ପୋଲିସ ଡରରେ ପୋଡ଼ିଦେଲେ କାର

ମାଲକାନଗିରି,୨୦ା୧: ମାଲକାନଗିରି ଜିଲା ଚଲାଣଗୁଡ଼ା ପଞ୍ଚାୟତ ଅଧୀନ ରେଙ୍ଗାବନ୍ଧ ଗ୍ରାମ ନିକଟରେ ବୁଧବାର  ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗଞ୍ଜେଇ ଚାଲାଣହେଉଥିବା ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲେ ପୋଲିସକୁ ଡରି ଗଞ୍ଜେଇ ଚାଲାଣକାରୀ କାରକୁ ନିଆଁ ଲଗାଇ ଦେଇଥିଲେ। ସୂଚନା ଯୋଗ୍ୟ, ଏକ କାରରେ ୨ ଜଣ ଯୁବକ ଗଞ୍ଜେଇ ଧରି ଛତିଶଗଡ଼ ଯାଉଥିଲେ। ହେଲେ କାରଟି ରେଙ୍ଗାବନ୍ଧ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱର ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଗାଡ଼ିରେ ଥିବା ୨ ଜଣ ଯୁବକ ବହୁ କଷ୍ଟରେ ବାହାରିଥିଲେ। ପରେ ସେମାନେ କାରରୁ ଗଞ୍ଜେଇ ବାହାର କରି ନିକଟସ୍ଥ ଜଙ୍ଗଲରେ ଲୁଚାଇ ଦେଇଥିଲେ। ଏପରି କି କାରରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ସ୍ଥାନୀୟ ଗ୍ରାମବାସୀ ଖୋଜାଖୋଜି ପରେ ଜଙ୍ଗଲରୁ କିଛି ପରିମାଣରେ ଗଞ୍ଜେଇ ଜବତ କରିଥିଲେ। ଗାଡ଼ିଟି କାହାର ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାରରେ ଷ୍ଟାର ପ୍ରଚାରକ ଜିନା, ଶୁଭାଶିଷ

ଗଞ୍ଜାମ,୨୧।୩(ଡି.ଏନ.ଏ.): ପୌର ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଗଞ୍ଜାମ ସହାରାଞ୍ଚଳରେ ଶକ୍ତି ପ୍ରଦର୍ଶନ କରାଯାଇଛି। ଷ୍ଟାର ପ୍ରଚାରକ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜିନା ଓ ସିରିଏଲ...

ଧାନବିକ୍ରି ନ ସରୁଣୁ ଟୋକନ ଗାଏବ, ମଣ୍ଡିରେ ଭିଜୁଛି ଧାନ

ବରଗଡ଼ ଅଫିସ୍‌,୧୬।୬- ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡ଼ିଛି। ଜିଲାର ବିଭିନ୍ନ ମଣ୍ଡିରେ ସଂଗୃହୀତ ବହୁ ପରିମାଣର...

ତଦନ୍ତ ତଥ୍ୟକୁ ଘଣ୍ଟ ଘୋଡ଼ାଉଛି ପ୍ରଶାସନ

ପୁରୀ ଅଫିସ,୮।୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ୍‌ ରଘୁବୀର ଦାଶ କମିଶନଙ୍କ ତଦନ୍ତକୁ ନେଇ କୌଣସି ସୂଚନା ଦେବାକୁ ଜିଲା ପ୍ରଶାସନ ମନା...

ବଏସ୍‌ ୭୦: ଭତାର ଲାଗି ଫର୍ମ ଭରି ନିହାଲ

ଅତାବିରା, ୧୯।୬ (ଡି.ଏନ.ଏ): ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗଁାନୁ ସହର ତକ୍‌ ବାସ କରୁଥିବାର ବୁଢ଼ାବୁଢ଼ି, ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକୁ ଇନ୍ଦିରା ଗାନ୍ଧୀ,...

ସିବିଏସ୍‌ଇ ଦ୍ୱାଦଶ ପ୍ରାକ୍ଟିକାଲ ପରୀକ୍ଷା ସମ୍ଭାବ୍ୟ ତାରିଖ ଘୋଷଣା

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ):ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କରିଛି। ଏ ନେଇ ରବିବାର...

ଆହାର କେନ୍ଦ୍ରରେ ଖାଇ ଛାଡ଼ଖାଇ ପାଳିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

ବରଗଡ଼ ଅଫିସ,୧୩।୧୧- ବୁଧବାର ସବୁଆଡ଼େ ଛାଡଖାଇର ମାହୋଲ। ସଭିଁଏ ଉତ୍ସାହ, ଉଦ୍ଦୀପନା ସହିତ ଏହାକୁ ପାଳନ କରୁଛନ୍ତି। ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ...

ଅଗଷ୍ଟରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ୱର,୪।୮(ବ୍ୟୁରୋ): ଚଳିତ ମାସରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା...

ବରୁଣଗଡ଼ିଆ ଛକ ନିକଟରେ ଦୁର୍ଘଟଣା, ଶ୍ରମିକ ମୃତ

ରୂପ୍‌ସା, ୩୧।୧୨(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ବରୁଣଗଡ଼ିଆ ଛକ ନିକଟରେ ସୋମବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ୍‌...

Advertisement
Archives

Model This Week