ପ୍ରତିଶ୍ରୁତି ପରେ ଭାଙ୍ଗିଲା ଆମରଣ ଅନଶନ
ଆନନ୍ଦପୁର,୧୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଢେଙ୍କା ପଞ୍ଚାୟତ ସଙ୍ଗମ ଗ୍ରାମର ଦୁଇ ପରିବାର ନ୍ୟାୟ ପାଇଁ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନଠାରୁ ଆମରଣ ଅନଶନ ଆରମ୍ଭ କରିଥିଲେ। ଶୁକ୍ରବାର ରାତି ୮ଟା ପରେ ସୋସୋ…
ନ୍ୟାୟ ଦାବିରେ ଆମରଣ ଅନଶନ
ହାଟଡିହୀ,୧୩l୨(ଡି.ଏନ୍.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ସଙ୍ଗମ ଗ୍ରାମର ଦୁଇ ପରିବାର ନ୍ୟାୟ ପାଇଁ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି l ଏହି ଅନଶନ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି l ଗତ ଶୁକ୍ରବାର…
ଗାଁକୁ ପଶି ଆସିଥିବା ହରିଣକୁ ମାରିଦେଲେ
ହାଟଡି଼ହୀ,୧୧।୨(ଡି.ଏନ.ଏ.): କେନ୍ଦୁଝର ଜିଲା ହଦଗଡ଼ ଅଭୟାରଣ୍ୟରୁ ନିକଟସ୍ଥ ଚଞ୍ଚଳପଡ଼ା ଗାଁକୁ ପଶି ଆସିଥିବା ଏକ ହରିଣକୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ବନ ବିଭାଗ ସେହି ଗ୍ରାମର ପଞ୍ଚାନନ ବେହେରାଙ୍କୁ ଗିରଫ କରିଥିବା ବନଖଣ୍ଡ ଅଧିକାରୀ ସୁମିତ ମହାନ୍ତି କହିଛନ୍ତି।…
ଅଦା ଚାଷ କରିଛି ସ୍ବାବଲମ୍ବୀ
କେନ୍ଦୁଝର,୧୦ା୨ (ସ୍ବ.ପ୍ର.)-ଦେଶୀ ଅଦାର ଚାହିଦା ସବୁଠି ରହିଛି । ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି । ଚା’ଠାରୁ ଆରମ୍ଭ କରି ତରକାରୀ, ଔଷଧ ପ୍ରସ୍ତୁତିରେ ଏହାର ବ୍ୟବହାର ରହିଛି। ଲୋକ ମାନେ ଏହାକୁ ନିତିଦିନିଆ ସାମଗ୍ରୀ ଭାବରେ ବ୍ୟବହାର କରିଆସୁଛନ୍ତି।…
ଜୁଏଲାରୀ ଦୋକାନରୁ ଚୋରି ଘଟଣାରେ ୪ ଗିରଫ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ
ପାଟଣା,୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ପାଟଣା ମୁଖ୍ୟ ବଜାରର ଅଜୟ କୁମାର ପରିଡାଙ୍କ ‘ପ୍ରମିଳା ଜୁଏଲାରୀ’ ଦୋକାନରୁ ଗତ ଜାନୁୟାରୀ ୧୫ ରେ ଲକ୍ଷାଧିକ ମୂଲ୍ୟର ସୁନା ଓ ରୁପା ଗହଣା ଚୋରି ହୋଇଥିଲା। ଏହି ଘଟଣାରେ ପାଟଣା…
ହାତୀ ଦାନ୍ତ, ବାଘ ଚମଡ଼ା ଜବତ; ୩ ଗିରଫ
କେନ୍ଦୁଝର,୮।୨(ସ୍ବ.ପ୍ର.): ସ୍ବତନ୍ତ୍ର ଟାସ୍କଫୋର୍ସ କେନ୍ଦୁଝର ସହର କାଶୀପୁର ନିକଟରୁ କିଣାବିକା ଚାଲିଥିବା ବେଳେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଠାରୁ ଏକ ବାଘ ଚମଡ଼ା ଓ ଦୁଇଟି ହାତୀଦାନ୍ତ ଜବତ କରିଛି। ଯାଞ୍ଚ ବେଳେ ଏହି କାରବାରରେ ଜଡ଼ିତ ୩ ଜଣଙ୍କୁ…
ସାତ ଭଉଣୀଙ୍କ ବାସସ୍ଥାନ ସାତକୁଟୁଣିଆ
