ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ମିଳିବନି ନବମ, ଦଶମ ବହି

ଜୟପୁର, ୧୬ା୫ (ଡି.ଏନ୍‌.ଏ.)- କୋରାପୁଟ ଜିଲା ଜୟପୁରସ୍ଥିତ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟରେ ଚଳିତବର୍ଷ ନବମ ଏବଂ ଦଶମ ଶ୍ରେଣୀର ବହି ମିଳିବନି। ଏଠାରେ ସରକାରଙ୍କ ପକ୍ଷରୁ ବହି ପହଞ୍ଚତ୍ବା ପରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ମାଲାକାନଗିରି ଜିଲାର ଅନୁମତିପ୍ରାପ୍ତ ବହି ଦୋକାନଗୁଡ଼ିକ ନେଇ ବିକ୍ରୟ କରିଥାନ୍ତି। ଏହି ବହି ଜୟପୁର ଆଞ୍ଚଳିକ କାର୍ଯ୍ୟାଳୟରେ ମିଳିବ ନାହିଁ। ଏହା ବ୍ରହ୍ମପୁରସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟରେ ରହିବ ା ଜିଲା ଶିକ୍ଷାଧିକାରୀଙ୍କ ଅନୁମତି ପରେ ଅନୁମତିପ୍ରାପ୍ତ ବହି ଦୋକାନଗୁଡିକ ବ୍ରହ୍ମପୁରରୁ ଏହି ବହି ଆଣି ବିକ୍ରି କରିବେ। ଉପରୋକ୍ତ ୪ଟି ଜିଲାର ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ବହି ରଖିବାକୁ ଜୟପୁର ଆଞ୍ଚଳିକ କାର୍ଯ୍ୟାଳୟରେ ଗୋଦାମ ସହ ଆବଶ୍ୟକ କର୍ମଚାରୀ ନ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଞ୍ଚଳିକ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଯୁଗ୍ମ ସଚିବ ସୁନାକର କାର୍ଜିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏନେଇ ବୋର୍ଡ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ ା ଏଥିପାଇଁ ଆଞ୍ଚଳିକ କାର୍ଯ୍ୟାଳୟରେ ସମସ୍ୟା ରହିଥିବାରୁ ଏପରି ବ୍ୟବସ୍ଥା ହୋଇଥିବା ସେ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ ପାଇଁ ଛାତ୍ରୀ କୀର୍ତ୍ତନା ମନୋନୀତ, ଅଞ୍ଚଳରେ ଖୁସିର ଲହରି

ପଟାଙ୍ଗି,୧୯ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ କୀର୍ତ୍ତନା ସାହୁ ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମକୁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri