ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଜବତ

ମାଲକାନଗିରି,୨୦ା୧: ମାଲକାନଗିରି ସଦର ବ୍ଲକ ପେଡ଼ାକୋଣ୍ଡା ପଞ୍ଚାୟତଠାରୁ ଦେଢ଼ କି.ମି. ଦୂରରେ ଥିବା ଏକ ପୋଖରୀ ନିକଟରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ବୁଧବାର ଗ୍ରାମବାସୀ ଠାବ କରିଛନ୍ତି। ଅନ୍ୟପକ୍ଷେ ଗ୍ରାମର ଜଣେ ଯୁବକ ଦୁଇଦିନ ହେଲା ନିଖୋଜ ଅଛନ୍ତି। ଏନେଇ ସମ୍ପୃକ୍ତ ଯୁବକଙ୍କ ମୃତଦେହ ବୋଲି ଗ୍ରାମବାସୀ ଅନୁମାନ କରୁଛନ୍ତି। ଖବର ପାଇ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ ଘଟଣା ସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ନେଇ ମାଲକାନଗିରି ଥାନା ପୋଲିସ ଏକ ମାମଲା(ନଂ.୨୪/୨୧) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ଯୋଗ୍ୟ ସୁନ୍ଦରଗଡ଼ ଜିଲା ପୋଲିସ କିଛିଦିନ ତଳେ ଜଣେ ଗାଁ ସାଥୀଙ୍କ କଟା ମୁଣ୍ଡ ଜବତ କରିଥିଲା। ପୋଲିସ ତଦନ୍ତ ପରେ ଅନୈତିକ ସମ୍ପର୍କ ଲାଗି ବାଧ୍ୟ କରିବାରୁ ଗାଁ ସାଥୀଙ୍କୁ ହତ୍ୟା କରାଯାଇଥିବା ପର୍ଦ୍ଦାଫାଶ କରିଥିଲା। ଏହି ଘଟଣାରେ ପୋଲିସ ଶାଶୁ, ଜ୍ୱାଇଁଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦୀୟ ବ୍ୟାପାର ବିଭାଗରେ କାର୍ଯ୍ୟକାରୀ ହେବ ୫-ଟି

ଭୁବନେଶ୍ୱର,୬।୧୨ (ବ୍ୟୁରୋ): ସଂସଦୀୟ ବ୍ୟାପାର ବିଭାଗରେ ୫-ଟି କାର୍ଯ୍ୟକାରୀ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ୫-ଟି ଆଧାରରେ ବିଭାଗରେ କେତେକ ପଦକ୍ଷେପ ଗ୍ରହଣ...

ଓଡ଼ିଆ ପିଲାଙ୍କୁ ଉଦ୍ଧାର ଦାୟିତ୍ୱରେ ପୁରୀର ବୈଶାଳୀ

ପୁରୀ ଅଫିସ,୭।୩; ସମ୍ପ୍ରତି ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗିରହିଛି। ଏଭଳି ପରିସ୍ଥିତି ମଧ୍ୟରେ ୟୁକ୍ରେନ୍‌ ସମେତ ଏହାର ପଡ଼ୋଶୀ ଦେଶ ହଙ୍ଗେରୀ, ପୋଲାଣ୍ଡ,...

ବୈତରଣୀରେ ଭାସିଗଲେ ଶ୍ରମିକ

ଯାଜପୁର ଟାଉନ,୭ା୫(ଡି.ଏନ.ଏ.): ଯାଜପୁର ସହରର ଦଶାଶ୍ୱମେଧ ଘାଟ ନିକଟ ବୈତରଣୀ ନଦୀରେ ଏକ ବ୍ୟାରେଜ ନିର୍ମାଣ ଚାଲିଛି। ତେବେ ଏହି କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକଙ୍କ...

ନିଜ ସର୍ଭିସ ବନ୍ଧୁକରୁ ସାଥୀ ଯବାନଙ୍କ ଉପରେ ଗୁଳି ଚଳାଇଲେ ଯବାନ: ୪ ମୃତ, ୩ ଗୁରୁତର

ମାଲକାନଗିରି,୮ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ସୁକୁମା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସିଆରପିଏଫ୍‌ ଯବାନ ନିଜ ସର୍ଭିସ୍‌ ବନ୍ଧୁକରେ ସାଥୀ ଯବାନମାନଙ୍କ ଉପରେ ଗୁଳି...

ହରିହର ଯୋର ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି : ବୀରମହାରାଜପୁର-ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି,୪।୯(ଡି.ଏନ୍‌.ଏ.) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ସମଗ୍ର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଅନେକ ଚାଷଜମି ଜଳମଗ୍ନ ହେବା...

ବିଦ୍ୟୁତ୍‌ ବିଲ୍‌ ଛାଡ଼ ପାଇଁ ବିକ୍ଷୋଭ

କଟକ ଅଫିସ,୧ା୬: ଏସୟୁସିଆଇ (ସି) କଟକ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବିରେ ସୋମବାର ରାଣୀହାଟ ସେସୁ ଅଫିସ୍‌ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ...

ମୃତ ଗାଙ୍ଗେଟିକ୍‌ ଡଲ୍‌ଫିନ ଉଦ୍ଧାର

କେନ୍ଦ୍ରାପଡ଼ା ଅଫିସ/ରାଜନଗର(ଡି.ଏନ.ଏ.)/ପଟ୍ଟାମୁଣ୍ଡାଇ(ସ୍ବ.ପ୍ର.), ୨୪।୧୧: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗଙ୍ଗାରାମପୁର ପଞ୍ଚାୟତର କଇଁକୁଳା ଗଁା ନିକଟରୁ ଏକ ମୃତ ଗାଙ୍ଗେଟିକ୍‌ ଡଲଫିନ ରବିବାର ଉଦ୍ଧାର...

ଶିକ୍ଷକଙ୍କ ଘରକୁ ଯିବ ନବମ ପରୀକ୍ଷା ଖାତା: ସ୍କୁଲ୍‌ରୁ ଅଭିଭାବକ ଘରକୁ ନେବେ ବହି

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ପାଇଁ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି। ଏଥିପଯୋଗୁ ସ୍କୁଲ୍‌, କଲେଜ ବନ୍ଦ ରହିଥିବାରୁ ପିଲାଙ୍କ ପାଠପଢ଼ା ଓ ପରୀକ୍ଷା ଗୁରୁତର ବାଧାପ୍ରାପ୍ତ...

Advertisement
Archives

Model This Week