ରାମେଶ୍ୱର, ନିରାକାରପୁର ଛାଡି ଯାଉନି ଦନ୍ତା: ନୂଆ ଜଗନ୍ନାଥ ସଡ଼କରେ କଲା ଉତ୍ପାତ

ନିରାକାରପୁର,୨୭।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଓ ରାମେଶ୍ୱର ଛାଡି ଯାଉନି ଦନ୍ତା ହାତୀ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁରୁବାର ରାତିରେ ଏହି ଗୋଠଛଡା ଦନ୍ତା ସ୍ଥାନୀୟ ଚିତ୍ରକୂଟ ପାହାଡ଼ ଦେଇ ନିରାକାରପୁର ଅଞ୍ଚଳରେ ପହଞ୍ଚିଥିଲା। ପରେ ଡିଆ ପଞ୍ଚାୟତର କୋଳସାହି ଗାଁ ଅତିକ୍ରମକରି କପିଳେଶ୍ୱର ପଡିଆରେ ରହିଥିଲା। ଭୋରୁ ଷ୍ଟେସନ ରାସ୍ତା ଦେଇ ରେଳଲାଇନ ଅତିକ୍ରମ କରି ରାମେଶ୍ୱର କାଜୁ ଜଙ୍ଗଲରେ ରହିଥିଲା। ହେଲେ ଯିବା ସମୟରେ ଅନେକଙ୍କ ପାଚେରୀ ଓ ଗଛ ପତ୍ର ଭାଙ୍ଗି ରୁଜି ଯାଇଥିଲା।

ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଦନ୍ତା ନିରାକାରପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଯାହାଦ୍ୱାରା ରାତି ୧୦ଟା ଠାରୁ ନିରାକାରପୁରରୁ ଗଡ଼ଖାରଦ ଦେଇ ଭୂଷଣ୍ଡପୁର ଯାଉଥିବା ରାସ୍ତା, ନିରାକାରପୁର ଠାରୁ କାଶୀପୁର ଦେଇ ନୂଆଗଡ ଯାଉଥିବା ମୋରମୋର ସିଂହ ରାସ୍ତା, କାଶୀପୁର ଠାରୁ କୋଲସାହିକୁ ସଂଯୋଗ କରୁଥିବା ରାସ୍ତା ଏକ ପ୍ରକାର ଶୂନଶାନ ହୋଇ ପଡିଛି। ବିପଦ ଆଶଙ୍କା କରି ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦିଆଯାଇଥିଲା। ଫଳରେ ଲୋକେ ନାହିଁଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଶୁକ୍ରବାର ଭୋରୁ ଷ୍ଟେସନ ରାସ୍ତା ଦେଇ ହାତୀଟି ଦିନ ତମାମ ଚିତ୍ରକୂଟ ପାହାଡ଼ ଓ ରାମେଶ୍ୱର କାଜୁ ଜଙ୍ଗଲରେ ଘୁରି ବୁଲିଥିଲା। ସନ୍ଧ୍ୟା ୬ଟା ବେଳକୁ ରାମେଶ୍ୱର ଖେଳ ପଡିଆଠାରେ ନୂଆ ଜଗନ୍ନାଥ ସଡ଼କ ଅତିକ୍ରମକରି ମେଡିକାଲ ରାସ୍ତା ଦେଇ ବ୍ୟାରେଜ ଆଡକୁ ମୁହାଁଇଥିଲା।ଫଳରେ ଦୀର୍ଘ ସମୟଧରି ନୂଆଜଗନ୍ନାଥ ସଡ଼କର ଉଭୟପାର୍ଶ୍ଵ ରାସ୍ତାରେ ଦୀର୍ଘ ସମୟ ଧରି ଗମନା ଗମନ ବାଧାପ୍ରାପ୍ତ ହୋଇଥିଲା। ଅନେକ ସମୟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱ ରାସ୍ତାରେ ଗାଡି ମୋଟର ସବୁ ଅଟକ ରହିଥିଲା। ଏବେ ହାତୀଟି ବ୍ୟାରେଜ ପଟକୁ ମୁହାଁଇ ଥିବାରୁ ରାମେଶ୍ୱର ଗଡ଼ ଠାରେ ବସବାସ କରୁଥିବା ଅଧିବାସୀ ଏବେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି।

ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଏହାକୁ ଘଉଡ଼ାଇବା ନିମନ୍ତେ ଚେଷ୍ଟା ଜାରି ରଖିଥିବା ଫରେଷ୍ଟର ପ୍ରଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ବିଶେଷକରି ଲଗାଣ ବର୍ଷା ଯୋଗୁଁ ଧାନ କ୍ଷେତରେ ବର୍ଷା ପାଣି ଜମି ରହିଥିବାରୁ ହାତୀଟି କ୍ଷେତରେ ନପଶି ଏଣେତେଣେ ଘୁରି ବୁଲୁଥିବା କିଛି ବନ କର୍ମଚାରି କହିଛନ୍ତି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ହାତୀଟି ରାମେଶ୍ୱର ଗଡ଼ସ୍ଥିତ ବ୍ୟାରେଜ ପାଖରେ ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟକି, ଅଦ୍ୟାବଧି ଟାଙ୍ଗୀ ରେଞ୍ଜ ଅଧିନସ୍ଥ ନାରଗଦାରେ ୧୭ଟି, ମଳିପଡ଼ାରେ ୧ଟି,ଓଳସିଂହରେ ୧ଟି ଓ ରାମେଶ୍ୱରରେ ୧ଟି ମୋଟ ୪0ଟି ହାତୀ ରହିଥିବା ଜଣା ପଡିଛି। ଏମାନଙ୍କୁ ଘଉଡ଼ାଇବା ସହ ବ୍ୟାପକ ସଚେତନ କରାଯାଉଥିବା ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?