କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
ଖୋର୍ଦ୍ଧା, ୧୨।୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଚେନ୍ନାଇ ୧୬ନଂ ଜାତୀୟ ରାଜପଥ ବରୁଣେଇ ଓଭରବ୍ରିଜ ପିଏନ କଲେଜ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। କନ୍ଧମାଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ମାରୁତି ସୁଜିକି ସୁଇଫ୍ଟ (OD02CT 7521) ଜବତ ହୋଇଛି ଗଞ୍ଜେଇ। ରବିବାର…
ପ୍ରଥମ ଥର ପାଇଁ ପକ୍ଷୀ ଦେହରେ ଲାଗିଲା ଟ୍ରାକର
ଭୁବନେଶ୍ୱର,୧୧।୧: ପ୍ରଥମ ଥର ପାଇଁ ପକ୍ଷୀ ଦେହରେ ଲାଗିଛି ସୌର ଚାଳିତ ଟ୍ରାକର। ଚିଲିକା ନଳବଣକୁ ଆସିଥିବା ବିଦେଶୀ ପକ୍ଷୀ ଫ୍ଲେମିଙ୍ଗୋ ଦେହରେ ଏହି ଟ୍ରାକର ଲଗାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରାକର ସହାୟତାରେ ଚିଳିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ…
ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍
ନିରାକାରପୁର,୧।୧୦(ମାନସ ଚସ ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଚିଲିକା ତହସିଲ ସୋରଣ ରାଜସ୍ବ ସର୍କଲ ଆରଆଇ କୈଳାସ ବେହେରା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୨୦ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ତାଙ୍କୁ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲେ। ତେବେ ଭୂମୀହିନଙ୍କୁ ଜାଗା କରାଇ…
ରାସ୍ତା କାମ ନ କରି ୮ଲକ୍ଷ ଟଙ୍କା ଉଠାଇନେଇଥିଲେ: ୭ଜଣଙ୍କ ନାଁରେ ଭିଜିଲାନ୍ସରେ ମାମଲା
ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ବୋଲଗଡ଼ ବ୍ଲକ ଆରିକମା ପଞ୍ଚାୟତ ଅଧୀନ ବେଗୁନିଆମୂଳ ଗ୍ରାମର ଶ୍ମଶାନକୁ ଯିବା ପାଇଁ ରାସ୍ତାର ଉନ୍ନତ୍ତୀକରଣ ପାଇଁ ଆସିଥିବା ୮ଲକ୍ଷ ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗକ୍ରମେ ଭିଜିଲାନ୍ସ ଏହାର ତଦନ୍ତ କରି ଗତ ଡିସେମ୍ବର ୩୧ରେ ଭୁବନେଶ୍ୱର ଦୁର୍ନୀତି…
ଆଇଟିବିପିର ଅଦମ୍ୟ ଉତ୍ସାହ, ପ୍ରତିବଦ୍ଧତାକୁ ପ୍ରଶଂସା କଲେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ
ଖୋର୍ଦ୍ଧା,୭।୧(ପ୍ରଭାତ ପାଣିଗ୍ରାହୀ): ଇଣ୍ଡୋ- ତିବ୍ବତ ସୀମା ପୋଲିସ ସୁରକ୍ଷା ବଳ(ଆଇଟିବିପି)ର ୬୩ତମ ପ୍ରତିଷ୍ଠା ଦିବସ ଖୋର୍ଦ୍ଧା ତରତୁଆ ସ୍ଥିତ ୪୧ବାଟାଲିୟନ କ୍ୟାମ୍ପସରେ ମହାଆଡମ୍ବରରେ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ(ରାଜ୍ୟ) ନିତ୍ୟାନନ୍ଦ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। କ୍ୟାମ୍ପସରେ…
ଐଶ୍ୱାନେଶ୍ୱର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି, ଠାକୁରଙ୍କ ଉତ୍ସବ ପାଳନ ପାଇଁ ଆର୍ଥିକ ସଙ୍କଟ ଆଶଙ୍କା
ନିରାକାରପୁର, ୩।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଭୂଷଣ୍ଡପୁର ଅଞ୍ଚଳର ଇଷ୍ଟଦେବ ଶ୍ରୀ ଐଶ୍ୱାନେଶ୍ୱର ଦେବଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି କେହି ଦୁର୍ବୁତ୍ତ ଚୋରି କରିଥିବା ଜଣାପଡିଛି। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ଭୂଷଣ୍ଡପୁର ଫାଣ୍ଡିରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା…
ରାମେଶ୍ୱର, ନିରାକାରପୁର ଛାଡି ଯାଉନି ଦନ୍ତା: ନୂଆ ଜଗନ୍ନାଥ ସଡ଼କରେ କଲା ଉତ୍ପାତ
ନିରାକାରପୁର,୨୭।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଓ ରାମେଶ୍ୱର ଛାଡି ଯାଉନି ଦନ୍ତା ହାତୀ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁରୁବାର ରାତିରେ ଏହି ଗୋଠଛଡା ଦନ୍ତା ସ୍ଥାନୀୟ ଚିତ୍ରକୂଟ ପାହାଡ଼ ଦେଇ ନିରାକାରପୁର ଅଞ୍ଚଳରେ ପହଞ୍ଚିଥିଲା। ପରେ…
ଯାଜପୁର, ନୂଆ ଜଗନ୍ନାଥ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ଼, ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବି
ନିରାକାରପୁର, ୨୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ନିରାକାରପୁର ବଜାରରୁ ଲେଣ୍ଡୋ ପଞ୍ଚାୟତର ଯାଜପୁର ଗାଁକୁ ଯିବା ମୁଖ୍ୟ ରାସ୍ତାଟି ଏବେ ଡମ୍ପିଂୟାର୍ଡ଼ ପାଲଟିଛି। ଖାଲି ଯାଜପୁର ନୁହେଁ ଏହି ରାସ୍ତା ଉପରେ ଲେଣ୍ଡୋ ପଞ୍ଚାୟତର ରେଙ୍ଗଟା, ମାଳିସାହି, କୁନିଆଁ ସାମନ୍ତରାପୁର, ଭଗବତୀପଡ଼ା,…
ଗୋଟେ ଲଘୁଚାପ ଯାଉଯାଉ ପୁଣି ଆସୁଛି ଆଉ ଏକ ଲଘୁଚାପ, ଚାଷୀ ଛାନିଆ
ନିରାକାରପୁର, ୨୩।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତ ମାସରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇଦେଇଥିବା ବେଳେ ପୁଣି ଆଉ ଗୋଟିଏ ଲଘୁଚାପ ଆସୁଛି ଶୁଣି ଚାଷୀ ମନରେ ଏକ ପ୍ରକାର ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି।…
ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ
ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ) ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ ସମୟରେ ଚାଷୀ ତା’ର ଅମଳ ଧାନକୁ କାଟି ମଣ୍ଡିରେ ନେଇ ବିକ୍ରି କରିଥାନ୍ତା, ସେହି…
ଦୁର୍ବଳ ହେଉଛି ଅବପାତ, ଖୋର୍ଦ୍ଧାରେ ସବୁଠୁ ଅଧିକ ବର୍ଷା
ଖୋର୍ଦ୍ଧା,୨୧ା୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହି ଅବପାତଟି ଆସନ୍ତା ୧୨ ଘଣ୍ଟା ଭିତରେ ଦୁର୍ବଳ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପ ପ୍ରଭାବରେ ଶୁକ୍ରବାରଠାରୁ ରାଜ୍ୟରେ ବର୍ଷା…
ଟାଙ୍ଗୀ, ଚିଲିକା ଅଞ୍ଚଳରେ ଭୂମିକମ୍ପ, ଘରେ ସୃଷ୍ଟି ହେଲା ଫାଟ
ନିରାକାରପୁର, ୧୯।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଓ ଚିଲିକା ଅଞ୍ଚଳରେ ଭୂମିକମ୍ପ ଝଟକା। ଗୁରୁବାର ଅପରାହ୍ନ ୪.୫୧ରେ ୧ରୁ ଦୁଇ ସେକେଣ୍ଡ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ କିଛ ଘରେ ଫାଟ ସୃଷ୍ଟି ହେବା ସହିତ ଜିନିଷ…
Archives


