‌.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ସରପଞ୍ଚ ବଂଶୀଧର ମୁଦୁଲି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆ (ଫେସ୍‌ବୁକ୍‌) ପୋଷ୍ଟ କର ଜଣାଇଛନ୍ତି॥ ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ…

ଜିଲା ପ୍ରଶାସନର ନୂଆ ନିୟମ: ଦିନେ ଛାଡି ଦିନେ ଖୋଲିବ ଏହି ସବୁ ଦୋକାନ; ଜାଣନ୍ତୁ କେଉଁ କାଟାଗୋରୀରେ କିଏ

କୋରୁକୋଣ୍ଡା,୧୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପ୍ରଶାସନ ତରଫରୁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସହରରେ ସମସ୍ତ ଦୋକାନ ଖୋଲିବା ନେଇ ନୋଟିସ ଜାରି ହୋଇଛି। ତେବେ କେଉଁ କେଉଁ ଦୋକାନ କେଉଁ ସମୟରେ ଖୋଲିବ ସେ ନେଇ ମଧ୍ୟ ସ୍ପଷ୍ଟ କରାଯାଇଛି । ଦୋକାନଗୁଡ଼ିକୁ…

ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ମାଲକାନଗିରି,୯ା୮(ଡି.ଏନ.ଏ/ସ୍ବ.ପ୍ର.)-ମାଲକାନଗିରି ସଦର ଥାନା ତୁମସାପାଲି ଗ୍ରାମରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଶନିବାର ରାତିରେ ହତ୍ୟା କରାଯାଇଛି। ତାଙ୍କ ନାମ ମୁକା ମାଡକାମୀ (୫୫)। ସେ ଘରେ ଶୋଇଥିବା ବେଳେ ଗ୍ରାମର ରାମା ସୋଡି (୬୦) ଏକ ଧାରୁଆ ଅସ୍ତ୍ରରେ ମୁକାଙ୍କୁ…

ଲଗାଣବର୍ଷାରେ ପୋଲ ଉପରେ ୩ ଫୁଟର ପାଣି

ମାଲକାନଗିରି,୯ା୮(ଡି.ଏନ୍‌.ଏ.): ବାଲିମେଳା ମୁଖ୍ୟ ରାସ୍ତାର ଏମ୍‌ଭି-୩୭ଠାରେ ରବିବାର ପୋଲ ଉପରେ ପ୍ରାୟ ୩ ଫୁଟ ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ଉପର ମୁଣ୍ଡରୁ ପାଣି ଅତ୍ୟଧିକ ମାତ୍ରାରେ ଆସୁଥିବା ହେତୁ ବନ୍ୟାଜଳ ପୋଲ ଉପରେ ଚାଲୁଛି। ଫଳରେ ବାଲିମେଳା…

ଏହି ମାଓବାଦୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ: ୨୦୧୯ ବିସ୍ଫୋରଣରେ ଥିଲା ହାତ

କୋରୁକୋଣ୍ଡା,୮।୮(ଡି.ଏନ୍‌.ଏ.): ମାଲକାନଗିରି ପୋଲିସ ପକ୍ଷରୁ ଜଣେ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେ ହେଲେ ସମରା ବଜ। ସମରା ଦୀର୍ଘ ଦିନରୁ ମାଓବାଦୀ ସଙ୍ଗଠନ ପାଇଁ କାର୍ଯ୍ୟ କରି ଆସୁଥିଲେ। ସମରା ମାଲକାନଗିରି ଜିଲାର ବଜଗୁଡା ଗ୍ରାମରେ ରହୁଥିଲେ। ସେ ମାଓବାଦୀ ସଙ୍ଗଠନକୁ…

କରୋନାକୁ ହରାଇଲେ ୧୩ ମାସର ଶିଶୁ

କୋରୁକୋଣ୍ଡା,୬ା୮(ଡି.ଏନ.ଏ)-ମାଲକାନଗିରି ଜିଲାରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ତେବେ ପ୍ରଥମ କରି ଏକ ୧୩ ମାସର ଛୁଆ କରୋନାରୁ ସୁସ୍ଥ ହୋଇଥିବା ଖବର ପହଞ୍ଚତ୍ଛି। ଏହି ଛୋଟ ଶିଶୁ କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌ଭି-୪୫ ଗ୍ରାମର। ଶିଶୁ ଓ…

କରୋନାକୁ ମାତ୍‌ ଦେଲା ମାଲକାନଗିରିର ୧୩ ମାସର ଶିଶୁ

କୋରୁକୋଣ୍ଡା,୬।୮(ଡି.ଏନ.ଏ.): ମାଲକାନଗିରି ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏପରିସ୍ଥଳେ କରୋନାକୁ ହରାଇଛନ୍ତି ୧୩ ମାସର ଜଣେ ଶିଶୁ। ସେ ହେଲେ ଦୀପମ ମଣ୍ଡଳ। ତାଙ୍କ ଘର କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୪୫ ଗ୍ରାମରେ। ଚେନ୍ନାଇରୁ ମା’ଙ୍କ ସହ ଫେରିଥିବା…

ବିଏସ୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା

ଚିତ୍ରକୋଣ୍ଡା, ୫।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ନିକଟ ବିଏସ୍‌ଏଫ କ୍ୟାମ୍ପରେ ଜଣେ ଯବାନ ନିଜ ସର୍ଭିସ ରିଭଲବଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଏହି ଅଘଟଣ ଘଟିଛି ମଙ୍ଗଳବାର ବିଳମ୍ବିତ ରାତିରେ। ଯବାନଜଣଙ୍କ ରାଜସ୍ଥାନର ଶେଷ କର୍ଣ୍ଣ ବୋଲି ଜଣାପଡିଛି।…

୨୦ ଘଣ୍ଟା ଘରେ ପଶି ରହିଲା ବାଘ

ମାଲକାନଗିରି,୩।୮(ସ୍ବ.ପ୍ର.): ଗୋଟିଏ ଚିତା ବାଘ ଜଣେ ଗ୍ରାମବାସୀଙ୍କ ଘରେ ପଶି ପ୍ରାୟ ୧୮ ରୁ ୨୦ ଘଣ୍ଟା ରହିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର କଙ୍କେଇ ଜିଲା ଅନ୍ତର୍ଗତ ଚାମର ବ୍ଲକର ବଗଡ଼ଙ୍ଗରି ଗ୍ରାମରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?