ମାଲକାନଗିରି ସୀମାନ୍ତ ଏହି ଛାତ୍ରୀଙ୍କୁ ଲୁହ ପୋଛିବାକୁ କହିଲେ ସୋନୁ ସୁଦ, ଜାଣନ୍ତୁ କାହିଁକି

ମାଲକାନଗିରି,୨୨ା୮: ପ୍ରବଳ ବର୍ଷା ଯୋଗୁ ବନ୍ୟାରେ ସବୁକିଛି ହରାଇଥିବା ଜଣେ ଆଦିବାସୀ ଛାତ୍ରୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ବହିପତ୍ର ନଷ୍ଟ ହୋଇଯାଇଥିବାରୁ ଛାତ୍ରୀ ଜଣକ କାନ୍ଦୁଥିବାର ଏକ ଭିଡିଓ ଟୁଇଟର୍‌ରେ ଦେଖିବା ପରେ ସହାୟତା ପାଇଁ ସୋନୁ ଆଗେଇ ଆସିଛନ୍ତି। ନୂଆ ବହି ଆସିବ ଏବଂ ଘର ବି ନୂଆ ତିଆରି ହେବ ବୋଲି ଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇ ପୁଣି ସମସ୍ତଙ୍କ ମନ ଛୁଇଁଛନ୍ତି ଏହି ଅଭିନେତା ଜଣକ। ଛାତ୍ରୀ ଜଣକ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ବୋଲି ଜଣାପଡିଛି। ବର୍ଷା ବିତ୍ପାତ ଯୋଗୁ ଗତ ୧୫, ୧୬ ତାରିଖରେ ଆସିଥିବା ବନ୍ୟାରେ ବିଜାପୁର ଜିଲାର ଆଦିବାସୀ ଝିଅ ଅଞ୍ଜଳିଙ୍କ ଘର ଭାଙ୍ଗି ମାଟିରେ ମିଶିଛି। ମା’ ବାପାଙ୍କ ମୂଲ ମଜୁରୀ ଟଙ୍କାରେ ବହୁ କଷ୍ଟରେ ଯୋଗାଡ଼ କରିଥିବା ତାଙ୍କ ବହିପତ୍ର ବି ଏଥିରୁ ବାଦ ପଡ଼ିନି। ବାଉଁଶ ଟୋକେଇରେ ସାଇତି ରଖିଥିବା ବହିପତ୍ର ବନ୍ୟାପାଣିରେ ଭିଜି ନଷ୍ଟ ହୋଇଛି। ଘର ଭାଙ୍ଗିବାଠାରୁ ବହି ନଷ୍ଟ ହେବା ଅଞ୍ଜଳିଙ୍କୁ ଅଧିକ ଦୁଃଖ ଦେଇଛି, ଯାହାକୁ ଦେଖି ସେ କଇଁକଇଁ ହୋଇ କାନ୍ଦୁଥିବାର ଭିଡିଓ ମୁକେଶ ଚନ୍ଦ୍ରକର୍‌ ନାମକ ଜଣେ ଯୁବକ ଟୁଇଟରରେ ଶେୟାର କରିଛନ୍ତି। ଜଣେ ଆଦିବାସୀ ଛାତ୍ରୀଙ୍କ ବହି ପ୍ରତି ପ୍ରଥମ ଥର ଏପରି ଭଲପାଇବା ଦେଖିଥିବା ଯୁବକ ଜଣକ ଲେଖିବା ସହ ଅଞ୍ଜଳିଙ୍କ ସମସ୍ୟା ମଧ୍ୟ ଉଲ୍ଲେଖ କରିଛନ୍ତି। ଭିଡିଓ ଦେଖିବା ପରେ ଏହାକୁ ରିଟୁଇଟ୍‌ କରିଛନ୍ତି ସୋନୁ ସୁଦ। ସେଥିରେ ସୋନୁ ଲେଖିଛନ୍ତି, ଲୁହ ପୋଛ ଭଉଣୀ। ବହି ବି ନୂଆ ଆସିବ, ଘର ବି ନୂଆ ହେବ। ଲକ୍‌ଡାଉନ ସମୟରେ ପ୍ରବାସୀଙ୍କୁ ସହାୟତା କରି ଚର୍ଚ୍ଚାକୁ ଆସିଥିବା ସୋନୁ ଏବେ ଏହି ଛାତ୍ରୀଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ପୁଣି ଉଦାହରଣ ସୃଷ୍ଟି କରିଛନ୍ତି। ଏହା ପରେ ଜିଲା ପ୍ରଶାସନ ତଥା ବିଜାପୁର ଜିଲାପାଳ ସହାୟତା ଯୋଗାଇ ଦେବା ସହ ଥଇଥାନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri