୬ଶହ ଲୋକଙ୍କୁ ଗୋଟିଏ ନଳକୂପ

କୋରାପୁଟ,୧୨।୧(ସ୍ବ.ପ୍ର.): ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାତ୍ର ଏଥିରୁ ସୁଫଳ ଗ୍ରାମବାସୀ ଠିକ ଭାବେ ପାଇପାରୁନାହାନ୍ତି। ସେହିପରି ଅବସ୍ଥା ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତର ୧୫ ନଂ. ଓ୍ବାର୍ଡର ପରଜାଲିମକା ଗ୍ରାମରେ। ଏହି ଗ୍ରାମରେ ୯୦ଟି ପରିବାରର ପ୍ରାୟ ୬ଶହ ଲୋକ ବସବାସ କରନ୍ତି। ଅଧିକାଂଶ ହେଉଛନ୍ତି ଆଦିବାସୀ ପରଜା ସମ୍ପ୍ରଦାୟର। ଏତେ ଲୋକଙ୍କ ପାଇଁ ଗ୍ରାମରେ ୩ଟି ନଳକୂପ ଖନନ ହୋଇଥିଲା। ୨ଟି ଦୀର୍ଘବର୍ଷ ହେଲା ଅଚଳ ହୋଇପଡିଥିବା ବେଳେ ଏବେ ଗୋଟିଏ ନଳକୂପ ଗ୍ରାମବାସୀଙ୍କ ଭରସା। ଦିନ ରାତି ଗ୍ରାମବାସୀ ଏଠାରେ ପାଣି ନେବାକୁ ପାଇଁ ଭିଡ ଜମାଇଥାନ୍ତି। ତେବେ ସେଠାରୁ ଗ୍ରାମବାସୀଙ୍କ ଆବଶ୍ୟକତା ମୁତାବକ ପାନୀୟ ଜଳ ମିଳେନାହିଁ। ଫଳରେ ସେମାନେ ଗ୍ରାମ ଉପକଣ୍ଠରେ ଥିବା ଏକ ଚୁଆ ପାଣି ଉପରେ ନିର୍ଭର କରିଥାନ୍ତି। ୧୦ ବର୍ଷ ତଳେ ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହି ଚୁଆ ନିକଟରେ ଏକ କୁଣ୍ଡ ନିର୍ମାଣ କରାଯାଇ ସେହି ସ୍ଥାନରେ ଏକ ମୋଟର ବସାଇ ଲୋକଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲା। ମାତ୍ର ଏହି ପ୍ରକଳ୍ପ ଆରମ୍ଭର କିଛି ମାସ ପରେ ମୋଟରଟି ଚୋରି ହୋଇଯାଇଥିଲା। ସେବେଠାରୁ ଏହି ଜଳ ଯୋଗାଣ ପ୍ରକଳ୍ପ ଠପ ହୋଇ ରହିଛି ବୋଲି ଗ୍ରାମର ନାୟକ ନବିନା ନାରଙ୍ଗିଆ ଓ ରାମ ମାଝି କହିଛନ୍ତି। ଏହି ଚୁଆ ପାଣିକୁ ଆମେ ଗାଧୋଇବା ଏବଂ ବାସନ ମାଜିବା ଆଦି କାର୍ଯ୍ୟରେ ବ୍ୟବହାର କରିଥାଉ ବୋଲି କହନ୍ତି ଗ୍ରାମର ଭଗବତୀ ମାଝି ା ଏହି ଚୁଆ ସ୍ଥାନଟି ଗୋଡାଣିଆ ହୋଇଥିବାରୁ ଅଧିକାଂଶ ସମୟରେ ପାଣି ନେଇ ଯିବା ବେଳେ ଗ୍ରାମବାସୀ ଗୋଡ ଖସି ପଡିଯାଇ ଆହତ ହୋଇଥାନ୍ତି। ଗ୍ରାମରେ ଥିବା ୨ ଟି ଅଚଳ ନଳକୂପକୁ ମରାମତି କରିବା ପାଇଁ ଗ୍ରାମବାସୀ ପଞ୍ଚାୟତ ସହ ବ୍ଲକ ପ୍ରଶାସନକୁ ଅନେକ ଥର ଜଣାଇବା ସତ୍ୱେ କିଛି ସୁଫଳ ମିଳିନାହିଁ। ଗ୍ରାମବାସୀଙ୍କ ମୁଖ୍ୟ ଜିବିକା ଚାଷ ହୋଇଥିଲେ ମଧ୍ୟ ପାଣି ସୁବିଧା ନ ଥିବାରୁ ବର୍ଷା ଦିନ ଛାଡିଦେଲେ ଅନ୍ୟ ମାସରେ ଜମି ପଡିଆ ପଡିଥାଏ। ଗ୍ରାମରେ ପାନୀୟ ଜଳ ସଙ୍କଟ ନେଇ ୱାଡମେମ୍ବର ସନ୍ତୋଷ ରାଓଙ୍କୁ ପଚାରିବାରୁ ସେ କହିଲେ ଯେ, ଗ୍ରାମବାସୀଙ୍କ ପାଣି ସମସ୍ୟା ନେଇ ସେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ କୋରାପୁଟ ପଞ୍ଚାୟତ ସମିତିକୁ ବାରମ୍ବାର ଅବଗତ କରାଇଛନ୍ତି। ଏଥିପ୍ରତି ଅଧିକାରୀମାନେ ଗୁରୁତ୍ୱ ଦେଇନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଡିଓ ନରେନ୍ଦ୍ର ନାୟକଙ୍କୁ ପଚାରିବାକୁ ଫୋନ କରାଯାଇଥିଲେ ମଧ୍ୟ ସେ ଉଠାଇ ନଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri