ପିକ୍ନିକ୍ ସ୍ପଟ୍: ପୁଞ୍ଜିସିଲ
ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି କୋରାପୁଟ ଜିଲା। ଏଠାରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ପୁଞ୍ଜିସିଲ ଅନ୍ୟତମ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ଜିଲାର ବିଭିନ୍ନ ଝରଣାର କୁଳୁକୁଳୁ ସ୍ବର। ପାହାଡ଼ ଉପରୁ ପ୍ରବାହିତ ହେଉଥିବା…
କୋରାପୁଟରେ ପହଞ୍ଚିଲା କରୋନା ଟିକା
କୋରାପୁଟ,୧୪।୧(ସ୍ବ.ପ୍ର.): କୋରାପୁଟରେ ଗୁରବାର ପହଞ୍ଚିଛି ୮୩୦୦ ଡୋଜ୍ କୋଭିଡ ସିଲ୍ଡ ଟିକା। ଏହାକୁ କୋରାପୁଟ ଆଞ୍ଚଳିକ ଟିକା କେନ୍ଦ୍ରଠାରେ ରଖାଯାଇଛି। ଏହି ଟିକା କୋରାପୁଟରେ ପହଞ୍ଚିବା ପରେ ଜିଲାପାଳ ମଧୁସୂଦନ ମିଶ୍ର ଆଞ୍ଚଳିକ ଟିକା କେନ୍ଦ୍ରରେ ପହଞ୍ଚି ଅନୁଧ୍ୟାନ କରିବା ସହିତ…
୬ଶହ ଲୋକଙ୍କୁ ଗୋଟିଏ ନଳକୂପ
କୋରାପୁଟ,୧୨।୧(ସ୍ବ.ପ୍ର.): ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାତ୍ର ଏଥିରୁ ସୁଫଳ ଗ୍ରାମବାସୀ ଠିକ ଭାବେ ପାଇପାରୁନାହାନ୍ତି। ସେହିପରି ଅବସ୍ଥା ଦେଖିବାକୁ ମିଳିଛି କୋରାପୁଟ ବ୍ଲକ…
ଅପରକୋଲାବ କେନାଲରେ ୩୦ ଫୁଟ ଘାଇ: ଶତାଧିକ ଏକର ଚାଷଜମିରେ ମାଡ଼ିଗଲା ପାଣି, ମାଟି
ଜୟପୁର, ୧୦।୧(ନି.ପ୍ର.): ଅପର କୋଲାବ ପ୍ରୋଜେକ୍ଟର ଧନପୁର ଶାଖା କେନାଲ ଶୁକ୍ରବାର ରାତିରେ ଭୁଶୁଡ଼ିପଡିଛି। ଫଳରେ ପାଖାପାଖି ୩୦ ଫୁଟ୍ ଓସାରରେ ଘାଇ ସୃଷ୍ଟି ହୋଇ ଚାଷଜମିରେ ପାଣି ପଶିଛି। ଶତାଧିକ ଏକର ଚାଷଜମିରେ ପାଣି ପଶି ମାଟି ମାଡ଼ିଯାଇଛି। ମୁଖ୍ୟ…
ମାଲବାହୀ ଟ୍ରେନ ଲାଇନଚ୍ୟୁତ: ତଳକୁ ଖସିଲା ୪ ବଗି
କୋରାପୁଟ,୨୯।୧୨(ସ୍ବ.ପ୍ର.): କୋରାପୁଟ ନିକଟସ୍ଥ ମାଳିଗୁଡ଼ା ଓ ଜରଟି ରେଳ ଷ୍ଟେଶନ ମଧ୍ୟରେ ମଙ୍ଗଳବାର ଭୋରରୁ ଏକ ଲୁହାପଥର ବୋଝେଇ ମାଲବାହି ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ୪ଟି ବଗି ରେଳଧାରଣାରୁ ତଳକୁ ଖସିଯାଇଛି । ପରେ ଏହି ରୁଟରେ ସମସ୍ତ ଟ୍ରେନ…
ବାଗ୍ରୀବେଡ଼ା ଗ୍ରାମକୁ ନାହିଁ ରାସ୍ତା
ଦଶମନ୍ତପୁର, ୧୯।୧୨ ( ଡ଼ି.ଏନ.ଏ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ନନ୍ଦିଗାଁ ପଞ୍ଚାୟତର ବାଗ୍ରୀବେଡ଼ା ଗ୍ରାମର ଗ୍ରାମବାସୀ ଅନେକ ସମସ୍ୟା ମଧ୍ୟରେ କାଳ କାଟୁଛନ୍ତି। ବିଭିନ୍ନ ସରକାରୀ ଯୋଜନା ସେମାନଙ୍କ ନିକଟରେ ଅପହଞ୍ଚ ହୋଇ ରହିଛି। ୭୯ ପରିବାରକୁ ନେଇ…
ମାଫିଆଙ୍କ କବ୍ଜାରେ ରତ୍ନପଥର ଖଣି