ଚମ୍ପୁଆ, ୮।୨(ଡି.ଏନ.ଏ)-ଐତିହାସିକ ଓ ଭୌଗୋଳିକ ଦୃଷ୍ଟି କୋଣରୁ ଗୁରୁତ୍ୱପୁର୍ଣ୍ଣ ହୋଇପାରିଛି ଧଳା ପଥରଖଣ୍ଡ ଟିକି ପାହାଡ ସାତକୁଟୁଣିଆ। ନିର୍ଦ୍ଦିଷ୍ଟ ଏକ ଚଟାଣରେ ସାତଟି କୁଟୁଣି ଏହି ପାହାଡର ପରିଚୟ। ଏହି କୁଟୁଣି କାରଣରୁ ଏହାର ନାମ ସାତକୁଟୁଣିଆ ହୋଇପାରିଛି। ଏହି ସାତକୁଟୁଣିଆ…
ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ନିଆଁ
କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଆବର୍ଜନା ପରିଚାଳନା କେନ୍ଦ୍ରରେ ଶନିବାର ହଠାତ୍ ନିଆଁ ଲାଗିଯିବାରୁ ଆବର୍ଜନା ପୋଡ଼ିଯିବା ସହ ବିଦ୍ୟୁତ୍ତାର, କେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଯାଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ…
କରୋନା ଟିକା ନେଲେ ଜିଲାପାଳ, ଏସ୍ପି
କେନ୍ଦୁଝର,୬।୨(ସ୍ବ.ପ୍ର.): ବିଶ୍ୱ ମହାମାରୀ କୋଭିଡ୍-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା ଆଗ ଧାଡ଼ିିର କୋଭିଡ୍ ଯୋଦ୍ଧାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଶନିବାର ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଜିଲାପାଳ ଆଶିଷ ଠାକ୍ରେ ଏବଂ ଏସ୍ପି ମିତ୍ରଭାନୁ ମହାପାତ୍ର ଟିକା ନେଇ…
ଖଣିଜ ପରିବହନ ପାଇଁ ଜଙ୍ଗଲ କଟା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ
କେନ୍ଦୁଝର,୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଉପର କାଦକଳାଠାରୁ ବସନ୍ତପୁର ପର୍ଯ୍ୟନ୍ତ ଜଙ୍ଗଲରେ ଖଣିଜ ପଥର ପରିବହନ ପାଇଁ ଜଙ୍ଗଲ କଟାଯାଇଥିବା ସ୍ଥାନୀୟ ଅଞ୍ଚଳବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଥିରେ ସ୍ଥାନୀୟ ବସନ୍ତପୁର ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତଙ୍କ ସମ୍ପୃକ୍ତି…
୩ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସିଆର୍ସିସିି
ବାରିପଦା ଅଫିସ/ଠାକୁରମୁଣ୍ଡା(ଡି.ଏନ୍.ଏ.),୧।୨- ଦରମା ବିଲ୍ କରାଇ ଦେବାକୁ କହି ଜଣେ ଶିକ୍ଷକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସିଆର୍ସିସି ମଧୁସୂଦନ ନାଏକ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।…
ସାରଦା ଖଣିକୁ ୨୦୫୬ କୋଟି ଟଙ୍କା ଜରିମାନା
କେନ୍ଦୁଝର,୩୧।୧(ସ୍ବ.ପ୍ର.) : ବେଆଇନ ଖଣି ଖନନ ପାଇଁ ସାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡ ଉପରେ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ଟଙ୍କାର ଜରିମାନା କରାଯାଇଥିବା ଯୋଡ଼ା ସ୍ଥିତ ଖଣି ଯୁଗ୍ମ ନିର୍ଦ୍ଦେଶକ ସଲିଲ ବେହେରା କହିଛନ୍ତି।…
Archives


