କେନ୍ଦୁଝର

ଗଳାକାଟି ମହିଳାଙ୍କୁ ହତ୍ୟା ଘଟଣା : ଫେରାର ଅଭିଯୁକ୍ତ ଗିରଫ

ଯୋଡ଼ା, ୨୬।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଲହୁଣିପଶି ଗ୍ରାମରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଘଟଣାରେ ରବିବାର ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତର ନାମ ଶୁକ୍ରା ମୁଣ୍ଡା(୩୨)। ଗତ ୧୫ ତାରିଖ ଅପରାହ୍ନରେ...

ଟ୍ରକ୍‌ ଧକ୍କାରେ ମହିଳା ମୃତ, ଡ୍ରାଇଭର ଗିରଫ

ବଡ଼ବିଲ,୨୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ନାଲଦାଠାରେ ସୋମବାର ସକାଳେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବିଲ ପୌରାଞ୍ଚଳ ୱାର୍ଡ ନଂ. ୧ ନାଲଦାରେ ରହୁଥିବା ଲକ୍ଷ୍ମୀ ସିଂ (୫୫)। ସୂଚନାଯୋଗ୍ୟ, ଲକ୍ଷ୍ମୀ ରାସ୍ତା ପାରି ହେଉଥିବା...

ହରିଣ ମାଂସ ଜବତ: ୨ ଅଟକ

ଆନନ୍ଦପୁର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତନେଇପାଳ ଗ୍ରାମରୁ ସୋମବାର ୨ ଶିକାରୀଙ୍କୁ ବନ ବିଭାଗ କାବୁ କରିବା ସହିତ ସେମାନଙ୍କଠାରୁ କଟା ହରିଣ ମାଂସ ଜବତ କରିଛି। ଶିକାରୀ ଦ୍ୱୟ ହେଲେ ଉକ୍ତ ଗ୍ରାମର ଦୁର୍ଗା ବିନ୍ଧାଣୀଙ୍କ ପୁଅ...

ସେପ୍ଟେମ୍ବର ୧୩ରେ ଭାଜପାର ୨ ଘଣ୍ଟିଆ ରାସ୍ତାରୋକୋ

ଆନନ୍ଦପୁର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡାଠାରୁ ସୁଡୁସୁଡ଼ିଆ ବାଇପାସ୍‌ ଛକ ପର୍ଯ୍ୟନ୍ତ ସର୍ଭିସ ରୋଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହାର ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଭାଜପା ପକ୍ଷରୁ ୨ ଘଣ୍ଟିଆ...

ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

କେନ୍ଦୁଝର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଆଞ୍ଚଳିକ ପରିବହନ ଅଫିସ ନିକଟରେ ଥିବା ମୋବାଇଲ ଦୋକାନରୁ ରବିବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ୍‌ ଚୋରି ହୋଇଛି। ଏ ନେଇ ସୋମବାର ଟାଉନ ଥାନାରେ ଦୋକାନ ମାଲିକ ଭାଗବତ ପ୍ରଧାନ(୩୫)...

କାଠ ବୋଝେଇ ପିକ୍‌ଅପ୍‌ ଜବତ: ଜଣେ ଗିରଫ

କେନ୍ଦୁଝର,୨୬।୮(ସ୍ବ.ପ୍ର.): କେନ୍ଦୁଝର ସହର ଭାଲୁକି ପତଳା ସାହିରୁ ସୋମବାର ସକାଳେ ଟାଉନ ଥାନା ପୋଲିସ ଏକ କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ କରିଛି। ଗାଡ଼ି ଚାଳକ ଶଙ୍ଖାଳି ମହାକୁଡ଼କୁ ପୋଲିସ ଧରି ବନବିଭାଗକୁ ହସ୍ତାନ୍ତର କରିଛି। ଶଙ୍ଖାଳିଙ୍କ ଘର...

ବନବିଭାଗ ପକ୍ଷରୁ ଚଢ଼ାଉ: ଶାଳକାଠ ବୋଝେଇ ଅଟୋରିକ୍ସା ଜବତ, ଚାଳକ ଫେରାର

କେନ୍ଦୁଝର, ୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ବନ ଖଣ୍ଡ ଅଧୀନ ଦେଓଗାଁ ରେଞ୍ଜ ଭଗାମୁଣ୍ଡା ଗ୍ରାମ ମେଡିକାଲ ନିକଟରୁ ରବିବାର ରାତିରେ ହରିଚନ୍ଦନପୁର ଓ ଭଗାମୁଣ୍ଡା ବିଟ ହାଉସ ବନବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଏକ ଶାଳ...

