କୋରାପୁଟ

କ୍ରସର ୟୁନିଟ୍‌ରେ ଟଙ୍କା ଆଦାୟକୁ ନେଇ ଗୁଳିକାଣ୍ଡ : ମାଲିକ ଗୁରୁତର

କୋରାପୁଟ,୭।୧୧(ସ୍ବ.ପ୍ର.): କୋରାପୁଟ ଜିଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ସିଲପଣ୍ଡି ଗ୍ରାମରେ ଥିବା ଏକ କ୍ରସର ୟୁନିଟ୍‌ରେ ଟଙ୍କା ଆଦାୟକୁ ନେଇ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ କ୍ରସର ମାଲିକ ଗୁରୁତର ଥିବାରୁ ତାଙ୍କୁ ଗୁରବାର ବିଶାଖାପାଟଣା...

ଜିଲାପରିଷଦ ଉପନିର୍ବାଚନ : ବିଜେଡିରୁ ୨, ଭାଜପାରୁ ୪ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨।୧୧(ସ୍ବ.ପ୍ର.) : ଚଳିତମାସ ୨୭ ତାରିଖରେ ହେବାକୁ ଥିବା କୋରାପୁଟ ଜିଲା ଦଶମନ୍ତପୁରର ୧ନଂ. ଜୋନ୍‌ ଏବଂ ପଟ୍ଟାଙ୍ଗି ବ୍ଲକର ୧ନଂ. ଜୋନ୍‌ରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଶନିବାର ଶାସକ ବିଜେଡି ପକ୍ଷରୁ ୨ଜଣ ପ୍ରାର୍ଥୀ ଓ ଭାଜପା...

ଦଶମନ୍ତପୁର ଜିଲାପରିଷଦ ଉପନିର୍ବାଚନ : ନାମାଙ୍କନପତ୍ର ଦାଖଲ କଲେ ଦୁଇ କଂଗ୍ରେସ ପ୍ରାର୍ଥୀ

କୋରାପୁଟ,୧।୧୧(ସ୍ବ.ପ୍ର.): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଦଶମନ୍ତପୁର ଜିଲାପରିଷଦ ଉପନିର୍ବାଚନ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। ଏଣୁ କଂଗ୍ରେସ ପକ୍ଷରୁ ଦୁଇଜଣ ପ୍ରାର୍ଥୀ ଉପଜିଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦଶମନ୍ତପୁର ଜୋନ୍‌ ୧ରୁ ନରି ହିକ୍କା ଏବଂ...

ଚାଲାଣବେଳେ ପୋଲିସ ଚଢ଼ାଉ: ସରକାରୀ ବସ୍‌ରୁ ୧୨ ଯୁବତୀ, ୫ ନାବାଳିକା ଉଦ୍ଧାର, ଦଲାଲ ଗିରଫ

ଜୟପୁର, ୩୧ା୧୦ (ନି.ପ୍ର.): ନବରଙ୍ଗପୁର ଜିଲା ପାପଡାହାଣ୍ଡି, ରାଇଘର, ନୂଆକୋଟି ଅଞ୍ଚଳର ୧୨ ଯୁବତୀ ଓ ୫ ନାବାଳିକାକୁ ରାଇଘରଠାରୁ ବିଶାଖାପାଟଣା ଯାଉଥିବା ଓଏସ୍‌ଏସ୍‌ଆରଟିସି ବସ୍‌ରେ ଗୁରୁବାର ଚାଲାଣ କରାଯାଉଥିଲା। ଏ ନେଇ ଜୟପୁର ଟାଉନ ଥାନା ଅଧିକାରି ବାଲେଶ୍ୱର...

ଦୋଳାରେ ୪ କିମି ବୁହାହୋଇ ଡାକ୍ତରଖାନା ଗଲେ ବଜ୍ରପାତରେ ଆହତ ୨ ନାବାଳକ

ଦଶମନ୍ତପୁର,୨୮ା୧୦(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଚ଼ଣାବାଡ଼ ପଞ୍ଚାୟତ ସଲପଗୁଡ଼ା ଗ୍ରାମରେ ରବିବାର ଗାଇ ଚରାଇବାକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଛନ୍ତି ଦୁଇ ଜଣ ନାବାଳକ। ସେମାନେ ହେଲେ ସଲପଗୁଡ଼ା ଗ୍ରାମର ମସୁରୀ ମୁଦୁଲିଙ୍କ ପୁଅ ଜଗ ମୁଦୁଲି (୧୭) ଓ...

ବାଣଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ

ଜୟପୁର,୨୮ା୧୦(ନି.ପ୍ର.): ଜୟପୁରରେ ବାଣଫୁଟାକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ରବିବାର ଦୀପାବଳୀ ରାତିରେ ବାଣଫୁଟା ଚାଲିଥିବା ବେଳେ ବିଜୁ ନଗର ଓ ଖ୍ରୀଷ୍ଟିଆନ ସାହି ମଧ୍ୟରେ ଧସ୍ତାଧସ୍ତି ଚାଲିଥିଲା। ଏନେଇ ଅମର ନାଏକଙ୍କ ଅଭିଯୋଗକ୍ରମେ ପୋଲିସ ବିଜୁନଗରର...

ଦୀପାବଳୀ ପାଇଁ ଜୟପୁରରେ ଫୁଲ, ବାଣ ବଜାର

ଜୟପୁର,୨୭ା୧୦(ଡି.ଏନ୍‌.ଏ.): ଦୀପାବଳି ପାଇଁ ଜୟପୁର ସହରର ବଜାର ଚଳଚଞ୍ଚଳ ହୋଇଛି ା ରବିବାର ଦୀପାବଳି ପର୍ବ ପାଳନ ଲାଗି ସହରର ଦୈନିକ ବଜାର ମୁଖ୍ୟରାସ୍ତାରେ ମଣ୍ଡା, ସେବତୀ ଫୁଲର ପସରା ବସିଛି ା ଗ୍ରାମାଞ୍ଚଳରୁ ଆସିଥିବା ମହିଳା ଓ ଅନ୍ୟ...

ଲାଇକ୍‌, ଭିଉଜ୍‌ ଜିଣୁଛି ଜୟପୁର ବିଧାୟକଙ୍କ ଗୀତ

ଜୟପୁର,୨୭ା୧୦(ନି.ପ୍ର.): ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ବାହିନୀପତି ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମ ମଞ୍ଚରେ ଲୋକଙ୍କ ସହ କେତେବେଳେ ଆଦିବାସୀ ନୃତ୍ୟରେ ନାଚିଛନ୍ତି ତ କେତେବେଳେ ଅର୍କେଷ୍ଟ୍ରାର ତାଳରେ...

କଣ୍ଢେଇ ନାଚରେ ପର୍ଯ୍ୟଟନ ସଚେତନ କରୁଛନ୍ତି ତେଲେଙ୍ଗାନାର ମାଧବୀଲତା

କୋରାପୁଟ,୨୭ା୧୦(ସ୍ବ.ପ୍ର.): ପ୍ରତି ଗ୍ରାମ ଓ ସହରାଞ୍ଚଳରେ ରୋଡ ଶୋ ହେଉଛି। ପାରମ୍ପରିକ ଷ୍ଟେଜ ଶୋ କରାଯାଉଛି। ଏହି ଶୋଗୁଡ଼ିକରେ କଣ୍ଢେଇ ନାଚ ପ୍ରଦର୍ଶନ କରି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି ତେଲେଙ୍ଗାନାର ଜଣେ ମହିଳା। ସେ ହେଲେ ଜି....

ବେଆଇନ ମେଡିସିନ ବିକ୍ରି ଅଭିଯୋଗ : ହୋମିଓପାଥିତ୍କ ଡାକ୍ତର ଗିରଫ

କୋରାପୁଟ,୨୬।୧୦(ସ୍ବ.ପ୍ର.) : କୋରାପୁଟ ସହରର ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଏକ ହୋମିଓପାଥିକ୍‌ କ୍ଲିନିକ୍‌ରେ ବେଆଇନ ମେଡିସିନ୍‌ ରଖିବା ଅଭିଯୋଗରେ ଶନିବାର କୋରାପୁଟ ଟାଉନ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଏଥିସହିତ କ୍ଲିନିକରୁ ବହୁ ମେଡିସିନ୍‌ ମଧ୍ୟ ଜବତ କରାଯାଇଥିବା...

ଲୋକସମ୍ପର୍କ ମନ୍ତ୍ରୀଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ: ଆହାର କେନ୍ଦ୍ରରେ ଭୋଜନ

ଜୟପୁର,୨୬।୧୦(ଡି.ଏନ୍‌.ଏ): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଶନିବାର ଅଚାନକ ପରିଦର୍ଶନ କରିଛନ୍ତି । ଏଥିସହ ସେ ରୋଗୀ ଏବଂ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କଠାରୁ ସେମାନଙ୍କ ସମସା୍ୟ ସମ୍ପର୍କରେ ପଚାରି...

କୋରାପୁଟରେ ୫୬୬.୭ ମିମି ବର୍ଷା ରେକର୍ଡ: ବନ୍ଧୁଗାଁ ବ୍ଲକରେ ସର୍ବାଧିକ ୧୧୪ ମିମି

କୋରାପୁଟ,୨୪।୧୦(ସ୍ବ.ପ୍ର.): କୋରାପୁଟ ଜିଲାରେ ଗୁରୁବାର ୫୬୬.୭ ମିମି ବର୍ଷା ହୋଇଥିବାବେଳେ ବନ୍ଧୁଗାଁ ବ୍ଲକରେ ସର୍ବାଧିକ ୧୧୪ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାପଡ଼ିଛି। ସେହିପରି କୋରାପୁଟ ବ୍ଲକରେ ୨୨ ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୪୬.୧...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri