କେନ୍ଦୁଝର

୭ମାସ ପରେ ଡାକ୍ତର ନିଯୁକ୍ତି

ଢେଙ୍କିକୋଟ, ୩୧ା୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଆଦିବାସୀ ଅଧ୍ୟୁଷିତ ଢେଙ୍କିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୭ମାସ ହେଲା ଡାକ୍ତର ନ ଥିବାରୁ ଗରିବ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ଶୀର୍ଷକ ପାଠ ଅବ୍ୟବସ୍ଥା ଘେରରେ…

ଚିକିତ୍ସାରେ ଅର୍ଥ ବାଧକ: ମୁଣ୍ଡରେ ବଢ଼ୁଛି ଟ୍ୟୁମର

ଢେଙ୍କିକୋଟ, ୩୧ା୭(ଡି.ଏନ୍‌.ଏ.)-ଚିକିତ୍ସାରେ ଅର୍ଥ ଯେମିତି ବାଧକ ସାଜିଛି। ଗରିବ ମୂଲିଆମାନେ ରୋଗ ହେଲେ ଭଗବାନଙ୍କୁ ଭରସା କରି ଜୀବନ ବିତାଉଛନ୍ତି। ଅର୍ଥ ନ ଥିଲେ ଯେତେ ବଡ଼ ରୋଗ ହେଲେ ମଧ୍ୟ ତାକୁ ଭଲ କରିବାକୁ ସେମାନଙ୍କର ସାମର୍ଥ୍ୟ ରହୁନାହିଁ। କଷ୍ଟ…

ସାପ କାମୁଡାରେ ଜୀବନ ଗଲା

ଯୋଡ଼ା, ୩୦।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କୀତାବେଡାଠାରେ ସାପ କାମୁଡାରେ ଲୋଚନ ପଲେଇ(୫୮)ଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ରବିବାର ପୂର୍ବାହ୍ନରେ ଲୋଚନ ଚାଷ କାର୍ଯ୍ୟ ପାଇଁ ତାଙ୍କ ବିଲକୁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ଏକ…

ଅଙ୍ଗନୱାଡି କେନ୍ଦ୍ର ସ୍ଥାନାନ୍ତର ପାଇଁ ଦାବି

ଝୁମ୍ପୁରା, ୩୦।୭(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନୟାଗଡ ପଞ୍ଚାୟତର କାର୍ଯ୍ୟାଳୟ ପରିସରରେ ରହିଥିବା ଅଙ୍ଗନୱାଡି କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି। ସୂଚନା ଯୋଗ୍ୟ ପଞ୍ଚାୟତ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ରଟି ରାସ୍ତା ପାର୍ଶ୍ୱରେ ରହିଛି। ଉକ୍ତ ରାସ୍ତାରେ ପ୍ରତ୍ୟେହ ଶହ…

କାଦେ ମାଝୀ ହତ୍ୟାକାଣ୍ଡ ଘଟଣା: ୨ ଗିରଫ

ପାଟଣା,୩୦।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲ ପାହାଡ଼ି ଗ୍ରାମର ଭାଲୁଘରା ସାହିର ୫୫ ବର୍ଷୀୟ ବୃଦ୍ଧ କାଦେ ମାଝୀଙ୍କୁ ଗତ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଗାଁ ଦାଣ୍ଡରେ ହତ୍ୟାକରିବା ପରେ କାଦେଙ୍କ ଘର ସମ୍ମୁଖରେ…

ଗଁ। ର ନାଁ ‘ବୈତରଣୀ’

କେନ୍ଦୁଝର, ୩୦ା୭(ଡି.ଏନ.ଏ.)-କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକାର ଗୁପ୍ତଗଙ୍ଗାରୁ ବାହାରିଥିବା ପୁଣ୍ୟତୋୟା ବୈତରଣୀ ନିମ୍ନକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛି। ସାଳନ୍ଦୀ ଏହାର ମୁଖ୍ୟ ଉପନଦୀ। ଶାସ୍ତ୍ର ଓ ପୁରାଣରେ ପ୍ରସିଦ୍ଧି ଲାଭ କରିଥିବା ବୈତରଣୀ ନଦୀର ଅବବାହିକାରେ ପ୍ରାଚୀନ…

ଆମ୍ବବାଗାନ ଅଞ୍ଚଳରୁ ଚୋରି: ଘର ତାଲା ଭାଙ୍ଗି ଟଙ୍କା, ମୋବାଇଲ ନେଇଗଲେ, ପୋଲିସର ତଦନ୍ତ ଆରମ୍ଭ

ଯୋଡ଼ା,୨୯।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ୨ ନଂ ଓ୍ବାର୍ଡ ଆମ୍ବବାଗାନ ଅଞ୍ଚଳର ରୁଦ୍ର ନାରାୟଣ ପ୍ରଧାନଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏ ନେଇ ରୁଦ୍ର ସୋମବାର ସକାଳେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ,…

ଶ୍ରାବଣ ମାସର ଦ୍ୱିତୀୟ ସୋମବାର: ବୈତରଣୀରୁ ଜଳ ନେଇ ଶୈବପୀଠରେ ଲାଗିକଲେ ଭକ୍ତ

ଆନନ୍ଦପୁର,୨୯। ୭(ସ୍ବ.ପ୍ର.)- ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏହି ଉପଲକ୍ଷେ ସକାଳୁ ବିଭିନ୍ନ ଅଞ୍ଚଳରୁ ଶୈବଭକ୍ତମାନେ ଆନନ୍ଦପୁରର ପବିତ୍ର ପୁର୍ଣ୍ଣତ୍ୱୟା ବୈତରଣୀରୁ ଜଳ ନେଇ ଶୈବ ପୀଠ ଅଭିମୁଖେ ଯାତ୍ରା କରିଥିଲେ। ଯାତ୍ରା ସମୟରେ ବୋଲ୍‌ ବମ୍‌, ହର ହର…

ପୁଣି ଥରିବ କଣ୍ଟିପାଳର କୁଆମରା ହୁଡ଼ି

ଆନନ୍ଦପୁର,୨୯। ୭(ସ୍ବ.ପ୍ର.)- ଆନନ୍ଦପୁର ବ୍ଲକ କଣ୍ଟିପାଳରେ ଥିବା କୁଆମରା ହୁଡିରେ ପୁଣି ବ୍ଲାଷ୍ଟିଂ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବର୍ଷକ ତଳୁ କୁଆମରା ହୁଡିରେ ଆବଶ୍ୟକ ମାଇନିଂ ପ୍ଲାନ୍‌, ପରିବେଶ ମଞ୍ଜୁରି ନଥିବାରୁ ଏଠାରେ ବେଆଇନ୍‌ ବ୍ଲାଷ୍ଟିଂ ଏବଂ କ୍ରସରକୁ ବନ୍ଦ…

ଉଚ୍ଚଶିକ୍ଷାରେ ଅର୍ଥ ବାଧକ :ସହାୟତା ଅପେକ୍ଷାରେ ମେଧାବୀ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର

କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)- ପରିବାରର ଆର୍ଥିକ ଅନଟନ ଯୋଗୁ ନାନା ସମସ୍ୟା ମଧ୍ୟରେ ପାଠ ପଢୁଥିବା ମେଧାବୀ ତଥା ଭିନ୍ନକ୍ଷମ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର ଦେହୁରି ପରିସ୍ଥିତି ସହ ଲଢେଇ କରି ଚାଲିଛନ୍ତି। ହଦଗଡ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରୁ ଏଥର…

ସାହିତ୍ୟିକ ବିଭୂତିଙ୍କୁ ‘ଶଚୀଦେବୀ’ ସମ୍ମାନ

ତିହିଡ଼ି, ୨୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ଗ୍ରାମର ସାହିତ୍ୟିକ ବିଭୂତି ଭୂଷଣ ସେନାପତିଙ୍କୁ ଶନିବାର ‘ଶଚୀଦେବୀ’ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଶିଳାଶ୍ରୀ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହରେ ତାଙ୍କୁ ଏହି…

ପୋଲରେ ଧକ୍କାଦେଇ ୨୦ ଫୁଟ ତଳକୁ ଖସିଲା ଡମ୍ପର: ଚାଳକ ମୃତ

ବଡବିଲ,୨୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ୧୦ ନଂ. ରାଜ୍ୟ ରାଜପଥର ଡାକ ବଙ୍ଗଳା ଛକ ଗୁଣ୍ଡିଚା ମନ୍ଦିର ନିକଟ ପୋଲ ଉପରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ପୋଲକୁ ଧକ୍କା ଦେଇ ଏକ ଡମ୍ପର ପ୍ରାୟ ୨୦ ଫୁଟ୍‌ ତଳକୁ ଖସିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?