ମାଲକାନଗିରି

ପୋଲିସ ଡରରେ ପୋଡ଼ିଦେଲେ କାର

ମାଲକାନଗିରି,୨୦ା୧: ମାଲକାନଗିରି ଜିଲା ଚଲାଣଗୁଡ଼ା ପଞ୍ଚାୟତ ଅଧୀନ ରେଙ୍ଗାବନ୍ଧ ଗ୍ରାମ ନିକଟରେ ବୁଧବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗଞ୍ଜେଇ ଚାଲାଣହେଉଥିବା ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲେ ପୋଲିସକୁ ଡରି ଗଞ୍ଜେଇ ଚାଲାଣକାରୀ କାରକୁ ନିଆଁ ଲଗାଇ ଦେଇଥିଲେ।…

ଚିତ୍ରକୋଣ୍ଡାରେ ହେବ ଜୈବ ବିବିଧତା କେନ୍ଦ୍ର

ଚିତ୍ରକୋଣ୍ଡା,୨୦।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉଦ୍ୟାନ କୃଷି ପକ୍ଷରୁ ପରିଚାଳିତ ବଡ ଫାର୍ମଠାରେ ଏକ ଜୈବ ବିବିଧତା କେନ୍ଦ୍ର ପ୍ରତିଷ୍ଠା ହେବ। ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଅଧକ୍ଷ ଡାକ୍ତର ସୁବ୍ରତ ବାକ୍‌ଚି, କୃଷି ଓ କୃଷକ ଉନ୍ନୟନ ବିଭାଗ ପ୍ରିନ୍ସପାଲ…

ଗଞ୍ଜେଇ ବୋଝେଇ ଗାଡ଼ିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ମାଲକାନଗିରି,୨୦।୧:(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚଲାଣଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାବନ୍ଧ ଗ୍ରାମ ନିକଟରେ ବୁଧବାର ସକାଳେ ଏକ ଗାଡ଼ି ଦୁର୍ଘଟଣା ଘଟି ସେଥିରେ ନିଆଁ ଲାଗିଯାଇଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସୂଚନାଯୋଗ୍ୟ, ଗାଡିଟି ମାଲକାନଗିରରୁ ଆସି…

ମ୍ୟାଲେରିଆ ନିରାକରଣ ଧୂଆଁବାଣ

ମାଲକାନଗିରି, ୨୦।୧ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପୂର୍ବରୁ ମ୍ୟାଲେରିଆରେ ବହୁ ଜନସାଧାରଣ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିଲେ। ଏଥିପାଇଁ ସରକାର ମ୍ୟାଲେରିଆ ନିରାକରଣ ପାଇଁ ଏକ ସ୍ବତନ୍ତ୍ର ଯୋଜନା କରି ମାଲକାନଗିରି ଜିଲାରେ ଯେକୌଣସି ଲୋକଙ୍କୁ ଜ୍ୱର ହେଲେ ତାହାର ରକ୍ତ…

ଚିତ୍ରକୋଣ୍ଡା ଡ୍ୟାମ୍‌ ସ୍ଥିତି ସମୀକ୍ଷା କଲା କମିଟି

ଚିତ୍ରକୋଣ୍ଡା, ୨୦ା୧(ଡି.ଏନ.ଏ.): ଓଡ଼ିଶାର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଡ୍ୟାମ୍‌ ସେଫ୍ଟି କମିଟିର ୩ ଜଣିଆ ବିଶେଷଜ୍ଞ ଦଳ ମଙ୍ଗଳବାର ଚିତ୍ରକୋଣ୍ଡା ଡ୍ୟାମ୍‌ ଓ ସ୍ପିଲ୍‌ୱେର ବିଭିନ୍ନ ସୁରକ୍ଷା ସମ୍ପର୍କିତ ତଥ୍ୟ ଯାଞ୍ଚ କରିଛନ୍ତି। ଟିମ୍‌ରେ ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ…

