ବିନା ମାଟିରେ ଜୈବିକ ଚାଷ କରି ଦିଗ୍‌ଦର୍ଶକ ପାଲଟିଛନ୍ତି କୋରାପୁଟର ପୁଅ

କୋରାପୁଟ,୫ା୧୨(ସ୍ବ.ପ୍ର.): କରୋନା ମହାମାରୀ ଯୋଗୁ ସବୁକିଛି ବଦଳିଯାଇଛି। କିଛି ଲୋକ ନିଜନିଜ କାର୍ଯ୍ୟରେ ପରିବର୍ତ୍ତନ ଆଣିଥିବାବେଳେ ଆଉ କିଛି ଲୋକ ନୂତନ କୌଶଳ ଆପଣାଇ ନିଜକୁ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ଏହି କରୋନା ଯୋଗୁ ବାଙ୍ଗାଲୁରୁରେ ଡାଟା ସାଇନ୍ସ ପାଠ ପଢୁଥିବା ଛାତ୍ର ଅଙ୍କିତ ମହାନ୍ତି ନିଜ ଘର କୋରାପୁଟକୁ ଆସି ଶିକ୍ଷାର କୌଶଳ ଅବଳମ୍ବନ କରି କୃଷିକ୍ଷେତ୍ରରେ ସମସ୍ତଙ୍କ ପାଇଁ ଏକ ଦିଗ୍‌ଦର୍ଶକ ପାଲିଟିଛନ୍ତି। ଅଙ୍କିତ ବିନା ମାଟିରେ କେବଳ ପାଣିରେ ଜୈବିକ ସାର ବ୍ୟବହାର କରି ଏହି ଚାଷ କରିଛନ୍ତି। ଏହି ପ୍ରଣାଳୀ ଆପଣାଇ ପ୍ଲାଷ୍ଟିକ ପାଇପ୍‌ ଦ୍ୱାରା ଭଳିକି ଭଳି ଶାଗ, କ୍ୟାପ୍‌ସିକମ, ଟମାଟୋ ଆଦି ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି। ଯାହା ସାଧାରଣ ଅମଳ ଅପେକ୍ଷା ପ୍ରାୟ ୧୦ ଗୁଣ ଅଧିକ ଅମଳ ହୋଇପାରୁଛି ବୋଲି କୁହନ୍ତି ଅଙ୍କିତ। ଏହି ପନିପରିବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ହିତକର ହେବା ସହ କମ୍‌ ସ୍ଥାନରେ ତଟକା ସବୁଜ ପନିପରିବା ଉପାର୍ଜନ କରିବାର ମାଧ୍ୟମ ପାଲଟିଛି। ବର୍ତ୍ତମାନ ତାଙ୍କ ଘର ଛାତରେ ଏହି ଗବେଷଣା ଆରମ୍ଭ କରିଥିବାବେଳେ ଆଗକୁ ଅଧିକ ସ୍ଥାନରେ ଏହା କରିବା ଯୋଜନା ରଖିଛନ୍ତି ଅଙ୍କିତ।

ପାଠପଢ଼ିବା ସମୟରେ ବାଙ୍ଗାଲୁରୁ ଭଳି ସହରରେ ତଟକା ପନିପରିବା ନ ପାଇବା ଭଳି ସମସ୍ୟାକୁ ମନେପକାଇ ସେଗୁଡିକର ସମାଧାନ ଖୋଜିବାରେ ଲାଗିଲେ।ତେବେ ପନିପରିବା ଚାଷ ବିନା ମାଟିରେ ମଧ୍ୟ ହୋଇପାରୁଥିବା ଜାଣିବାକୁ ପାଇ ସେ ସମ୍ପର୍କରେ ଚର୍ଚ୍ଚା, ଆଲୋଚନା, କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାରେ ଲାଗିଲେ। କିଛି ମାସର ଅଧ୍ୟୟନ ଓ ପ୍ରୟୋଗ ଅଙ୍କିତଙ୍କୁ ସଫଳତା ଆଣି ଦେଇଛି। ବିନା ମାଟିରେ ଚାଷ କରିବା ଅଧିକ ଆକର୍ଷଣୀୟ ହୋଇପାରିବା ସହିତ କମ୍‌ ଜାଗାରେ ଅଧିକ ପନିପରିବା ଉତ୍ପାଦନ ମଧ୍ୟ ହେଉଛି। ଏହିପରି ଚାଷ କରିବା ପାଇଁ ପ୍ରଥମେ ଖର୍ଚ୍ଚ କିଛି ମାତ୍ରାରେ ଅଧିକ ହେଉଥିଲେ ବି ଦୁଇ ତିନି ବର୍ଷରେ ଏହି ଚାଷରୁ ଉପତ୍ାଦନ ଅଧିକ ମିଳିପାରିବ ବୋଲି ସେ ପ୍ରକାଶ କରିଛନ୍ତି। କରୋନା ସମୟରେ କଷ୍ଟ କ’ଣ ସେ ଅନୁଭବ କରି ସେହି ଅଭିଜ୍ଞତାକୁ ମନେ ରଖି ଭବିଷ୍ୟତ ଜୀବନରେ ଚାଷକୁ ଆପଣାଇବା ପାଇଁ ସ୍ଥିର କରିନେଇଛନ୍ତି। ଫଳରେ କୋରାପୁଟର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ତାଙ୍କର ଏହି ଛୋଟ ଗବେଷଣା କ୍ଷେତ୍ର କାମ ହେବ ବୋଲି ସେ ଆଶାପୋଷଣ କରିଛନ୍ତି। ଅଙ୍କିତଙ୍କ ଏହି ପ୍ରୟାସ ଯୁବପିଢିଙ୍କୁ ନୂତନ ଉତ୍ସାହ ପ୍ରଦାନ କରିବାରେ ସହାୟକ ହେବ ବୋଲି କୃଷି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri