ତେଲିଙ୍ଗିରି ପ୍ରକଳ୍ପ: କାର୍ଯ୍ୟକ୍ଷମ ସତ୍ତ୍ୱେ ଚାଷଜମିକୁ ମାଡୁନି ଜଳ
ଜୟପୁର,୧ା୧୦(ନି.ପ୍ର.): ତେଲିଙ୍ଗିରି ପ୍ରକଳ୍ପ ହେବ ଆଉ ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ମାଡ଼ିବ। ଫସଲ ଦୁଇଗୁଣା ହେବ। ଚାଷୀଙ୍କ ମୁହଁରେ ହସ ଫୁଟିବ। ଏହି ଉଦ୍ଦେଶ୍ୟ ରଖି କୋରାପୁଟ ଜିଲାରେ ୨୦୦୫ରେ ତେଲିଙ୍ଗିର ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। କିନ୍ତୁ ପ୍ରକଳ୍ପ…
ବିଛଣା ଧରିଲା ଘର ଚଳାଉଥିବା ଯୁଆନ ପୁଅ
ଦଶମନ୍ତପୁର,୧୧ା୧୦(ଡି.ଏନ୍.ଏ.): ଦିନେ ସେ ଘର ଚଳାଉଥିବା ଯୁଆନ ପୁଅ ଥିଲେ। କିନ୍ତୁ ଏବେ ସକାଳ ହେଲେ ପରିବାର ଲୋକେ ତାଙ୍କୁ ଘରୁ ଟେକି ଆଣି ବାରଣ୍ଡାରେ ବସାଇ ଦେଉଛନ୍ତି। ସନ୍ଧ୍ୟାରେ ପୁଣି ଟେକି ନେଇ ଘରେ ଶୁଆଇ ଦେଉଛନ୍ତି। ୨୬ ବର୍ଷର…
ବଜ୍ରପାତରେ ଗୋରୁ ଚରାଳିଙ୍କ ସମେତ ୮ଗୋରୁ ମୃତ
ନାରାୟଣପାଟଣା, ୮।୧୦(ଡି.ଏନ୍.ଏ.)-ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତ ବାରି ଗାଁ ନିକଟ ମାଠିଆ ସାହି ଜଙ୍ଗଲରେ ବଜ୍ରପାତ ଘଟି ଜଣେ ଗୋରୁ ଚରାଳିଙ୍କ ମୃତ୍ୟୁ ହୋଇଛି। ଏଥିରେ ୮ ଗୋରୁ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ବାରି ଗାଁର ବିକେୟା ତାଡିଙ୍ଗି(୪୫)।…
ବଜ୍ରପାତରେ ଯୁବକ ଗୁରୁତର
ନାରାୟଣପାଟଣା, ୭।୧୦(ଡି.ଏନ୍.ଏ.)-କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ସୋମବାର ବଜ୍ରପାତରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ କୁମ୍ଭାରୀ ଗାଁର ଚିତ୍ତରଞ୍ଜନ ଗୁରୁ(୩୫)। ଚିତ୍ତରଞ୍ଜନ ମାଛ ଧରିବାକୁ ଗାଁ ନିକଟ ଝଞ୍ଜାବତୀ ନଦୀକୁ ଯାଇଥିଲେ। ସେହି ସମୟରେ ବଜ୍ରପାତ ହେବାରୁ ସେ ଗୁରୁତର…
ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ କୋର୍ଟଚାଲାଣ
ଭୁବନେଶ୍ୱର, ୭।୧୦(ବ୍ୟୁରୋ): ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଅନ୍ୟ କୌଣସି ନୁହେଁ ବରଂ ରାଜଧାନୀ ଭୁବନେଶ୍ୱେରର ଲୋୟର ପିଏମ୍ଜିରେ ଘଟିଛି ଏହି ଘଟଣା। କୋରାପୁଟ ଜିଲା ଲମତା ଫୁଟର ଦୁଇ ଭଉଣୀ ବିଭିନ୍ନ ଦାବିନେଇ ରବିବାର ରାତିରେ ଲୋୟର ପିଏମ୍ଜିରେ…
ବଜ୍ରପାତରେ ବାପପୁଅ ମୃତ
ଜୟପୁର/ବୋରିଗୁମା,୭।୧୦ (ଡି.ଏନ୍. ଏ)- କୋରାପୁଟ ଜିଲା ବୋରିଗୁମା ଥାନା କେବିଡ଼ି ଗାଁରେ ରବିବାର ବଜ୍ରପାତ ଘଟି ବାପପୁଅ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଉକ୍ତ ଗାଁର ପୀତବାସ କୁମ୍ଭାର ଓ ତାଙ୍କ ପୁଅ ଉପେନ୍ଦ୍ର। ପ୍ରକାଶ ଯେ, ପୀତବାସ ଏବଂ ଉପେନ୍ଦ୍ର…
ମା’ଙ୍କ ଆବାହନରେ କୋରାପୁଟ ସହର ଉତ୍ସବମୁଖର
କୋରାପୁଟ,୫।୧୦(ସ୍ବ.ପ୍ର.): ମା’ଦୁର୍ଗାଙ୍କ ଆବାହନରେ ସମଗ୍ର କୋରାପୁଟ ସହର ଉତ୍ସବମୁଖର ହୋଇଉଠିଛି। ଶୁକ୍ରବାର ରାତିରେ ବିଲ୍ବବରଣ ପରେ ମା’ଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇ ଶନିବାର ସପ୍ତମୀ ପୂଜା ଚାଲିଛି। ଚଳିତବର୍ଷ ସହରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ବଉଚ୍ଚ ତୋରଣ ସାଙ୍ଗକୁ…
ଭୁଜାଲି, ମାଉଜର ଦେଖାଇ ଲୁଟ୍ ଘଟଣା : ୭ ଅଭିଯୁକ୍ତ ଗିରଫ
ଜୟପୁର,୫।୧୦(ନି.ପ୍ର.): କୋରାପୁଟ ଜିଲା କୋଟପାଡ଼ ପୋଲିସ ୭ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ଏ ନେଇ ଶନିବାର ଏସ୍ଡିପିଓ ହରେକୃଷ୍ଣ ମାଝି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ ତାରିଖ ରାତିରେ ଏକ ଡକାୟତି ଦଳ କୁସୁମୀ…
ନନ୍ଦିଗାଁ ଡକାୟତି ଘଟଣା : ୬ ଅଭିଯୁକ୍ତ କୋର୍ଟ ଚାଲାଣ
କୋରାପୁଟ,୩।୧୦(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ନନ୍ଦିଗାଁ ଗ୍ରାମରେ ଗତ ସେପ୍ଟେମ୍ବର ୧୩ ରାତିରେ ହୋଇଥିବା ଏକ ବଡ଼ଧରଣର ଡକାୟତି ଘଟଣାରେ ଜଡ଼ିତ ୬ ଅଭିଯୁକ୍ତଙ୍କୁ ଗୁରବାର କୋର୍ଟ ଚାଲାଣ କରାଯାଇଥିବା କୋରାପୁଟ ସଦର ଥାନାଧିକାରୀ ସମର୍ପିତା ସ୍ବାଇଁ…
ଡାକ୍ତରଙ୍କ ଅବହେଳାରୁ ସେବାଶ୍ରମ ଛାତ୍ରୀଙ୍କ ମୃତ୍ୟୁ : ଅଭିଯୋଗ ଆଣିଲେ ପରିବାର ଲୋକେ
କୋରାପୁଟ/ନାରାୟଣପାଟଣା,୨୭।୯(ସ୍ବ.ପ୍ର/ଡି.ଏନ୍.ଏ.): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଓଡିଆପେଣ୍ଠ ସେବାଶ୍ରମର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଜ୍ୱରରେ ପୀଡିତ ହୋଇ ନାରାୟଣପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ତେବେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଅଲସି ମିନିଆକା(୮)। ଡାକ୍ତରଙ୍କ ଅବହେଳା…
ବିଶ୍ୱ ପର୍ଯ୍ୟଟନ ଦିବସ: ପର୍ଯ୍ୟଟକଙ୍କୁ ଅତିଥିଭାବେ ସମ୍ମାନ ଦେବାକୁ କହିଲେ କୋରାପୁଟ ଜିଲାପାଳ
କୋରାପୁଟ,୨୭।୯(ସ୍ବ.ପ୍ର): ୩୯ ତମ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଶୁକ୍ରବାର କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଛାତ୍ରୀଛାତ୍ରଙ୍କ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରିଥିବା ଶୋଭାଯାତ୍ରାକୁ ଜିଲାପାଳ ମଧୁସୁଦନ ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦେଇ…
୨୫ ଲକ୍ଷ ଲଟେରୀ ଉଠିଥିବା କହି ଠକିନେଲେ ୩ ଲକ୍ଷ, ଚାଷୀଙ୍କ ଆତ୍ମହତ୍ୟା ନିଷ୍ପତ୍ତି
ଜୟପୁର,୨୨।୯(ନି.ପ୍ର.): କୋରାପୁଟ ଜିଲା ଜୟପୁର ବ୍ଲକ ମାଳିଗୁଡ଼ାରେ ଲଟେରୀ ପ୍ରଲୋଭନ ଦେଖାଇ ଜଣେ ନିରୀହ ଚାଷୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମାଳିଗୁଡାର ଭୀମସେନ ଗୌଡ଼ଙ୍କୁ ଗତ ଅଗଷ୍ଟ ୩୧ ତାରିଖରେ ୨୫ ଲକ୍ଷ ଟଙ୍କା ଲଟେରୀ ଉଠିଥିବା…

