କେନ୍ଦୁଝର

ଗଛରେ ପିଟିହେଲା ବସ୍‌, ୩୫ ଆହତ

ଯୋଡ଼ା,୨୯।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କେତ୍‌ ହାଟିଂଠାରେ ଏକ ବସ୍‌ ଦୁର୍ଘଟଣା ଘଟି ୩୪ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଟାଟା କମ୍ପାନୀର ଠିକାସଂସ୍ଥା ନଟରାଜ ବସ୍‌ ନଂ ଓଡି ୦୫…

ପୋକ୍ସୋ କୋର୍ଟରେ ୧୦ ବର୍ଷ ଜେଲ

କେନ୍ଦୁଝର, ୨୯ା୮(ସ୍ବ.ପ୍ର./ଡି.ଏନ.ଏ.)-ସ୍ଥାନୀୟ ଏଡିଜେ ତଥା ସ୍ପେଶାଲ ଜଜ କୋର୍ଟରେ ବୁଧବାର ଏକ ପୋକ୍ସୋ ମାମଲାର ଶୁଣାଣି କରି ଏଡିଜେ ତଥା ସ୍ପେଶାଲ ଜଜ ଲୋକନାଥ ସାହୁ ଜଣେ ବ୍ୟକ୍ତିଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି।…

ଗାଧୁଆ ଘର ଯୋଜନା ବିଫଳ: ଅବହେଳିତ ହୋଇ ପଡିରହିଛି ଗୃହ

ତେଲକୋଇ, ୨୯।୮(ଡି.ଏନ.ଏ.)-ତେଲକୋଇ ବ୍ଲକ ମୁଖ୍ୟାଳୟ ସମେତ ବିଭିନ୍ନ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ସହାୟତାରେ ଗାଧୁଆ ଗୃହ ଯୋଜନା କରାଯାଇଛି। ୨୨ଟି ପଞ୍ଚାୟତରେ ଗାଧୁଆ ଶୌଚ ପାଇଁ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରାଯାଇ ୫୩ଟି ଏଭଳି ଗୃହ ନିର୍ମାଣ ଯୋଜନାରେ…

ଦିବ୍ୟାଙ୍ଗ ଅଞ୍ଜନଙ୍କୁ ଆବାସ ଯୋଜନା ସାତ ସପନ

ଚମ୍ପୁଆ,୨୯।୮(ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତର ଅଢଙ୍ଗାପାଳର ଅଞ୍ଜନ ମହାନ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ ପାଲଟିଛି। ଦୁଇବର୍ଷ ପୂର୍ବରୁ ଆବେଦନ କରି ମଧ୍ୟ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇଛନ୍ତି ଅଞ୍ଜନ। ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ଓ…

ସ୍ବାୟତ ଶାସନ ଦିବସରେ ଖୋଲିବ ଆନନ୍ଦପୁର ଶିଶୁ ପାର୍କ

ଆନନ୍ଦପୁର,୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ୭ ନଂ ଓ୍ବାର୍ଡ ବ୍ରିଜଛକଠାରେ ପାଖାପାଖି କୋଟିଏ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଶିଶୁ ପାର୍କର ଲୋକାର୍ପଣ ଉତ୍ସବ ଚଳିତ ବର୍ଷ ଫେବୃୟାରୀ ୨୪ ତାରିଖରେ ଅନୁଷ୍ଠିତ ହୋଇଥିଲା। ଲୋକାର୍ପଣ ସତ୍ତ୍ୱେ ଏହାର…

ଏଆଇଟିୟୁସି ପକ୍ଷରୁ ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ: ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବଡ଼ବିଲ,୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଏଆଇଟିୟୁସି(ଅଖିଳ ଭାରତ ଟ୍ରେଡ୍‌ ୟୁନିୟନ କଂଗ୍ରେସ) ପକ୍ଷରୁ ବୁଧବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛିି। ଶ୍ରମିକମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ କରିଥିଲେ। କେନ୍ଦ୍ର…

ହାଟଡ଼ିହୀ ଅଞ୍ଚଳର ୩ ପ୍ରମୁଖ ରାସ୍ତାର ଶିଳାନ୍ୟାସ କଲେ ବିଧାୟକ

ହାଟଡ଼ିହୀ,୨୮।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ତିନୋଟି ସ୍ଥାନରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ବୁଧବାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକର ଶିଳାନ୍ୟାସ କରିଛନ୍ତି। ଛେନାପଦିରୁ ପଞ୍ଚୁଗୋଛିଆ ୬ କିମି ୨୦୦ ମି. ରାସ୍ତା ପାଇଁ ୨ କୋଟି ୪୧ ଲକ୍ଷ…

୮ ଦଫା ଦାବିରେ କେନ୍ଦୁଝର ଇପିଏଫ୍‌ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀଙ୍କ ଆନ୍ଦୋଳନ

କେନ୍ଦୁଝର,୨୮।୮(ସ୍ବ.ପ୍ର.): ବିଭିନ୍ନ ସମସ୍ୟାର ସମାଧାନ ସହ ୮ ଦଫା ଦାବିରେ କେନ୍ଦୁଝର ଜିଲା ଇପିଏଫ୍‌ କାର୍ଯ୍ୟାଳୟ ସମ୍ମୁଖରେ ଏହାର କର୍ମଚାରୀମାନେ ବୁଧବାର ଆନ୍ଦୋଳନରେ ବସିଛନ୍ତି। ବେତନର ଅସମାନତା ଦୂର ପାଇଁ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା, ସବୁ ଶ୍ରେଣୀର କର୍ମଚାରୀଙ୍କ ନିଯୁକ୍ତି…

ଓଡ଼ିଆଙ୍କ କଳାକୃତି ଦକ୍ଷିଣ ଭାରତରେ ଭାଇରାଲ

କେନ୍ଦୁଝର, ୨୮ା୮(ସ୍ବ.ପ୍ର.)-ରୁବିକ୍‌ସ କ୍ୟୁବ୍‌ରେ ପ୍ରସ୍ତୁତ ଦକ୍ଷିଣ ଭାରତ ସୁପର ଷ୍ଟାର ତଥା ବାହୁବଳୀ ସିନେମା ଅଭିନେତା ପ୍ରଭାସଙ୍କ ଚିତ୍ର ଓ ଭିଡିଓ ଦକ୍ଷିଣ ଭାରତରେ ଭାଇରାଲ ହୋଇଛି ା ବିଭିନ୍ନ ସୋସିଆଲ ମିଡିଆ ସମେତ ଟିଭି ଓ ପ୍ରିଣ୍ଟ ମିଡିଆରେ ମଧ୍ୟ…

ଭାରସାମ୍ୟ ହରାଇ ଓଲଟିଲା ବାଉଁଶ ବୋଝେଇ ଅପେରା ଗାଡ଼ି

ଆନନ୍ଦପୁର,୨୭। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ୫୩ ନଂ. ରାଜ୍ୟ ରାଜପଥ ବାଲୁଙ୍କେଶ୍ୱର ଛକଠାରେ ମଙ୍ଗଳବାର (ନଂ.ଓଆର୦୫-ଏଫ୦୮୨୧) ବିଶିଷ୍ଟ ଏକ ୧୦ ଚକିଆ ବାଉଁଶ ବୋଝେଇ ଅପେରା ଗାଡ଼ି ଓଲଟି ପଡିଛି। ଉକ୍ତ ଗାଡ଼ିଟି ଫକିରପୁର ଗ୍ରାମ ପାର୍ଶ୍ୱରୁ…

ଜିଲାପାଳଙ୍କୁ ଗୁହାରି: ଅନୁକମ୍ପା ଭିତ୍ତିରେ ନିଯୁକ୍ତି ଦିଅ

ଯୋଡ଼ା, ୨୭।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ବଡବିଲ ପୌରପାଳିକାର ୨ନଂ ଓ୍ବାର୍ଡ ବେଲକୁଣ୍ଡି ଠାରେ ଥିବା ଅଙ୍ଗନଓାଡି କର୍ମୀ ପଦବୀରେ ସ୍ଥାନୀୟ ମହିଳାଙ୍କୁ ଆଗ୍ରାଧିକାର ଦେବା ନିମନ୍ତେ ଗ୍ରାମବାସୀ ଯୋଡା ବ୍ଲକ ବିଡିଓଙ୍କ ମାଧ୍ୟମରେ କେନ୍ଦୁଝର ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।…

ଗଳାକାଟି ମହିଳାଙ୍କୁ ହତ୍ୟା ଘଟଣା : ଫେରାର ଅଭିଯୁକ୍ତ ଗିରଫ

ଯୋଡ଼ା, ୨୬।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଲହୁଣିପଶି ଗ୍ରାମରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଘଟଣାରେ ରବିବାର ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତର ନାମ ଶୁକ୍ରା ମୁଣ୍ଡା(୩୨)। ଗତ ୧୫ ତାରିଖ ଅପରାହ୍ନରେ ଉକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri