କେନ୍ଦୁଝର

କେନ୍ଦୁଝର-ମୟୂରଭଞ୍ଜ ଜିଲା ସୀମାର ୮ ରାସ୍ତା ସିଲ୍‌

ପାଟଣା,୨୪ା୪(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ପ୍ରବେଶ ପଥର ୮ଟି ରାସ୍ତାକୁ ପାଟଣା ପୋଲିସ ସିଲ୍‌ କରିଛି। ଏହି ସୀମାବର୍ତ୍ତୀ ପ୍ରବେଶ ପଥରେ ତାର ଓ ବାଉଁଶ ବାଡ଼ ଦେଇ ବନ୍ଦ କରି ଦିଆଯାଇଛି।…

ସୋସୋରେ ମାତିଛି ଦନ୍ତା: ଅଞ୍ଚଳବାସୀ ଭୟଭୀତ

ହାଟଡିହୀ,୨୩ା୪(ଡି.ଏନ୍‌.ଏ.) : କରୋନା ସାଙ୍ଗକୁ ହାତୀ ଭୟ ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଅଞ୍ଚଳରେ ଏକ ଦନ୍ତା ମାତିଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏଥିସହ ହାତୀଟି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଚାଲିଛି। ବାଡ଼ିବଗିଚାରେ…

କାଳ ବୈଶାଖୀ ପ୍ରଭାବରେ କୁଆପଥର ମାଡ: ପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା

କେନ୍ଦୁଝର, ୨୨ା୪(ସ୍ବ.ପ୍ର.): ମହାମାରୀ କରୋନା ନେଇ କେନ୍ଦୁଝର ଜିଲାର ପରିବା ଚାଷୀମାନେ ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହେବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଅନେକ ଅଞ୍ଚଳରେ ଗଛ ଉପୁଡି ପଡିଥିବା ବେଳେ ଆମ୍ବ…

ଖବରଦାତାଙ୍କୁ ଆକ୍ରମଣ

କେନ୍ଦୁଝର, ୨୨।୪(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ପୋଲିସ ବୁଧବାର ଲକ ଡାଉନ ପାଇଁ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଖବରଦାତାଙ୍କୁ ଆକ୍ରମଣ କରାଯାଇଛି। ଏହାକୁ ନେଇ ଟାଉନ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅସୁସ୍ଥ ଝିଅ ସହିତ କାର୍‌ରେ ମେଡିକାଲ…

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କରୋନା ସଂକ୍ରମଣ ରୋକିବାକୁ ଶପଥ ନେଲେ ସରପଞ୍ଚ

ପାଟଣା,୨୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୨୦ ଜଣ ସରପଞ୍ଚ ବୁଧବାର ବ୍ଲକ ଭିସି କକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ଗାଁରେ କରୋନା ପଶିବାକୁ ନ ଦେବା ପାଇଁ ଶପଥ ଗ୍ରହଣ କରିଛନ୍ତି। ଏଥିସହ…

ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତଦାନ, ୩୫ ୟୁନିଟ୍‌ ରକ୍ତ ସଂଗ୍ରହ

ପାଟଣା,୨୨ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ଉପାନ୍ତ ଅଞ୍ଚଳ ମାଛଗଡ଼ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବୁଧବାର ସାହାରପଡ଼ା ବ୍ଲକ ବିଜେଡି ପକ୍ଷରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। କରୋନା ସଂକ୍ରମଣ ପ୍ରତିହତ…

କରୋନା ମୁକାବିଲା: ପେଣ୍ଟିଂ ମାଧ୍ୟମରେ ଲୋକଙ୍କୁ କରାଯାଉଛି ସଚେତନ

କେନ୍ଦୁଝର, ୨୨।୪(ସ୍ବ.ପ୍ର.): କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଜାରି ହୋଇଛି। ଏହା ସତ୍ତ୍ୱେ କେନ୍ଦୁଝର ସହରରେ ଲୋକଙ୍କ ଯାତାୟତ ବଢୁଛି। ଏ ନେଇ ପ୍ରଶାସନ ପକ୍ଷରୁ ଜନ ସଚେତନତା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। କେନ୍ଦୁଝର ପୌରପାଳିକା ପକ୍ଷରୁ…

