ଖୋର୍ଦ୍ଧା

ପଲ୍‌ସର୍‌ରେ ଆସିଲେ, ବ୍ଲାଙ୍କ୍‌ ଫାୟାରିଂ କରି କାର୍‌ରୁ ୮.୩୦ ଲକ୍ଷ ଲୁଟିନେଲେ

ବାଣପୁର,୧୯ା୧୧(ଦିଲୀପ କୁମାର ସ୍ବାଇଁ): ବାଣପୁର ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ ନିକଟରେ ଚାଉଳ ସ’ ମିଲ୍‌ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୮ଲକ୍ଷ ୩୦ହଜାର ଟଙ୍କା ଲୁଟି…

ବରଫ ଫ୍ୟାକ୍ଟ୍ରିରେ ବଡ଼ ଧରରଣର ଅଗ୍ନିକାଣ୍ଡ

ଜଟଣୀ,୧୯।୧୧: ଖୋର୍ଦ୍ଧା ଜିଲା ଜଟଣୀ ରାଜାବଜାର ଅଞ୍ଚଳରେ ଥିବା ଏକ ବରଫ ଫ୍ୟାକ୍ଟ୍ରିରେ ବଡ଼ ଧରରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ଖବର ପାଇ…

ବୈକୁଣ୍ଠଧାମ ନାବାଳକ ପୂଜା ପ୍ରସଙ୍ଗ: ବେଆଇନ ନିର୍ମାଣ ଥିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଜିଲାପାଳଙ୍କ ବଡ଼ ସୂଚନା

ଖୋର୍ଦ୍ଧା,୧୭।୧୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମର ନାବାଳକଙ୍କ ପାଦରେ ତୁଳସୀ ରଖି ପୂଜା ପ୍ରସଙ୍ଗକୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସରକାରୀ ଜମିରେ ଆଶ୍ରମ ନିର୍ମାଣ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ସ୍ଥାନୀୟ…

ଜଳିଗଲା ଲୁଗା ଦୋକାନ, ମାଲିକ ମୃତ

ଜଟଣୀ,୧୫ା୧୧(ରବୀନ୍ଦ୍ରନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ରାଜାବଜାରରେ ଥିବା ଗୌରୀ ଗାର୍ମେଣ୍ଟସ (ଲୁଗା ଦୋକାନ)ରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଶାଢ଼ି, ଆସବାବପତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳିଯାଇଛି। ଏଥିସହ ଉକ୍ତ ଦୋକାନ…

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲା…

ଭୁବନେଶ୍ୱର, ୧୨/୧୧: ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ କନିଷ୍ଠ କିରାଣୀ ପ୍ରଦୀପ୍ତ କୁମାର ସାହୁ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି। ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଚମ୍ପାଝର ଏମ ଇ ସ୍କୁଲ ପୂର୍ବତନ…

କପଡ଼ା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ

ଭୁବନେଶ୍ୱର,୯।୧୧: ଭୁବନେଶ୍ୱର ବଡଗଡ଼ ସ୍ଥିତ ଏକ କପଡ଼ା ଗୋଦାମରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…

ରାତିରେ ହୋଇଥିଲା ଶୁଟିଂ, ସକାଳେ ହୁହୁ ହୋଇ ଜଳୁଥିଲା ଷ୍ଟୁଡିଓ

ଖୋର୍ଦ୍ଧା,୬।୧୦: ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ଘରୋଇ ଟିଭି ଚ୍ୟାନେଲର ଷ୍ଟୁଡିଓରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଶର୍ଟ ସର୍କିଟରୁ ନିଆଁ ଲାଗିଥିବା…

ଚିକିତ୍ସା ଅବହେଳାରୁ ଚାଲିଗଲା ମହିଳାଙ୍କ ଜୀବନ, ଟାଙ୍ଗୀ ଡାକ୍ତରଖାନାରେ ଚାପା ଉତ୍ତେଜନା

ନିରାକାରପୁର,୩।୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଡାକ୍ତରଖାନାରେ ରବିବାର ଚାପା ଉତ୍ତେଜନା ଦେଖାଦେଇଛି। ଲୋକମାନଙ୍କୁ ବୁଝାସୁଝା କରାଯାଉଥିଲେ ହେଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୂଚନାନୁଯାୟୀ,…

ଅଧାରେ ରହିଗଲା ଜଗା ଦର୍ଶନ, ଅଟୋରେ ପୁରୀ ବାହାରିଥିବା ବେଳେ ପିଟିଦେଇ ଚାଲିଗଲା ଟ୍ରକ୍‌

ନିରାକାରପୁର,୩।୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଅଧାରେ ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ। ପୁରୀକୁ ଯିବା ନିମନ୍ତେ ଘରୁ ବାହାରିଥିବା ବେଳେ ବାଟରେ ଘଟିଲା ଦୁର୍ଘଟଣା। ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଦିକ୍ଷୀତପଡା ନିକଟରେ ରବିବାର ଦୁର୍ଘଟଣା…

ଗାଧୋଇବାକୁ ଯାଇ କାଲିଠୁ ନିଖୋଜ ଥିଲେ ବ୍ୟକ୍ତି, ଆଜି ପୋଖରୀରୁ ମିଳିଲା ମୃତଦେହ

କଳାପଥର,୧ା୧୧(ଗଙ୍ଗାଧର ସାହୁ): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଠଣାପଲ୍ଲୀ ସାନ ନୟାପଲି ଗାଁରେ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗାଁର ବାବୁଲି ପଣ୍ଡା। ସୂଚନା ଅନୁଯାୟୀ ବାବୁଲି ଗାଁର ଖଜୁରୀ ବନ୍ଧ…

ଆଜିଠୁ ନନ୍ଦନକାନନ ଖୋଲିବ

ତ୍ରିଶୂଳିଆ,୨୬।୧୦(ତୁଷାରକାନ୍ତ ବେହେରା):ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନକୁ ୨୪ ଓ ୨୫ ତାରିଖ ୨ ଦିନ ବନ୍ଦ ରଖାଯାଇଥିଲା। ଶନିବାରଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲିବ। ତେବେ ବାତ୍ୟା ସମୟରେ ପ୍ରାଣୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ…

ଆସୁଛି ବାତ୍ୟା, ୨୫ଯାଏ ଚିଲିକାକୁ ଡଙ୍ଗା ମନା

ବାଲୁଗାଁ,୨୨।୧୦(ସଂଗ୍ରାମ ପାଇକରାୟ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଚିଲିକା ତଟବର୍ତ୍ତୀ ଅଞ୍ଚଳବାସୀ ଏବଂ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ସୋମବାର ବାଲୁଗଁା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?