କେନ୍ଦୁଝର

ରାସ୍ତା ଜାମ୍‌ : ଠିକ୍‌ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରୁନାହାନ୍ତି ମାଟ୍ରିକ୍‌ ଛାତ୍ରୀଛାତ୍ର

ଆନନ୍ଦପୁର,୨୨।୨(ସ୍ବ.ପ୍ର.): ମାଟ୍ରିକ୍‌ ପରୀକ୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲାପାଳ ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡ଼ିଗୁଡିକର ଯାତାୟାତକୁ ଭୋର ୫ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଥିଲେ। ମାତ୍ର ଏହି ପ୍ରତିବନ୍ଧକ କେବଳ ନାମକୁମାତ୍ର କାଗଜପତ୍ରରେ ସୀମିତ ହୋଇ ରହିଯାଇଛି। ଅନ୍ୟପକ୍ଷରେ…

ଦିନ ବେଳେ ଜଳୁଛି ଜଙ୍ଗଲ

ଚମ୍ପୁଆ,୨୨।୨(ଡି.ଏନ.ଏ)-ରୌଦ୍ରତାପ ବଢିବା ପରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଆଗରୁ ସ୍ଥାନୀୟ ଜଙ୍ଗଲଗୁଡିକରେ ନିଅଁ। ଲାଗୁଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଚଳିତ ବର୍ଷ ଫେବୃୟାରୀରେ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଉଖୁଣ୍ଡା…

ଆଦିବାସୀ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବଡବିଲ, ୨୨।୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଲାଣୀ ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାରେ ଲୀଲାରାମ ସୂର୍ଯ୍ୟବଂଶୀ ନାମକ ଯୁବକଙ୍କୁ ପୋଲିସ ଗିରଫ କରିଛି। ବଲାଣୀ ଥାନା ଅଧୀନ ସେଲ କମ୍ପାନୀ କ୍ୱାର୍ଟର୍ସରେ ଲୀଲାରାମ…

ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଶାଳ କାଠ ଜବତ: ଚୋରା କାଠ ବେପାରୀ ଫେରାର

ପାଟଣା,୨୧।୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୋରାସ ଗ୍ରାମ ଖମଣ ସାହିର ହୁଡ଼ିରେ ଥିବା ୨୪ଟି ମୂଲ୍ୟବାନ ଶାଳ ଗଛକୁ ଚୋରା କାଠ ବେପାରୀମାନେ କାଟି ନେଇଯିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ବନ ବିଭାଗ ପହଞ୍ଚି ଶାଳ କାଠ ଜବତ କରିଛି।…

ବାବା ମୁକ୍ତେଶର ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

କେନ୍ଦୁଝର,୨୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠରେ ଜାଗରଯାତ୍ରା ଧୁମଧାମରେ ପାଳନ ହେଉଛି। ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଜମିଥିଲା। ଝୁମ୍ପୁରା ବ୍ଲକ ନୟାଗଡ଼ସ୍ଥିତ ଏକ ହଜାରେ ବର୍ଷର ପ୍ରାଚୀନ ବାବା ମୁକ୍ତେଶର ମହାଦେବଙ୍କ ମନ୍ଦିରରେ ହଜାର ହଜାର…

ଜାଗରରେ ଅଘଟଣ: ଦୀପରୁ ନିଆଁ ଲାଗି ମହିଳା ଆହତ

ଆନନ୍ଦପୁର,୨୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଦେଓଗାଁର କୁଶଳେଶ୍ୱର ମହାଦେବଙ୍କ ମନ୍ଦିରରେ ଶୁକ୍ରବାର ଜାଗରରେ ଅଘଟଣ ଘଟିଛି । ଆନନ୍ଦପୁରର ଏହି ପ୍ରାଚୀନ ଶୈବପୀଠରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଆହତ ହୋଇଛନ୍ତି। ସେ ହେଲେ ଗ୍ରାମର କମଳିନୀ…

ମହାଶିବରାତ୍ରି: ପାଟଣା ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ପାଟଣା,୨୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳ ଶିବରାତ୍ରି ସକାଶେ ଉତ୍ସବମୁଖର ହୋଇଉଠିଛି। ଶୁକ୍ରବାର ଭୋର ୪ଟାରୁ ମୁଖ୍ୟାଳୟସ୍ଥିତ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି। ପାଟଣା ମୁଖ୍ୟାଳୟସ୍ଥିତ ପ୍ରାଚୀନ ଶୈବପୀଠ ଆନନ୍ଦେଶ୍ୱର ମହାଦେବ, ବୈତରଣୀ ନଦୀ କୂଳରେ ଅବସ୍ଥିତ ପରମେଶ୍ୱର…

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଭାଜପା ଯୁବମୋର୍ଚ୍ଚା

କେନ୍ଦୁଝର,୨୦।୨(ସ୍ବ.ପ୍ର.): ବେରୋଜଗାରରେ ଓଡ଼ିଶା ୧ ନମ୍ବର ପ୍ରସଙ୍ଗକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଗତ ୨୦ବର୍ଷ ହେଲା ସରକାର ରାଜ୍ୟରେ ରୋଜଗାର ସୃଷ୍ଟି ସହ ନିଯୁକ୍ତି ଦେବାରେ ବିଫଳ ହୋଇଥିବା ଯୁବନେତାମାନେ କହିଥିଲେ। କେନ୍ଦୁଝର…

ବସ୍‌ ଅଟକାଇ ଡକାୟତି: ବୋଲେରୋ ଜବତ, ୬ ଅଭିଯୁକ୍ତ ଗିରଫ

ଯୋଡ଼ା,୨୦।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ନିକଟସ୍ଥ ରଣାଶାଳ ଘାଟିଠାରେ ବୁଧବାର ରାତିରେ ୬ ଜଣ ଦୁର୍ବୃତ୍ତ ବସ୍‌ ଅଟକାଇ ଲୁଟ୍‌ ବେଳେ ପୋଲିସ ଦ୍ୱାରା ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ବଡ଼ବିଲ-ଭୁବନେଶ୍ୱର ‘ସଂସ୍କାର’ ନାମକ ଏକ…

ତରମାକାନ୍ତ ଜଙ୍ଗଲରୁ ମିଳିଲା ହାତୀର ମୃତଦେହ

କେନ୍ଦୁଝର,୧୯।୨(ସ୍ବ.ପ୍ର.): ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧିନସ୍ଥ ବାଂଶପାଳ ବ୍ଲକର ତରମାକାନ୍ତ ନିକଟ ଜଙ୍ଗଲରୁ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଏହାକୁ ଦେଖି ବନ ବିଭାଗକୁ ଜଣାଇବା ପରେ ବନ ବିଭାଗ କର୍ମଚାରୀ ପ୍ରାଣୀ ଚିକିତ୍ସକଙ୍କ ସହିତ…

ନକଲି ଡିଏଲ୍‌ ପ୍ରସ୍ତୁତକାରୀ ଦୋକାନ ଠାବ: ବିଭିନ୍ନ ସାମଗ୍ରୀ ଜବତ, ୨ ଗିରଫ

ବଡ଼ବିଲ,୧୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଏମଭି ତନଖି କରୁଥିବାବେଳେ ନକଲି ଡ୍ରାଇଭିଂ ଲାଇସେନ୍ସ ଏବଂ ଏକ ବାଇକ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି। ପୋଲିସ ତନାଘନା ସମୟରେ ନକଲି ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରୁଥିବା ପାଟଣା ଥାନା…

ଆନନ୍ଦପୁରରେ ୫ ପରୀକ୍ଷାକେନ୍ଦ୍ରରେ ୧୪୪ ଧାରା

ଆନନ୍ଦପୁର,୧୯। ୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ୫ ମାଟ୍ରିକ୍‌ ପରୀକ୍ଷାକେନ୍ଦ୍ରରେ ୧୪୪ ଧାରା ଲାଗୁ କରାଯାଇଛି। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଭାବେ ପରିଗଣିତ ଏହି କେନ୍ଦ୍ରଗୁଡିକରେ ପରୀକ୍ଷା ସୁପରିଚାଳନା ପାଇଁ ୧୪୪ ଧାରା ଲାଗୁ କରାଯାଇଥିବା ସୂଚନା ମିଳିଛି। ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?