ସାବେରୀ ନଦୀରେ ଛତିଶଗଡ଼ ଗଢ଼ିବ ଡ୍ୟାମ୍‌

ମାଲକାନଗିରି, ୨୦ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଛତିଶଗଡ଼ ସାବେରୀ ନଦୀରେ ଛତିଶଗଡ଼ ସରକାର କୋକରାମଠାରେ ଡ୍ୟାମ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ରଖି ଏ ଦିଗରେ ଆଗଉଛନ୍ତି। ଏହାକୁ ଓଡ଼ିଶା ଆଦିବାସୀ ସଂଘ ବିରୋଧ କରିଛି। ମଙ୍ଗଳବାର କମାରପାଲିଠାରେ…

ଚିତ୍ରକୋଣ୍ଡା ଡ୍ୟାମ୍‌ର ସୁରକ୍ଷା ଯାଞ୍ଚ

ଚିତ୍ରକୋଣ୍ଡା,୧୯ା୧: ଓଡ଼ିଶା ଡ୍ୟାମ୍‌ ସେଫ୍ଟି କମିଟିର ୩ ଜଣିଆ ବିଶେଷଜ୍ଞ ଦଳ ମଙ୍ଗଳବାର ଚିତ୍ରକୋଣ୍ଡା ଡ୍ୟାମ୍‌ ଓ ସ୍ପିଲ୍‌ୱେର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିଛନ୍ତି। ଟିମ୍‌ରେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ଡେପୁଟି ଡାଇରେକ୍ଟର ଅରୁଣ କୁମାର ଦାସ ଓ…

ମହାନଦୀ ପରେ ସାବେରୀ ଉପରେ ଛତିଶଗଡ଼ର ନଜର

ମାଲକାନଗିରି,୧୯ା୧: ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ସୀମାନ୍ତବର୍ତ୍ତୀ ସାବେରୀ ନଦୀରେ ଛତିଶଗଡ଼ ସରକାର କୋକରାମଠାରେ ଡ୍ୟାମ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ରଖି ଏହି ଦିଗରେ ଆଗଉଛନ୍ତି। ଏହାକୁ ଓଡ଼ିଶା ଆଦିବାସୀ ସଂଘ ବିରୋଧ କରିଛି। ମଙ୍ଗଳବାର କମାରପାଲିଠାରେ ୯ଟି ପଞ୍ଚାୟତର…

ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୧୮।୧: ବର୍ଷ ଆରମ୍ଭରୁ ପୁଣି ଚିତ୍ରକୋଣ୍ଡା ପୋଲିସକୁ ଆଉ ଏକ ସଫଳତା ମିଳିଛି। ରବିବାର ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ପୋଲିସ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ୯ କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ବୋଲେରୋ ପିକ୍‌ଅପ୍‌ ଭ୍ୟାନକୁ ଜବତ କରିଛି।…

ପାଇଖାନା ନିର୍ମାଣ ଦୁର୍ନୀତିରେ ୨ ବିଡିଓ, ଯନ୍ତ୍ରୀ ନିଲମ୍ବିତ

ମାଲକାନଗିରି/ଚିତ୍ରକୋଣ୍ଡା/ଝରିଗାଁ,୧୬ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପରେ ଶନିବାର ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କୁ ନିଲମ୍ବିତ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକରେ ୭୦୦ ପାଇଖାନା ନିର୍ମାଣ କରାଯାଇନାହିଁ। ଏ ବାବଦ…

ଚିତ୍ରକୋଣ୍ଡା ବିଡିଓ ନିଲମ୍ବିତ

ଚିତ୍ରକୋଣ୍ଡା,୧୬।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ବିଡିଓ ଲରିମନ ଖରସେଲଙ୍କୁ ଶନିବାର ନିଲମ୍ବନ କରାଯାଇଛି। ପାଇଖାନା ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି। କିଛି ମାସ ହେବ ବିଡିଓ ପାଇଖାନା ଦୁର୍ନୀତି ମାମଲାରେ ଛନ୍ଦି ହୋଇ…

ସୀମାନ୍ତରେ ଏନ୍‌କାଉଣ୍ଟର ମାଓବାଦୀ କମାଣ୍ଡର ନିହତ

ମାଲକାନଗିରି,୧୩ା୧: ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ କମାଣ୍ଡର ନିହତ ହୋଇଛନ୍ତି। ତାଙ୍କ ନାମ ହିଡମା ମୁଚାକି। ସେ ଦଣ୍ଡକାରଣ୍ୟ ମାଓ ଡିଭିଜନର ଡିସିଏମ୍‌ ଭାବେ କାର୍ଯ୍ୟ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?