ଟୋଲ ଆଦାୟ ନେଇ କୁହୁଳୁଛି ଅସନ୍ତୋଷ

କେନ୍ଦୁଝର, ୨୬ା୮(ଡି.ଏନ.ଏ.)-ଜାତୀୟ ରାଜପଥ ୨୦ ସମ୍ପ୍ରସାରଣ କାର୍ଯ୍ୟ ଏକ ଠିକା କମ୍ପାନୀକୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଚୁକ୍ତିନାମା କରାଯାଇ ନୂତନ ଭାବେ ନିର୍ମାଣ ପାଇଁ ଦିଆଯାଇଥିଲା। ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ୧୬୬.୧୭୩ କି.ମି. ରାସ୍ତା ବୋଲି ଜଣାଯାଇଛି। ତେବେ...

କାର୍ଯ୍ୟକାରୀ ହେଉନି ଜିଲାପାଳଙ୍କ ନିର୍ଦ୍ଦେଶ: ଶିଶୁ ପାର୍କରେ ଝୁଲୁଛି ତାଲା

ଆନନ୍ଦପୁର,୨୬। ୮(ସ୍ବ.ପ୍ର.)- ଆନନ୍ଦପୁର ଶିଶୁ ପାର୍କରେ ଝୁଲୁଛି ତାଲା। ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇ ନିବନିର୍ମିତ ଶିଶୁ ପାର୍କ ଗତ ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଉଦ୍‌ଘାଟନ ପର୍ବ ଶେଷ କରାଯାଇଥିଲା। ହେଲେ ଏହି ଉଦଘାଟିତ ଶିଶୁ ପାର୍କଟି...

ମକାର ଅଭାବୀ ବିକ୍ରି: ବନବାସୀ ହତାଶ

କେନ୍ଦୁଝର, ୨୬ା୮ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ପାହାଡିଆ ଅଞ୍ଚଳର ମୃତ୍ତିକା ମକାଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ। ଅଳ୍ପ ବର୍ଷାରେ ମକା ଫସଲ ହେଉଥିବାରୁ ବର୍ଷାଦିନେ ପାହାଡିଆ ଅଞ୍ଚଳର ବହୁ ଜମିରେ ମକାଚାଷ ହୋଇଥାଏ। ବନବାସୀମାନେ ମକା ଚାଷ କରି ଏହାକୁ...

ସଫା ହେଲାନି ମୂର୍ତ୍ତି ବିସର୍ଜନ ପୋଖରୀ

ଚମ୍ପୁଆ,୨୬। ୮(ଡି.ଏନ.ଏ.)-ଆସୁଛି ପାର୍ବଣ ଋତୁ। ଆଗକୁ ବିଭିନ୍ନ ପୂଜା ପରେ ମୃଣ୍ମୟ ମୂର୍ତ୍ତି ବିସର୍ଜନ କରଯିବ। ସେଥିପାଇଁ ପ୍ରଶାସନ ପୂର୍ବରୁ ସଜାଗ ରହିବା ଦରକାର। କିନ୍ତୁ ଚମ୍ପୁଆ ଏନଏସିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ମୂର୍ତ୍ତି ବିସର୍ଜନ...

ପୌରପାଳିକା ପକ୍ଷରୁ ଉଠା ପରିବା ଦୋକାନୀଙ୍କୁ ସ୍ଥାନାନ୍ତର

ଯୋଡ଼ା,୨୫।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ପକ୍ଷରୁ ସହରର ମୁଖ୍ୟ ରାସ୍ତାକଡ଼ରେ ଥିବା ପରିବା ଦୋକାନୀଙ୍କୁ ସ୍ଥାନାନ୍ତର କରାଯାଇଛି। ରବିବାର ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ପୌରପାଳିକା ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଏହି ସ୍ଥାନାନ୍ତର କାର୍ଯ୍ୟ କରାଯାଇଥିଲା।...

କେନ୍ଦୁଝରର ନୂତନ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗଦେଲେ ମିତ୍ରଭାନୁ ମହାପାତ୍ର

କେନ୍ଦୁଝର,୨୫।୮(ସ୍ବ.ପ୍ର.): କେନ୍ଦୁଝରର ନୂତନ ଏସ୍‌ପି ଭାବରେ ମିତ୍ରଭାନୁ ମହାପାତ୍ର ରବିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଡିଆଇଜି ଜୟନାରାୟଣ ପଙ୍କଜଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲାରେ ଟ୍ରାଫିକ ସମସ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲା କରିବା ପାଇଁ...

କେନ୍ଦୁଝର ଜିଲା ଚିଠି: ତଥାପି ଉଜୁଡୁଛି ଜଙ୍ଗଲ

କେନ୍ଦୁଝର ଜିଲାରେ ବିଭିନ୍ନ କାରଣରୁ ଜଙ୍ଗଲ ପରିସୀମା ଓ ଘନତ୍ୱ ହ୍ରାସ ପାଇବାରେ ଲାଗିଛି। ଏଥିସହିତ ତାଳଦେଇ ଜଳବାୟୁ ପରିବର୍ତ୍ତନ ସହିତ ଜଳାଭାବ ଗୁରୁତର ରୂପ ନେଇଛି। ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ...

ଗୁଣି ସନ୍ଦେହରେ ଗଡୁଛି ନିରୀହ ଜୀବନ: ୧୫ ମୃତ, ୨୩ ଗୁରୁତର ଆହତ

କେନ୍ଦୁଝର, ୨୫ା୮ (ସ୍ବ.ପ୍ର.)-ରାଜ୍ୟରେ ଗୁଣିଗାରେଡି ଓ ଡାହାଣୀ ସନ୍ଦେହରେ ହତ୍ୟା ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହିତ କଡ଼ା ଆଇନ ପ୍ରଣୟନ କରିଛନ୍ତି। ଏହା ସତ୍ତ୍ୱେ ନିରୀହ ଲୋକଙ୍କ...

ଉପାନ୍ତ ଅଞ୍ଚଳରେ ନୃତ୍ୟ, ସଂଗୀତ, ଚିତ୍ରକଳା ପାଇଁ ଖୋଲିଲା ସା ରେ ଗା ମା…

ଯୋଡ଼ା,୨୪।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ଲକ୍ଷ୍ମୀ ପଡିଆଠାରେ ଉପାନ୍ତ ଅଞ୍ଚଳର ନୃତ୍ୟ, କଳା, ଚିତ୍ରକଳା ଓ ସଂଗୀତର ଉତ୍‌ଥାନ ନିମନ୍ତେ ସା ରେ ଗା ମା… ନାମକ ଏକ ସାଂସ୍କୃତିକ ଅନୁଷ୍ଠାନର ଶୁଭାରମ୍ଭ ହୋଇଛି। ଉପାନ୍ତ ଅଞ୍ଚଳରେ କଳା...

ରେଳ ବିଭାଗ ଅଧୀନ ରାସ୍ତାର ଦୁରବସ୍ଥା

କେନ୍ଦୁଝର,୨୪।୮ (ସ୍ବ.ପ୍ର.)- ରେଳପଥ ବିକାଶରେ ସହାୟକ ହେଉଥିବା କୁହାଯାଉଥିବା ବେଳେ ରେଳ ବିଭାଗ ଅଧୀନରେ ଥିବା ରାସ୍ତାର ଦୁରବସ୍ଥା ଏକ ଭିନ୍ନ ଚିତ୍ର ବୟାନ କରୁଛି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଦଗଡ଼ ରେଲୱେ ଫାଟକ ଦେଇ ଯାଇଥିବା ପଦ୍ମପୁର-ନୂଆଗାଁ...

ପିସ୍ତଲ ଦେଖାଇ ଫାଇନାନ୍ସ କମ୍ପାନୀ ମହିଳା କର୍ମଚାରୀଙ୍କଠାରୁ ୯୨ ହଜାର ଲୁଟ୍‌

ପାଟଣା,୨୩।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ନିକଟରେ ଶୁକ୍ରବାର ଅପରାହ୍ନରେ ଭାରତ ଫାଇନାନ୍ସ କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କଠାରୁ ୨ଜଣ ଦୁର୍ବୃତ୍ତ ୯୨ ହଜାର ଟଙ୍କା ଲୁଟି ନେଇଛନ୍ତି। ସେମାନେ...