ଗଁ। ର ନାଁ ‘ବୈତରଣୀ’

କେନ୍ଦୁଝର, ୩୦ା୭(ଡି.ଏନ.ଏ.)-କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକାର ଗୁପ୍ତଗଙ୍ଗାରୁ ବାହାରିଥିବା ପୁଣ୍ୟତୋୟା ବୈତରଣୀ ନିମ୍ନକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛି। ସାଳନ୍ଦୀ ଏହାର ମୁଖ୍ୟ ଉପନଦୀ। ଶାସ୍ତ୍ର ଓ ପୁରାଣରେ ପ୍ରସିଦ୍ଧି ଲାଭ କରିଥିବା ବୈତରଣୀ ନଦୀର ଅବବାହିକାରେ ପ୍ରାଚୀନ ସଭ୍ୟତା ନିଦ୍ଦର୍ଶନ ଦେଖିବାକୁ ମିଳିଥାଏ। ଅନେକ ସମୃଦ୍ଧ ସହର ଓ ଜନପଦ ମଧ୍ୟ ଏହା ତଟଦେଶରେ ଗଢ଼ିଉଠିଛି। କିନ୍ତୁ ନଦୀର ଉତ୍ପତ୍ତିସ୍ଥଳରେ ଥିବା ନଦୀ ନାମଧାରୀ ଗ୍ରାମ ଆଜି ବି ଅବହେଳିତ ଓ ଅନ୍ଧାରୀମୁଲକ ଅବସ୍ଥାରେ ରହିଛି।
କେନ୍ଦୁଝରଠାରୁ ବୈତରଣୀର ଉତ୍ପତ୍ତିସ୍ଥଳ ଗୋନାସିକାର ଦୂରତା ପ୍ରାୟ ୩୦ କି.ମି.। ସେଠାରେ ଥିବା ଗୁପ୍ତଗଙ୍ଗା ପୂର୍ବଘାଟ ପର୍ବତମାଳାର ଖଣ୍ଡିତାଂଶ ସୁମେରୁ ପାହାଡ଼ର ଅଂଶବିଶେଷ କୁହାଯାଏ। ଜିଲାର ବାଂଶପାଳ ବ୍ଲକ ଅଧୀନ ଗୋନାସିକା ପଞ୍ଚାୟତ ଠାରୁ ୩ କି.ମି. ଦୂରରେ ନଦୀ ଉତ୍ପତ୍ତିସ୍ଥଳକୁ ଲାଗି ରହିଛି ବୈତରଣୀ ଗାଁ। କେହି କେହି ଗାଁର ନାମକରଣ ଅନୁସାରେ ନଦୀର ନାମକରଣ ହୋଇଥିବା କହନ୍ତି। ବୈତରଣୀ ଉତ୍ପତ୍ତିସ୍ଥଳ ଗୁପ୍ତଗଙ୍ଗାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏହାର ଆଧ୍ୟାତ୍ମିକ, ଧାର୍ମିକ ମହତ୍ତ୍ୱ ଏହି ସ୍ଥାନକୁ ପ୍ରସିଦ୍ଧ କରିଛି। କେନ୍ଦୁଝର ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ବାମପଟେ ଗୋନାସିକା ଥିବାବେଳେ ଡାହାଣପଟେ ବାଂଶପାଳ ବ୍ଲକ ରହିଛି। ଜାତୀୟରାଜପଥରେ ବାୟାପଣ୍ଡା ଧାର ଛକ ଠାରୁ ୧୨ କି.ମି. ଗଲେ ଗୋନାସିକାରେ ପହଞ୍ଚି ହୁଏ। ବାଂଶପାଳ ବ୍ଲକ ଅଫିସଠାରୁ ଗୋନାସିକା ପଞ୍ଚାୟତ ଅଧୀନ ବୈତରଣୀ ଗାଁର ଦୂରତା ପ୍ରାୟ ୩୫ କି.ମି. ହେବ। ଗ୍ରାମରେ ଜୁଆଙ୍ଗ ଓ ଗୋପାଳ ସମ୍ପ୍ରଦାୟର ୭୩ ପରିବାର ବସବାସ କରୁଛନ୍ତି। ଉପରସାହି ଓ ତଳସାହି ନାମରେ ଦୁଇଟି ସାହିକୁ ନେଇ ଗ୍ରାମ ଗଠିତ ହୋଇଛି। ଲୋକସଂଖ୍ୟା ୩୦୦ରୁ ଅଧିକ। ଜଳସେଚନ ସୁବିଧା ନ ଥିବାରୁ ଗ୍ରାମବାସୀ ଗାଁ ପାଖ ଦେଇ ଯାଇଥିବା ଏକ ନାଳ, ଚୁଆପାଣି ଓ ବର୍ଷା ଧାର ଉପରେ ନିର୍ଭର କରି ସୋରିଷ, ମକା, ଧାନ, ରାଶି ପ୍ରଭୃତି ଚାଷ କରି ଚଳିଥାନ୍ତି। ସେମାନେ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ନିକଟସ୍ଥ କାଞ୍ଜିପାଣି ହାଟରେ ବିକ୍ରି କରିଥାନ୍ତି। ଗାଁରେ ବସିଥିବା