କେନ୍ଦୁଝର

ପରିତ୍ୟକ୍ତ କୂଅରୁ ମାଈହାତୀ ଉଦ୍ଧାର

କେନ୍ଦୁଝର,୧୮ା୫(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ବୈତରଣୀ ନଦୀକୂଳ ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ଭିତରେ ଏକ ମାଈହାତୀ ଖସି ପଡ଼ିଥିଲା। ବନବିଭାଗ ଉଦ୍ୟମରେ କୂଅରୁ ହାତୀଟିକୁ ଉଦ୍ଧାର କରାଯାଇଛି। ସୂଚନା ଯେ, ବୁଧବାର ରାତିରେ ୨୪ଟିକିଆ ଏକ ହାତୀପଲ କାଳିକାପ୍ରସାଦ ସଂରକ୍ଷିତ...

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ପାଟଣା,୧୮।୫(ସ୍ବ ପ୍ର): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ ତାଳପଦା ଗାଁ ବେହେରା ସାହି ନିକଟରେ ଥିବା ଏକ ହୁଡ଼ି ନିକଟରୁ ଗୁରବାର ଏକ ୧୦ଫୁଟ ଲମ୍ବର ଅଜଗର ସାପକୁ ବନ ବିଭାଗ ଉଦ୍ଧାର କରିଛି।...

କାଗଜପତ୍ରରେ ବୃଦ୍ଧାଙ୍କୁ ମାରିଦେଲେ

ହାଟଡ଼ିହୀ,୧୮ା୫ (ଡି.ଏନ୍‌.ଏ.):  କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ ଭତ୍ତା କେଳେଙ୍କାରୀ ଦେଖିବାକୁ ମିଳିଛି। ଜଣେ ଅସହାୟ ବିଧବା ବୃଦ୍ଧା ବଞ୍ଚତ୍ଥିବା ବେଳେ ତାଙ୍କୁ କାଗଜପତ୍ରରେ ମୃତ ଘୋଷଣା କରାଯାଇଛି। ଫଳରେ ବୃଦ୍ଧା ଜଣଙ୍କ ଦୀର୍ଘ ୪ ମାସ ହେବ ମଧୁବାବୁ...

ଜମିର କିସମ ପରିବର୍ତ୍ତନକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୧୭ା୫(ସ୍ବ.ପ୍ର.): ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବୀରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରବର୍ତ୍ତନ ଏବଂ ଉଚ୍ଛେଦ ପାଇଁ ଗ୍ରାମବାସୀଙ୍କୁ ନୋଟିସ୍‌ କରାଯାଇଛି। ଏହି ଜମିକୁ ଇଡ୍‌କୋ ମାଧ୍ୟମରେ ଅଧିଗ୍ରହଣ ପରେ ଏକ ଇସ୍ପାତ କାରଖାନା ପାଇଁ ହସ୍ତାନ୍ତର...

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର,୧୭ା୫(ସ୍ବ.ପ୍ର.): ବୁଧବାର ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। ଅଧ୍ୟକ୍ଷଙ୍କ ସହିତ ୟୁନିସେଫର ପରାମର୍ଶଦାତା ତମଲ ରେଜା ପରିଦର୍ଶନରେ ଆସିଛନ୍ତି। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲା ପରିଷଦ, କେନ୍ଦୁଝର...

ହତ୍ୟାକାରୀଙ୍କୁ ଆଜୀବନ ଜେଲ

କେନ୍ଦୁଝର,୧୭।୫(ସ୍ବ.ପ୍ର.): ଜଣେ ବୃଦ୍ଧା ହତ୍ୟା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଦୌରାଜଜ୍‌ ଚିତ୍ତରଞ୍ଜନ ମହାପାତ୍ର ଅଭିଯୁକ୍ତ ଦେବାନନ୍ଦ ନାଏକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପରିକି ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା...

ବିଏଲ୍‌ଏଫ୍‌ ଆକାଉଣ୍ଟରୁ ଟଙ୍କା ଆତ୍ମସାତ୍‌ ଘଟଣାକୁ ନେଇ ତୀବ୍ର ହେଉଛି ଅସନ୍ତୋଷ

ଆନନ୍ଦପୁର,୧୭ା୫(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ବିଏଲ୍‌ଏଫ୍‌ ଆକାଉଣ୍ଟରୁ ଟଙ୍କା ଆତ୍ମସାତ୍‌ ଘଟଣାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ରାଜନୈତିକ ବ୍ୟକ୍ତିବିଶେଷଙ୍କ ବାହୁ ଛାୟା ତଳେ ରହିଥିବା ସମ୍ପାଦିକା ପୂର୍ବତନ ସଭାପତିଙ୍କ ପ୍ରରୋଚନାରେ ବିଭିନ୍ନ ଅନିୟମିତତା କାର୍ଯ୍ୟ କରିବା,...

ଆନନ୍ଦପୁର ପୌର ଅଧିକାରୀଙ୍କ ବଦଳି, ବର୍ଷକ ମଧ୍ୟରେ ବଦଳିଲେଣି ୩ ଅଧିକାରୀ

ଆନନ୍ଦପୁର,୧୭ା୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦର ନୂତନ ପାରିଷଦ ଗଠନ ହେବାର ବର୍ଷକ ମଧ୍ୟରେ ୩ ପୌର ଅଧିକାରୀଙ୍କ ଦାୟିତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଆନନ୍ଦପୁର ପୌରଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଅଶୋକ କୁମାର ରାଉତଙ୍କ ବଦଳି ଆଦେଶକୁ ନେଇ...

ଆଇରନ ବୋଝେଇ ଟ୍ରକ ଧକ୍କାରେ ବାପା ମୃତ ପୁଅ ଗୁରୁତର

ପାଟଣା,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ମୁମ୍ବାଇ କଲିକତା ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ନିକଟରେ ମଙ୍ଗଳବାର ରାତ୍ରି ଏକ ଆଇରନ ବୋଝେଇ ଟ୍ରକ ବାପା-ପୁଅଙ୍କୁ ଧକ୍କା ଦେଇଛି। ଦୂର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ...

ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ ଟ୍ରାପ୍‌ କ୍ୟାମେରା ଚୋରି

କେନ୍ଦୁଝର,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗଁା ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ପୁଣି ୨ଟି ଟ୍ରାପ୍‌ କ୍ୟାମେରା ଚୋରି ହୋଇଥିବା ନେଇ ଘଟଗଁା ଫରେଷ୍ଟର ଜତିନ୍ଦ୍ର ସାହୁ ଥାନାରେ ଏତଲା ଦେଇଛନ୍ତି। ଜଙ୍ଗଲର କାଦବାହାଳି ଉତ୍ତର ବିଟ୍‌ ଅଞ୍ଚଳରୁ ଏହି ଚୋରି...

କେନ୍ଦୁଝରରେ ଆରମ୍ଭ ହେଲା ଆମ୍ବ ମହୋତ୍ସବ

କେନ୍ଦୁଝର,୧୬।୫(ସ୍ବ.ପ୍ର):କେନ୍ଦୁଝରରେ ମଙ୍ଗଳବାର ପୂର୍ବାହ୍ନରେ ଆମ୍ବ ମହୋତ୍ସବରେ ଗାଁ ଆମ୍ବ ପସରା ଷ୍ଟଲ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଉଦ୍‌ଘାଟିତ ହୋଇଯାଇଛି। ମିଶନ ଶକ୍ତି ଏବଂ ଓରମାସ ସହଯୋଗୀତାରେ ଏହି ଷ୍ଟଲ ଖୋଲିଥିବାବେଳେ ଷ୍ଟଲରେ ତେଲକୋଇ, ଘଟଗାଁ, ବଂଶପାଳ...

ତଣ୍ଟିରେ କୋଳି ଲାଗି ଚାଲିଗଲା ଶିଶୁର ଜୀବନ

ଆନନ୍ଦପୁର,୧୬।୫(ସ୍ବ.ପ୍ର.): ଅଙ୍ଗନବାଡି କେନ୍ଦ୍ରକୁ ଆସିଥିବା ଶିଶୁଟିଏ କୋଳି ଖାଇବା ସମୟରେ ତଣ୍ଟିରେ କୋଳିମଞ୍ଜି ଲାଗିଯିବାରୁ ଶ୍ୱାସରୁଦ୍ଧ ହୋଇ ଜୀବନ ଚାଲିଯିବା ଭଳି ଘଟଣା ହୃଦବିଦାରକ ହୋଇଛି। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ତିଗିରିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri