୬ଶହ ଲୋକଙ୍କୁ ଗୋଟିଏ ନଳକୂପ

କୋରାପୁଟ,୧୨।୧(ସ୍ବ.ପ୍ର.): ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାତ୍ର ଏଥିରୁ ସୁଫଳ ଗ୍ରାମବାସୀ ଠିକ ଭାବେ ପାଇପାରୁନାହାନ୍ତି। ସେହିପରି ଅବସ୍ଥା ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତର ୧୫ ନଂ. ଓ୍ବାର୍ଡର ପରଜାଲିମକା ଗ୍ରାମରେ। ଏହି ଗ୍ରାମରେ ୯୦ଟି ପରିବାରର ପ୍ରାୟ ୬ଶହ ଲୋକ ବସବାସ କରନ୍ତି। ଅଧିକାଂଶ ହେଉଛନ୍ତି ଆଦିବାସୀ ପରଜା ସମ୍ପ୍ରଦାୟର। ଏତେ ଲୋକଙ୍କ ପାଇଁ ଗ୍ରାମରେ ୩ଟି ନଳକୂପ ଖନନ ହୋଇଥିଲା। ୨ଟି ଦୀର୍ଘବର୍ଷ ହେଲା ଅଚଳ ହୋଇପଡିଥିବା ବେଳେ ଏବେ ଗୋଟିଏ ନଳକୂପ ଗ୍ରାମବାସୀଙ୍କ ଭରସା। ଦିନ ରାତି ଗ୍ରାମବାସୀ ଏଠାରେ ପାଣି ନେବାକୁ ପାଇଁ ଭିଡ ଜମାଇଥାନ୍ତି। ତେବେ ସେଠାରୁ ଗ୍ରାମବାସୀଙ୍କ ଆବଶ୍ୟକତା ମୁତାବକ ପାନୀୟ ଜଳ ମିଳେନାହିଁ। ଫଳରେ ସେମାନେ ଗ୍ରାମ ଉପକଣ୍ଠରେ ଥିବା ଏକ ଚୁଆ ପାଣି ଉପରେ ନିର୍ଭର କରିଥାନ୍ତି। ୧୦ ବର୍ଷ ତଳେ ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହି ଚୁଆ ନିକଟରେ ଏକ କୁଣ୍ଡ ନିର୍ମାଣ କରାଯାଇ ସେହି ସ୍ଥାନରେ ଏକ ମୋଟର ବସାଇ ଲୋକଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲା। ମାତ୍ର ଏହି ପ୍ରକଳ୍ପ ଆରମ୍ଭର କିଛି ମାସ ପରେ ମୋଟରଟି ଚୋରି ହୋଇଯାଇଥିଲା। ସେବେଠାରୁ ଏହି ଜଳ ଯୋଗାଣ ପ୍ରକଳ୍ପ ଠପ ହୋଇ ରହିଛି ବୋଲି ଗ୍ରାମର ନାୟକ ନବିନା ନାରଙ୍ଗିଆ ଓ ରାମ ମାଝି କହିଛନ୍ତି। ଏହି ଚୁଆ ପାଣିକୁ ଆମେ ଗାଧୋଇବା ଏବଂ ବାସନ ମାଜିବା ଆଦି କାର୍ଯ୍ୟରେ ବ୍ୟବହାର କରିଥାଉ ବୋଲି କହନ୍ତି ଗ୍ରାମର ଭଗବତୀ ମାଝି ା ଏହି ଚୁଆ ସ୍ଥାନଟି ଗୋଡାଣିଆ ହୋଇଥିବାରୁ ଅଧିକାଂଶ ସମୟରେ ପାଣି ନେଇ ଯିବା ବେଳେ ଗ୍ରାମବାସୀ ଗୋଡ ଖସି ପଡିଯାଇ ଆହତ ହୋଇଥାନ୍ତି। ଗ୍ରାମରେ ଥିବା ୨ ଟି ଅଚଳ ନଳକୂପକୁ ମରାମତି କରିବା ପାଇଁ ଗ୍ରାମବାସୀ ପଞ୍ଚାୟତ ସହ ବ୍ଲକ ପ୍ରଶାସନକୁ ଅନେକ ଥର ଜଣାଇବା ସତ୍ୱେ କିଛି ସୁଫଳ ମିଳିନାହିଁ। ଗ୍ରାମବାସୀଙ୍କ ମୁଖ୍ୟ ଜିବିକା ଚାଷ ହୋଇଥିଲେ ମଧ୍ୟ ପାଣି ସୁବିଧା ନ ଥିବାରୁ ବର୍ଷା ଦିନ ଛାଡିଦେଲେ ଅନ୍ୟ ମାସରେ ଜମି ପଡିଆ ପଡିଥାଏ। ଗ୍ରାମରେ ପାନୀୟ ଜଳ ସଙ୍କଟ ନେଇ ୱାଡମେମ୍ବର ସନ୍ତୋଷ ରାଓଙ୍କୁ ପଚାରିବାରୁ ସେ କହିଲେ ଯେ, ଗ୍ରାମବାସୀଙ୍କ ପାଣି ସମସ୍ୟା ନେଇ ସେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ କୋରାପୁଟ ପଞ୍ଚାୟତ ସମିତିକୁ ବାରମ୍ବାର ଅବଗତ କରାଇଛନ୍ତି। ଏଥିପ୍ରତି ଅଧିକାରୀମାନେ ଗୁରୁତ୍ୱ ଦେଇନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଡିଓ ନରେନ୍ଦ୍ର ନାୟକଙ୍କୁ ପଚାରିବାକୁ ଫୋନ କରାଯାଇଥିଲେ ମଧ୍ୟ ସେ ଉଠାଇ ନଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ କଟକଣା ପାଇଁ ସ୍ବତନ୍ତ୍ର ବୈଠକ: ଟେଷ୍ଟିଂ, ଟିକାଦାନ ଅଲଗା

ନିଶ୍ଚିନ୍ତକୋଇଲି,୧୭।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକଇଲି ବ୍ଲକରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏହି ବ୍ଲକରେ କରୋନା ୬ ମୁଣ୍ଡ ନେଇଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ...

୨ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବନ୍ଦ

ଠାକୁରମୁଣ୍ଡା,୬।୧୧(ଡି.ଏନ୍‌.ଏ):  ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ୨ ପ୍ରାଥମିକ ବିଦ୍ୟାଳୟରେ ଗତ ଗୁରୁବାରଠାରୁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି। ମଧ୍ୟାହ୍ନ...

ସାକ୍ଷୀଙ୍କ ଆତ୍ମହତ୍ୟା ନେଇ ଉଦ୍‌ବେଗ ପ୍ରକାଶ କଲେ କୋର୍ଟ

କଟକ ଅଫିସ, ୨୩ା୧୨:ହାତୀମୃତ୍ୟୁକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି ହାଇକୋର୍ଟ। ଗୁରୁବାର ଶୁଣାଣି ବେଳେ ହାଇକୋର୍ଟ ଶିମିଳିପାଳ ହାତୀ ମୃତ୍ୟୁ ମାମଲାରେ ଜଣେ ସାକ୍ଷୀ...

ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୧୫ା୨ – ରନ୍ଧନ ଗ୍ୟାସ ଏଲ୍‌ପିଜି ମୂଲ୍ୟ ବୃଦ୍ଧି କରାଯାଇଥିବା ପ୍ରତିବାଦରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଙ୍ଗଠନର କର୍ମକର୍ତ୍ତାମାନେ...

ବିଜେଡି ଖେଳିଲା ମହିଳା କାର୍ଡ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି। ପୂର୍ବରୁ ଭାଜପା ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ବୁଧବାର ମହିଳା କାର୍ଡ...

କୁସୁଡିହା-ଦଣ୍ଡାନାଳ ରାସ୍ତା ମରଣଯନ୍ତା

ରୂପସା, ୧୬।୭(ଡି.ଏନ.ଏ.) ବାଲେଶ୍ୱର ସଦର ବ୍ଲକ ରସଲପୁର ପଞ୍ଚାୟତ କୁସୁଡ଼ିହା ଛକଠାରୁ ଦଣ୍ଡାନାଳ ପର୍ଯ୍ୟନ୍ତ ଥିବା ଆରଡ଼ି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ବର୍ଷାଦିନେ ରାସ୍ତାରେ...

ଚୋରି ପର୍ଦ୍ଦାଫାଶ: ୪ ଗିରଫ, ଟଙ୍କା,ଅଳଙ୍କାର ଜବତ

କେସିଙ୍ଗା,୧୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ୯ ନମ୍ବର ୱାର୍ଡର ମଧୁ ଠାକୁରଙ୍କ ଘରେ ଶୁକ୍ରବାର ରାତିରେ ଚୋରି ହୋଇଥିଲା। ଏ ନେଇ ଶନିବାର କେସିଙ୍ଗା...

କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଶତକ ଛୁଇଁଲା ପୁରୀ

ପୁରୀ ଅଫିସ, ୬।୬: କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଶନିବାର ପୁରୀ ଜିଲା ଶତକ ଛୁଇଁଛି। ପୂର୍ବରୁ ଜିଲାର ୯୯ଜଣ ଏହି ମହାମାରୀ ଭୂତାଣୁ ଦ୍ୱାରା ସଂକ୍ରମିତ...

Advertisement
Archives

Model This Week