ଘାରିଛି ରେକର୍ଡ ନିଶା: ୩୦୦ ମିଟର ହାତରେ ଚାଲିଲେ ଯୁବକ

ଖୋର୍ଦ୍ଧା ଅଫିସ,୩।୧୧:ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଅସରଳା ପଞ୍ଚାୟତ ମାଗୁରା ଗଁାର ସୌଭାଗ୍ୟ ବରାଡ ରେକର୍ଡ କରିବା ପାଇଁ ୩୦୦ ମିଟର ହାତରେ ଚାଲିଛନ୍ତି। ଆଗକୁ ଅଧିକ ଚାଲିବାର ଲକ୍ଷ୍ୟ ରଖିଛନ୍ତି। ଲିମକା, ଗ୍ରିନିଜ ରେକର୍ଡରେ ତାଙ୍କ ନଁା ସ୍ଥାନ ପାଉ। ନିଜ ଗଁା ଓ ଜିଲାକୁ ସମସ୍ତେ ଜାଣନ୍ତୁ। ଏଣୁ ସୌଭାଗ୍ୟ ଦୁଇବର୍ଷ ହେଲା ହାତରେ ଚାଲିବାର ଅଭ୍ୟାସ କରି ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। ସୌଭାଗ୍ୟ ପାଠ ପଢ଼ିଛନ୍ତି ଇଲେକ୍ଟ୍ରିକାଲ ଡିପ୍ଲୋମା। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଚାକିରି କରିଛନ୍ତି। ଅବସର ସମୟକୁ ସେ ହାତରେ ରାସ୍ତା ଚାଲିବାର ନିଶାକୁ ସଫଳ କରିବାରେ ଲାଗିଛନ୍ତି। ବୟସ ତାଙ୍କର ୨୪। ବାପା ଜେଜେ ବାପାଙ୍କର ପାଇକ ଖେଳ ତାଙ୍କୁ ଏ ପ୍ରେରଣା ଦେଇଥିଲା। କାରଣ ପାଇକ ଖେଳର କଳା କୌଶଳ ସେ ଶିଖିଥିଲେ। ଅନ୍ୟପକ୍ଷେ ପିଲାଟି ଦିନରୁ କିଛି ନୂଆ କରି ରେକର୍ଡ କରିବାର ତାଙ୍କ ମନରେ ଉଙ୍କି ମାରୁଛି। ସେହି ରେକର୍ଡ ନିଶା ତାଙ୍କୁ ହାତରେ ଚାଲିବାର ବାଟ ଦେଖାଇଛି। ଆଶା ରଖିଛନ୍ତି ହାତରେ ଚାଲିବା ତାଙ୍କୁ ସଫଳତାର ଶ୍ରେୟ ଦେବ ବୋଲି ସୌଭାଗ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆଇନଜୀବୀ ଦିବସ ପାଳିତ, ସାମୁହିକ ସମସ୍ଯାର ସମାଧାନ…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ଜନ୍ମ ଜୟନ୍ତୀ ଏବଂ ଆଇନଜୀବୀ…

ସାମ୍ନାରେ ଥିଲା ପାକିସ୍ତାନ ରାଜନାଥ କହିଲେ ଏମିତି କଥା, ଲାଗିଲା ଜୋରଦାର ଝଟକା

ନୂଆଦିଲ୍ଲୀ,୨୮।୪: ଏସସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଭାରତ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲା, ବିଶେଷକରି ପହଲଗାମ ଆକ୍ରମଣକୁ ଉଲ୍ଲେଖ କରି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବୈଠକରେ ପାକିସ୍ତାନ…

ସାରା ବିଶ୍ୱରେ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ହେଉଥିବା ବେଳେ, କାହିଁକି ଭାରତରେ ସ୍ଥିର ରହିଛି ଦାମ୍‌? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୮।୪: ଇରାନ ସଙ୍କଟ ପରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହେଉଛି। ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ରାଜ୍ୟରେ ଖୋଲିବ…

ଭୁବନେଶ୍ୱର,୨୮।୪: ରାଜ୍ୟରେ ଖୁବଶୀଘ୍ର ହିଟ୍‌ ୱେଭ ସେଣ୍ଟର ଖୋଲିବେ ସରକାର ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଆଗକୁ ଗ୍ରୀଷ୍ମ ପ୍ରଭାବ ବଢ଼ିବ,…

ସ୍ବାମୀଙ୍କ ମୃତ୍ୟୁକୁ ୧୫ବର୍ଷ ପୂରିଲେବି ମହିଳାଙ୍କୁ ମିଳୁନି ଭତ୍ତା

ମୋରଡ଼ା,୨୮ା୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର କୁସୁମକୁଟି ଗ୍ରାମ ୧୪ ନମ୍ବର ୱାର୍ଡର ବିଧବା ମହିଳା ବୁଧୁ ହେମ୍ବ୍ରମ ଭତ୍ତା ପାଇବାରୁ…

ଦଳ ଛାଡିବେ ପଞ୍ଜାବର AAP ବିଧାୟକ? ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ନେଲେ ବଡ଼ ନିଷ୍ପତ୍ତି

ଚଣ୍ଡଗଡ଼,୨୮।୪: ଆମ ଆଦମୀ ପାର୍ଟି (AAP)ର ସାତ ଜଣ ମପି (ସାଂସଦ) ବିଦ୍ରୋହୀ ମନୋଭାବ ଗ୍ରହଣ କରି ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ଏହି ଘଟଣା…

ଗାଁ ମୁହାଁ ଭାଜପା ନେତା କର୍ମୀ: ଗାଁ ଚାଲ ଅଭିଯାନରେ…

ନନ୍ଦପୁର/ପାଡୁଆ,୨୮ା୪ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଭାଜପା କର୍ମୀଙ୍କ ପକ୍ଷରୁ ଜୋଲାପୁଟ ଜଳଭଣ୍ଡାରର ଜଳଘେରି ପରିବେଷ୍ଟିତ ପରଜାବଡ଼ପଡ଼ା ପଞ୍ଚାୟତ ସଦର ମହକୁମାରେ…

ଗାଁରେ ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ, ଧାରୁଆ ଅସ୍ତ୍ରରେ ହାଣିଲେ ମଦ ବ୍ୟବସାୟୀ

ବୌଦ୍ଧ,୨୮।୪( ଅଜିତ କୁମାର ବାରିକ): ବୌଦ୍ଧ ଥାନା ବାଘପଳି ଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ । ଗଣ୍ଡଗୋଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri