ବାଗ୍ରୀବେଡ଼ା ଗ୍ରାମକୁ ନାହିଁ ରାସ୍ତା

ଦଶମନ୍ତପୁର, ୧୯।୧୨ ( ଡ଼ି.ଏନ.ଏ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ନନ୍ଦିଗାଁ ପଞ୍ଚାୟତର ବାଗ୍ରୀବେଡ଼ା ଗ୍ରାମର ଗ୍ରାମବାସୀ ଅନେକ ସମସ୍ୟା ମଧ୍ୟରେ କାଳ କାଟୁଛନ୍ତି। ବିଭିନ୍ନ ସରକାରୀ ଯୋଜନା ସେମାନଙ୍କ ନିକଟରେ ଅପହଞ୍ଚ ହୋଇ ରହିଛି। ୭୯ ପରିବାରକୁ ନେଇ ଗଢି ଉଠିଥିବା ଏହି ଗ୍ରାମ ପଞ୍ଚାୟତଠାରୁ ମାତ୍ର ୫ କିମି ଦୂରରେ ରହିଛି।ନନ୍ଦିଗାଁ ପଞ୍ଚାୟତଠାରୁ ମାଳି ବିଶାଳି ଗାଁ ପର୍ଯ୍ୟନ୍ତ ପକ୍କା ରାସ୍ତା ରହିଥିବା ସେଠାରୁ ବାଗ୍ରୀବେଡ଼ା ଗ୍ରାମକୁ ରାସ୍ତା ନାହିଁ। ବିପଦପୂର୍ଣ୍ଣ ଜଙ୍ଗଲିଆ ରାସ୍ତାକୁ ଅତିକ୍ରମ କଲେ ବାଗ୍ରୀବେଡ଼ାରେ ପହଞ୍ଚତ୍ ହେବ। ମାଳିବିଶାଳି ଛକରୁ ବାଗ୍ରୀବେଡ଼ା ଯିବାବେଳେ ବାଟରେ ବିଜାଗଛ ଝୋଲା, ଜାମଗଛ ଝୋଲା ଏବଂ ଡୁମୁରିଗଛ ଝୋଲା ପଡେ। ଏହି ଝୋଲା ପାରି ହୋଇ ଯିବାକୁ ପଡୁଥିବାରୁ ଗ୍ରାମବାସୀ ପ୍ରାୟ ସେତେ ଜରୁରୀ ନ ପଡିଲେ ପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯାଆନ୍ତିନାହିଁ । ଏହି ଝୋଲା ଯୋଗୁ ଏଯାଏ ଗ୍ରାମକୁ ୩ ଚାକିଆ ଯାନ ଯାଇପାରୁନାହିଁ। ଗାଁରେ କୌଣସି ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଆମେ ଦୋଳାରେ ମାଳିବିଶାଳି ଛକ ଯାଏ ୩କିମି ବୋହି ନେଇ ଡାକ୍ତରଖାନା ନେଇଥାଉ ବୋଲି ଗ୍ରାମର ଧନୁର୍ଜୟ କମାର, ଶ୍ରୀରାମ ମୁଦୁଲି, ତ୍ରିନାଥ ଜାନି, ସଞ୍ଜୀବ ମୁଦୁଲି, ଭାଲୁ ମୁଦୁଲି ପ୍ରମୁଖ କହିଛନ୍ତି। ଏପରି କି ଡାକ୍ତରଖାନା ନେବା ବେଳେ ଏହି ଝୋଲା ଯୋଗୁ କେତେକ ରୋଗୀଙ୍କ ଅଧାବାଟରେ ମୃତ୍ୟୁ ଘଟିଛି ବୋଲି ସେମାନେ କହିଛନ୍ତି। ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଝୋଲା ଉପରେ କଲଭର୍ଟ ନିର୍ମାଣ କରାଯାଇ ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନ ହେଲେ ଆମେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ଡ଼ମ୍ବରୁଧର ମଲ୍ଲିକଙ୍କ ମତାମତ ନେବାକୁ ତାଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ପାଇଁ ଭଞ୍ଜସେନାର ଚେତାବନୀ

ବାରିପଦା ଅଫିସ,୩ା୧- ମୟୂରଭଞ୍ଜ ଜିଲାରେ ପର୍ଯ୍ୟଟନସ୍ଥଳ ଭରପୁର ଥିଲେ ମଧ୍ୟ ଏହାର ଉନ୍ନତି କିମ୍ବା ରକ୍ଷଣାବେକ୍ଷଣ ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର କୌଣସି ପଦକ୍ଷେପ...

ସମସ୍ୟାରେ କୁଆମରା ମ.ଇ. ବିଦ୍ୟାଳୟ

କୁଆମରା,୭ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ କୁଆମରା ମ.ଇ ବିଦ୍ୟାଳୟ ପ୍ରଶାସନିକ ଅବହେଳାର ଶିକାର ହୋଇଛି। ରାଜରାଜୁଡା ଅମଳରୁ ୧୮୯୨ ମସିହାରେ ପ୍ରତିଷ୍ଠିତ...

ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟି ନେଲେ ଆଳୁ ବସ୍ତା

ରୂପ୍‌ସା, ୨୯।୩(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଗହୀରସିମୁଳିଆଠାରେ ୫ଜଣ ଡକାୟତ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ଛୁରିରେ ଆକ୍ରମଣ କରି ତାଙ୍କଠାରୁ ୭ହଜାର...

୨୭ ଗାଁ ପାଣି ଘେରରେ, ବନ୍ଦହେଲା ୩୨ ସ୍କୁଲ

ନୟାଗଡ଼ ଅଫିସ,୧୬।୮: ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଦେଖାଦେଇଛି। ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଫଳରେ ନୟାଗଡ଼ ଜିଲା ଗଣିଆ ବ୍ଲକର ୨୭...

ବାଲେଶ୍ବରରେ ଭାରତ ବନ୍ଦ ଡାକରା ପ୍ରଭାବଶୂନ୍ୟ

ବାଲେଶ୍ୱର ଅଫିସ, ୨୯।୧: ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ବାଲେଶ୍ବରରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବୁଧବାର ପୂର୍ବାହ୍ନ ୯ଟା ସମୟରେ...

ବଦଳିବ ହୀରାକୁଦ ଡ୍ୟାମ୍‌ର ପୁରୁଣା ଯନ୍ତ୍ରାଂଶ

ସମ୍ବଲପୁର,୮।୧(ବ୍ୟୁରୋ):ହୀରକୁଦ ଡ୍ୟାମ୍‌ର ସୁରକ୍ଷାକୁ ନେଇ ଏକ ବିଶେଷଜ୍ଞ ଦଳ ମଙ୍ଗଳବାର ପରିଦର୍ଶନ କରିଛନ୍ତି। ସେମାନେ ଅତିରିକ୍ତ ସ୍ପିଲୱେ, ଗେଟ୍‌, ନଦୀବନ୍ଧ ମରାମତି କାମ, ଗେଟ୍‌ ମରାମତି...

ଅବ୍ୟବସ୍ଥାରେ ବାନ୍ଧଗଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର

ଖୁଣ୍ଟା,୫ା୯(ଡି.ଏନ୍‌.ଏ.)-ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଖୁଣ୍ଟା ବ୍ଲକ ଅଧୀନ ବାହାନଡା ପଞ୍ଚାୟତର ବାନ୍ଧଗଡା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅବ୍ୟବସ୍ଥାରେ ଚାଲିଛି । ୨୦୦୦...

ହସ୍ପିଟାଲ ରାସ୍ତାରେ ବୁଲିଲା ହାତୀ

ରାଇବଣିଆ,୫ା୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଖୁଆଡ଼ ହସ୍ପିଟାଲ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳବାସୀ ହାତୀକୁ ଦେଖି...

Advertisement
Archives

Model This Week