ନ ଥିଲା ସତର୍କ ସୂଚନା: ନିର୍ମାଣାଧୀନ ପୋଲ ତଳକୁ ଖସିି ବାଇକ୍‌ଆରୋହୀଙ୍କ ଜୀବନ ଗଲା

ବଡ଼ବିଲ,୨୨ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ କାଠ ଡିପୋ ନିକଟ ପୋଲ ତଳକୁ ଖସି ବୁଧବାର ଭୋର୍‌ ସମୟରେ ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଛି। ମୃତ ଯୁବକ ଜଣକ ହେଲେ ବଡ଼ବିଲ ଅଞ୍ଚଳର ସୁଦର୍ଶନ ପ୍ରଧାନ। ସୂଚନାନୁଯାୟୀ, ଭଦ୍ରାସାହି-ବଡ଼ବିଲ ରାଜ୍ୟ…

ଶ୍ରମିକଙ୍କ ରହିବା, ଖାଇବାର ବ୍ୟବସ୍ଥା କଲା ପ୍ରଶାସନ

ଆନନ୍ଦପୁର,୨୨।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପ୍ରଶାସନ ପକ୍ଷରୁ ଭୁବନେଶ୍ୱରରୁ ଚାଲି ଚାଲି ଆସିଥିବା ୯ ଜଣ ଶ୍ରମିକଙ୍କ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଲକ୍‌ ଡାଉନ ପାଇଁ କାମ ବନ୍ଦ ଥିବାରୁ ଏହି ମହିଳା ଓ ପୁରୁଷ ଶ୍ରମିକ ଭୁବନେଶ୍ୱର ଡୁମୁଡୁମା…

୧୧ ଶ୍ରମିକ ଧରାପଡ଼ିି କ୍ୱାରାଣ୍ଟାଇନ୍‌ରେ ରହିଲେ

କେନ୍ଦୁଝର,୨୨ା୪(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଜିଲାର ୧୧ଜଣ ଶ୍ରମିକ ଝୁମ୍ପୁରା ଅଞ୍ଚଳରେ ରହି ନିର୍ମାଣ କାର୍ଯ୍ୟ କରୁଥିଲେ। କରୋନା ପାଇଁ ଲକ୍‌ଡାଉନ୍‌ ହୋଇଯିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଗାଡ଼ିମୋଟର ନ ଚାଲିବାରୁ ସେମାନେ ନିଜ ରାଜ୍ୟକୁ ଫେରି ପାରି ନ…

କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ: ଆନନ୍ଦପୁରରେ ସଚେତନତା କାର୍ଯ୍ୟ ସାରି ଫେରୁଥିବା ଆଶା ଦିଦିଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଆନନ୍ଦପୁର, ୨୧। ୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ଶାଳବଣି ପଞ୍ଚାୟତ ବଳଦୁଆଁ ଗ୍ରାମର ଆଶା ଦିଦି ଅଖଜି ଖଣ୍ଡାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ସେହି ଗ୍ରାମର ଚନ୍ଦନ ମଣ୍ଡଳଙ୍କୁ ଗିରଫ କରିଛି। ଏନେଇ ଆନନ୍ଦପୁର ଥାନାରେ ମାମଲା(ନଂ. ୬୨/୨୦) ରୁଜୁ…

୩୧ ୟୁନିଟ୍‌ ରକ୍ତ ସଂଗୃହୀତ

ଯୋଡ଼ା, ୨୧।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଗଣେଶ ଭବନଠାରେ ସୋମବାର ପୂର୍ବାହ୍ନରେ ଯୋଡା ବିଜେଡି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୩୧ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?