କେନ୍ଦୁଝର

ପାହାଡ଼ ଖୋଲରେ ଲୁଚିଥିଲେ ଛତିଶଗଡ ଯୁବକ: ଧରାପଡ଼ି ସଙ୍ଗରୋଧ କେନ୍ଦ୍ରକୁ ଗଲେ

କେନ୍ଦୁଝର,୯ା୪(ସ୍ବ.ପ୍ର.)-ଛତିଶଗଡରୁ ପୁରୀ ଦେଇ କେନ୍ଦୁଝର ଜିଲାକୁ ଆସି ସଦର ବ୍ଲକ ପଳାଶପଙ୍ଗା ନିକଟ ସନ୍ଥେଭଞ୍ଜ ପାହାଡ଼ ଖୋଲରେ ଆମତ୍ଗୋପନ କରିଥିବା ଜଣେ ଯୁବକଙ୍କୁ ପୋଲିସ ଉଦ୍ଧାର କରି ସଙ୍ଗରୋଧ କେନ୍ଦ୍ରକୁ ପଠାଇଛି। ଯୁବକ ଜଣକ ହେଲେ ଛତିଶଗଡ ରାଜ୍ୟର କ୍ଷେମରାଜ ପଟେଲ…

୨୧ ଦିନିଆ ସ୍ବତନ୍ତ୍ର ଛୁଟିରେ ଗଲେ ୧୧ କଏଦୀ

କେନ୍ଦୁଝର,୮ା୪(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜେଲରେ କଏଦୀଙ୍କ ସଂଖ୍ୟା ଅଧିକ ଥିବାରୁ ଏହା କରୋନା ମୁକାବିଲା ଦିଗରେ ସମସ୍ୟା ସୃଷ୍ଟି କରିବା ଆଶଙ୍କା କରି ସରକାର ବିଚାରାଧିନ ବନ୍ଦୀଙ୍କୁ ଅନ୍ତରୀଣ ଜାମିନ ଓ ପାରୋଲରେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ନିଶା କାରବାର,ବଳାକତ୍ାର,ଯୌନ ନିର୍ଯାତନା,ଏସିଡ୍‌ ମାଡ଼…

ଟୋକନ ମିଳିଲା, ମିଳିନି ଚାଉଳ

କେନ୍ଦୁଝର,୮ା୪ (ସ୍ବ.ପ୍ର.) – କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ବିଭିନ୍ନ ସ୍କୁଲ ଛୁଟି କରାଯାଇ ଛାତ୍ରୀଛାତ୍ରଙ୍କୁ ୩ ମାସର ମଧ୍ୟାହ୍ନଭୋଜନ ଚାଉଳ ଅଗ୍ରୀମ ଦେବା ପାଇଁ କୁହାଯାଇଛି। କିନ୍ତୁ ଏନେଇ ପିଲାମାନଙ୍କ ଅଭିଭାବକମାନଙ୍କୁ ଟୋକନ ଶିକ୍ଷା ବିଭାଗ…

ପାଗଳା କୁକୁର କାମୁଡ଼ାରେ ୬ ଗୁରୁତର

ପାଟଣା,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ମଙ୍ଗଳବାର ସକାଳେ ଏକ ବୁଲା ପାଗଳା କୁକୁର କାମୁଡ଼ାରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ପ୍ରଥମେ ସେମାନଙ୍କୁ ପଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ…

୪ ଜଣଙ୍କ ରକ୍ତ ନମୁନା ନେଗେଟିଭ

ପାଟଣା,୮ା୪(ସ୍ବ.ପ୍ର.): କରୋନା ପାଇଁ ଦେଶବ୍ୟାପି ଚାଲିଥିବା ଲକ୍‌ ଡାଉନ ମଙ୍ଗଳବାର ୧୪ ଦିନରେ ପହଞ୍ଚିଛି। ବାହାର ରାଜ୍ୟ ଓ ଜଣେ ବିଦେଶ ଫେରନ୍ତାଙ୍କୁ ମିଶାଇ ମୋଟ ୩୩୮ ଜଣ ପାଟଣା ବ୍ଲକକୁ ଆସି ହୋମ କ୍ୱାରାଣ୍ଟାଇନରେ ରହିଥିଲେ। ସେମାନଙ୍କ ମଧ୍ୟରୁ ୩୩୩…

ଅମାନିଆ ଗାଡ଼ିଚାଳକଙ୍କୁ ପୋଲିସ ଛାଟ

କେନ୍ଦୁଝର,୮ା୪ (ସ୍ବ.ପ୍ର.)- କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସରକାର ଜନସାଧାରଣଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି। ଏହା ସତ୍ତ୍ୱେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ବିଭିନ୍ନ ବଜାର ଓ ଛକମାନଙ୍କରେ ବାଇକ୍‌ ଧରି ଲୋକେ ଭିଡ଼…

ସାନିଟାଇଜ ହେଲା କେନ୍ଦୁଝର ମୁଖ୍ୟ ଡାକଘର

କେନ୍ଦୁଝର,୭ା୪(ଡିଏନ୍‌ଏ): କେନ୍ଦୁଝର ମୁଖ୍ୟ ଡାକଘର ପରିସରକୁ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜ୍‌ କରାଯାଇଛି। ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ମୁଖ୍ୟ ଡାକଘର ସମେତ ସହରର ପ୍ରମୁଖ ରାସ୍ତା ଓ କାର୍ଯ୍ୟାଳୟକୁ ରାସାୟନିକ ପାଣି ପକାଇ ବିଶୋଧନ କରାଯାଉଛି। ଅଗ୍ନିଶମ…

କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ପରିବାର, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ଆଳିର ୧୧ ଗାଁ ସିଲ୍‌

କେନ୍ଦ୍ରାପଡ଼ା ଅଫିସ, ୭ା୪: କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ କରୋନା ପଜିଟିଭ ବ୍ୟକ୍ତି ସୋମବାର ଚିହ୍ନଟ ହୋଇଛନ୍ତି। ଆଳି ଅଞ୍ଚଳର ଏହି ଚିହ୍ନଟ ବ୍ୟକ୍ତିଙ୍କୁ ଜିଲା ପ୍ରଶାସନ ସହାୟତାରେ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ସୋମବାର ରାତିରୁ ଆଳିର ଉକ୍ତ ଗ୍ରାମକୁ…

କେନ୍ଦୁଝରରେ ପ୍ରତିଷ୍ଠା ହେବ କୋଭିଡ୍‌-୧୯ ହସ୍‌ପିଟାଲ: ବୁଝାମଣାପତ୍ର ସ୍ବାକ୍ଷରିତ

କେନ୍ଦୁଝର, ୭ା୪(ଡି.ଏନ୍‌.ଏ.)-କେନ୍ଦୁଝରଠାରେ ପ୍ରତିଷ୍ଠା ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍‌ପିଟାଲ। ଏ ସମ୍ପର୍କରେ ସୋମବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ କେନ୍ଦୁଝର ଜିଲା ପ୍ରଶାସନ. ସିଡିଏମଓ ଏବଂ ଉକତ୍ଳ ହସ୍‌ପିଟାଲ ପ୍ରାଇଭେଟ ଲିଃ. ଭୁବନେଶ୍ୱର ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର…

ବିଶୋଧିତ ହେଲା ଜନଗହଳି ପୂର୍ଣ୍ଣ ସ୍ଥାନ

ପାଟଣା,୭ା୫(ସ୍ବ.ପ୍ର.): କରୋନା ସଂକ୍ରମଣରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା,ବ୍ଲକ କାର୍ଯ୍ୟାଳୟ, ଗୋଷ୍ଠୀ ଶିକ୍ଷାକେନ୍ଦ୍ର ପରିସର, ତହସିଲ, ମାର୍କେଟ, ବଜାରର ମୁଖ୍ୟ ରାସ୍ତା ଓ ବ୍ୟାଙ୍କ ଆଦି ସରକାରୀ କାର୍ଯ୍ୟାଳୟ ଓ ଜନଗହଳି…

୮୦୬ ଗାଡ଼ି ଜବତ

କେନ୍ଦୁଝର, ୭ା୪(ଡି.ଏନ୍‌.ଏ./ସ୍ବ.ପ୍ର.)- ଲକ୍‌ ଡାଉନ କଟକଣା ଉଲ୍ଲଂଘନ କାରଣରୁ କେନ୍ଦୁଝର ଜିଲାରେ ୮୦୬ ଗାଡ଼ି ଜବତ ହୋଇଛି। ୫୫ ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି ଏଥିମଧ୍ୟରୁ କେନ୍ଦୁଝର ସହରରେ ୧ଶହରୁ ଊର୍ଦ୍ଧ୍ୱ ଗାଡ଼ି ଜବତ ହୋଇଛି। ଜିଲାରେ ବିନା…

ଆହତ ହରିଣ ମୃତ

କେନ୍ଦୁଝର, ୭।୪(ସ୍ବ.ପ୍ର./ ଡି.ଏନ୍‌.ଏ.)-କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଜଂଘିରା ନିକଟ ତେନ୍ତଳାପଶି ପଞ୍ଚାୟତ ଅଧୀନ ମଶୀନାବିଲା ଗ୍ରାମରୁ ବନ ବିଭାଗ ଏକ କ୍ଷତ ବିକ୍ଷତ ଅଣ୍ଡିରା ହରିଣ ଉଦ୍ଧାର କରିଛି। ହରିଣଟି ସୋମବାର ସକାଳ ୯ଟାରେ ପାଖ ଜଙ୍ଗଲରୁ ଗ୍ରାମକୁ ଚାଲିଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?