ରାସ୍ତା କାମ ନ କରି ୮ଲକ୍ଷ ଟଙ୍କା ଉଠାଇନେଇଥିଲେ: ୭ଜଣଙ୍କ ନାଁରେ ଭିଜିଲାନ୍ସରେ ମାମଲା

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ବୋଲଗଡ଼ ବ୍ଲକ ଆରିକମା ପଞ୍ଚାୟତ ଅଧୀନ ବେଗୁନିଆମୂଳ ଗ୍ରାମର ଶ୍ମଶାନକୁ ଯିବା ପାଇଁ ରାସ୍ତାର ଉନ୍ନତ୍ତୀକରଣ ପାଇଁ ଆସିଥିବା ୮ଲକ୍ଷ ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗକ୍ରମେ ଭିଜିଲାନ୍ସ ଏହାର ତଦନ୍ତ କରି ଗତ ଡିସେମ୍ବର ୩୧ରେ ଭୁବନେଶ୍ୱର ଦୁର୍ନୀତି ନିବାରଣ ଡିଭିଜନରେ ୭ଜଣଙ୍କ ନାଁରେ ମାମଲା(ନଂ.୩୦/୨୪) ରୁଜୁ କରିଛି। ଉକ୍ତ ବ୍ଲକରେ କାର୍ଯ୍ୟରତ ଏପିଓ, କନିଷ୍ଠଯନ୍ତ୍ରୀ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଜିଆରଏସ୍‌ଙ୍କ ସମେତ କାର୍ଯ୍ୟ କରୁଥିବା ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ଖୋର୍ଦ୍ଧା ଭିଜିଲାନ୍ସ ଡିଏସ୍‌ପି ବ୍ରଜକିଶୋର ସାହୁ କହିଛନ୍ତି। ଅନ୍ୟପଟେ ଏ ସଂକ୍ରାନ୍ତରେ ଅଭିଯୋଗକାରୀ ଦୁଇଥର ବେଗୁନିଆ ଏବଂ ଖୋର୍ଦ୍ଧାରେ ଜନଶୁଣାଣି ଶିବିରରେ ଜିଲାପାଳଙ୍କୁ ଅଭିଯୋଗ କରିଥିବା ବେଳେ ନୂତନଭାବେ ଯୋଗଦେଇଥିବା ଜିଲା ପରିଷଦ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ତେବେ ପ୍ରତିଶ୍ରୁତି ମିଳୁଛି କିନ୍ତୁ ବିଭାଗୀୟ ତଦନ୍ତ କରାଯାଇନାହିଁ। ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗୋଟିଏ ରାସ୍ତାରେ ୨ବର୍ଷରେ ଦୁଇଟି ବିଲ୍‌ କରାଯାଇଛି। ମିଥ୍ୟା ବିଲ୍‌ ଦେଇ ୮ଲକ୍ଷ ଟଙ୍କା ଠକି ନେଇଗଲେ। ଏହି ଘଟଣା କେତେଜଣ ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଏନେଇ ବ୍ଲକଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ବିଫଳ ହେବା ପରେ ଖୋର୍ଦ୍ଧା ଦୁର୍ନୀତି ନିବାରଣ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ମୁତାବକ, ଏହି ଗ୍ରାମ ଶ୍ମଶାନକୁ ଯିବା ପାଇଁ ରାସ୍ତା ନ ଥିଲା। ବାରମ୍ବାର ଦାବି ପରେ ୨୦୨୨-୨୩ରେ ପ୍ରଥମେ ୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମାଟି ପକାଇ ରାସ୍ତା ନିର୍ମାଣ କରାଯାଇଥିଲା। ଏହାର ସବିଶେଷ ତଥ୍ୟ ସୂଚନାଫଳକରେ ଉଲ୍ଲେଖ ରହିଥିଲା। ପରବର୍ତ୍ତୀ ସମୟରେ ଏହି ରାସ୍ତାର ପୁର୍ନବାର ଉନ୍ନତ୍ତୀକରଣ ପାଇଁ ପୁନଃ ୮ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ତେବେ ପୁରୁଣା ଫଳକରେ କେବଳ ନୂଆ କାମର କୋଡ ନମ୍ବର ପରିବର୍ତ୍ତନ କରି କୌଣସି କାମ ନ କରି ଟଙ୍କା ଉଠାଇନେଲେ। ଏହି ହରିଲୁଟ ପଛରେ ବ୍ଲକ ପ୍ରଶାସନର କେତେଜଣ ଅସାଧୁ କର୍ମଚାରୀ, ଅଧିକାରୀଙ୍କ ହାତ ରହିଥିବା କେତେଜଣ ଗ୍ରାମବାସୀ କହିଛନ୍ତି। ଏହାର ଖୋଲତାଡ଼ ଆରମ୍ଭ ପରେ ଏହାର ଫଳକକୁ ଭାଙ୍ଗି ଦେଇଥିଲେ। ରାସ୍ତା ନିର୍ମାଣରେ ଅର୍ଥ ହରିଲୁଟ ସମ୍ପର୍କରେ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?