ବିଷମକଟକ/କୋରାପୁଟ,୧୩ା୧୨(ସ୍ବ.ପ୍ର.): ରାୟଗଡ଼ା ଜିଲାରୁ ଅବାଧରେ ବାହାର ରାଜ୍ୟକୁ ରତ୍ନପଥର ଚାଲାଣ କରାଯାଉଛି। ଦୀର୍ଘ ବର୍ଷ ଧରି ମାଫିଆମାନେ ଏହି କାରବାର ଚଳାଇଥିଲେ ମଧ୍ୟ ଏଥିରେ ଲଗାମ ଲାଗିପାରୁନାହିଁ। ସୋମବାର କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ରାୟଗଡ଼ା ସହରରୁ ଅମ୍ବାଦଳା ଥାନା ଅଧୀନ ବିଜାବନ୍ଦାଳି ଗ୍ରାମର…
ହେଲମେଟ୍ ପିନ୍ଧିବା ନେଇ ସହରବାସୀଙ୍କୁ ସଚେତନ କଲା ଟାଉନ ପୋଲିସ
କୋରାପୁଟ,୧୦ା୧୨(ସ୍ବ.ପ୍ର.): ପୂର୍ବରୁ ବାଇକ ଚଳାଇବା ବେଳେ କେବଳ ଗାଡ଼ିଚାଳକ ହେଲମେଟ୍ ପିନ୍ଧିବା ନିୟମ ଥିବାବେଳେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବାଇକଚାଳକଙ୍କ ସହ ପଛରେ ବସିଥିବା ଯାତ୍ରୀ ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ା ତେଣୁ ଗାଡ଼ି ଚଳାଇବା…
ବିନା ମାଟିରେ ଜୈବିକ ଚାଷ କରି ଦିଗ୍ଦର୍ଶକ ପାଲଟିଛନ୍ତି କୋରାପୁଟର ପୁଅ
କୋରାପୁଟ,୫ା୧୨(ସ୍ବ.ପ୍ର.): କରୋନା ମହାମାରୀ ଯୋଗୁ ସବୁକିଛି ବଦଳିଯାଇଛି। କିଛି ଲୋକ ନିଜନିଜ କାର୍ଯ୍ୟରେ ପରିବର୍ତ୍ତନ ଆଣିଥିବାବେଳେ ଆଉ କିଛି ଲୋକ ନୂତନ କୌଶଳ ଆପଣାଇ ନିଜକୁ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ଏହି କରୋନା ଯୋଗୁ ବାଙ୍ଗାଲୁରୁରେ ଡାଟା ସାଇନ୍ସ…
ଆବାସ ଯୋଜନାରେ ସାମିଲ ହୋଇନି ୬ ଗାଁ
ଜୟପୁର,୫।୧୨ (ନି.ପ୍ର.): ଗରିବ ଲୋକଙ୍କୁ ଘର ଯୋଗାଇବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କା ଘର ପରି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ା ମାତ୍ର ଏହି ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁନାହିଁ। କୋରାପୁଟ ଜିଲାର ବୋରିଗୁମ୍ମା…
ବନ୍ୟଜନ୍ତୁଙ୍କ ମରଣଯନ୍ତା: ରାଞ୍ଚି-ବିଜୟୱାଡା ରାସ୍ତା
ବୈପାରିଗୁଡ଼ା,୪।୧୨ (ଡି.ଏନ୍.ଏ.): ବନ୍ୟଜନ୍ତୁଙ୍କ ପାଇଁ ମରଣଯନ୍ତା ପାଲଟିଛି ରାଞ୍ଚି-ବିଜୟୱାଡା ରାସ୍ତା। ୨ ବର୍ଷ ମଧ୍ୟରେ ଶହ ଶହ ବିରଳ ପଶୁପକ୍ଷୀ ଦ୍ରୁତଗାମୀ ବସ୍ ଚକା ତଳେ ଚାପିହୋଇ ମୃତ୍ୟୁବରଣ କଲେଣି। ଏନେଇ ବନ ବିଭାଗର ନିଦ ଭାଙ୍ଗୁନାହିଁ। ୨ ବର୍ଷ ତଳେ…
ବିଭିନ୍ନ ଦାବି ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ
କୋରାପୁଟ,୩ା୧୨(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ଏ ସମ୍ପର୍କିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଲମତାପୁଟ ସିନ୍ଧିପୁଟିଠାରେ ଏକ ମେଗା ବ୍ରିଜ କରାଯିବା,…
Archives