ଏକମାତ୍ର ନଳକୂପ ଆବଶ୍ୟକ ପାନୀୟଜଳ ଯୋଗାଇପାରୁ ନ ଥିବାରୁ ଲୋକେ ନାଳ ଓ ଚୁଆପାଣି ବ୍ୟବହାର କରିଥାନ୍ତି। ବିକାଶର ପଦଚିହ୍ନ ସ୍ବରୂପ ଗାଁରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିଛି। ଉକ୍ତ କେନ୍ଦ୍ରରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ତତ୍ତ୍ୱାବଧାନରେ ୨୨ଜଣ ଶିଶୁ ଶିକ୍ଷାଲାଭ କରୁଛନ୍ତି। ବିଜୁଳି ସଂଯୋଗ ପାଇଁ ନାମକୁ ଖୁଣ୍ଟ ପଡ଼ିଥିଲେ ବି ବିଜୁଳି ସେବା ଠିକ ଭାବେ ମିଳେନାହିଁ। ପ୍ରାଥମିକ ଶିକ୍ଷାନୁଷ୍ଠାନ ନ ଥିବାରୁ ଗାଁ ପିଲାମାନେ କଦଳୀବାଡ଼ି ସ୍କୁଲକୁ ଯାଇ ପାଠ ପଢ଼ିଥାନ୍ତି ବୋଲି ଗ୍ରାମର ୱାର୍ଡମେମ୍ବର ଦେଶ ଜୁଆଙ୍ଗ କହିଛନ୍ତି। ଗ୍ରାମର ଅଧିକାଂଶ ପରିବାର ଗରିବ। ସେମାନେ ସରକାରଙ୍କ ଠାରୁ ପାଉଥିବା ଚାଉଳ, ଭତ୍ତାକୁ ଆଶ୍ରା କରି କୌଣସି ପ୍ରକାରେ ଗୁଜରାଣ ମେଣ୍ଟାଉଛନ୍ତି। କେତେକ ପରିବାର ଗାଈ, ଗୋରୁ ଓ ଛେଳି ପାଳନ କରୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟଜଳ ଓ ବିଦ୍ୟୁତ ଆଦି କ୍ଷେତ୍ରରେ ସମ୍ପର୍ଣ୍ଣ ଅବହେଳିତ ଏହି ଗ୍ରାମର ୩ ଜଣ ଜୁଆଙ୍ଗ ପାଠ ପଢ଼ି ଶିକ୍ଷକ ଭାବେ ଅନ୍ୟତ୍ର ଚାକିରି କରୁଥିବା ଗ୍ରାମବାସୀ କହିଛନ୍ତି।
ବୈତରଣୀ ଗ୍ରାମକୁ ଗଲେ ଗ୍ରାମବାସୀଙ୍କ ଦାରିଦ୍ର୍ୟ ଜୀବନର ଛବି ଜଳଜଳ ହୋଇ ଦିଶେ। ଗାଁ ମଧ୍ୟଭାଗରେ ଏକ ମଣ୍ଡଘର ରହିଛି। ଏହା ଗ୍ରାମବାସୀଙ୍କ ସାଂସ୍କୃତିକ ପରମ୍ପରାର ମୂକସାକ୍ଷୀ ବୋଲି ଗ୍ରାମବାସୀ କହନ୍ତି। ଅନେକ ସମୟରେ ଗାଁକୁ ବିଦ୍ୟୁତ ସରବରାହ କାହିଁକି ବନ୍ଦ ରହେ ପଚାରିଲେ କାହାଠାରୁ କିଛି ଉତ୍ତର ମିଳେନାହିଁ। ସ୍ବାସ୍ଥ୍ୟ ସେବା ପାଇଁ ନିକଟସ୍ଥ ଗୋନାସିକା ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜରୁରୀ ଚିକିତ୍ସା ପାଇଁ କାଞ୍ଜିପାଣି ଓ କେନ୍ଦୁଝର ଡାକ୍ତରଖାନାକୁ ଲୋକେ ଯାଇଥାନ୍ତି। ବୈତରଣୀ ନଦୀ ନାମରେ ପ୍ରତିଷ୍ଠିତ ଏହି ଗ୍ରାମରେ ଉନ୍ନୟନ କାର୍ଯ୍ୟ କରାଗଲେ ଏହା ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକାଠି ହେଲେ ୧୩ ବ୍ଲକର ସରପଞ୍ଚ, ୪ ବର୍ଷର ବିକାଶ…

ପାଟଣା,୨୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସରପଞ୍ଚ ମହାସଂଘର ରବିବାର ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ଘାଟ ବାଲି ଯୋଡ଼ି ସ୍ଥିତ ଭୀମ କୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?