୩ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସିଆର୍‌ସିସିି

ବାରିପଦା ଅଫିସ/ଠାକୁରମୁଣ୍ଡା(ଡି.ଏନ୍‌.ଏ.),୧।୨- ଦରମା ବିଲ୍‌ କରାଇ ଦେବାକୁ କହି ଜଣେ ଶିକ୍ଷକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସିଆର୍‌ସିସି ମଧୁସୂଦନ ନାଏକ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବାରିପଦା ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛି।
ସୂଚନା ଅନୁଯାୟୀ, ଜଡ଼ିପଦା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଶ୍ୱନାଥ ମହାନ୍ତଙ୍କ ୧୦ ବର୍ଷର ବର୍ଦ୍ଧିତ ଦରମା କରାଇ ଦେବାକୁ ସିଆରସିସି ନାଏକ ଟଙ୍କା ଦାବି କରି ଦିନ ଗଡ଼ାଉଥିଲେ। ଏନେଇ ଶିକ୍ଷକ ମହାନ୍ତ ବାରିପଦା ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ସୋମବାର ଅପରାହ୍ନ ୪ଟାରେ ବିଇଓ ଅଫିସରେ ସିଆର୍‌ସିସି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ଚଢ଼ାଉରେ ଡିଏସ୍‌ପି ସରୋଜ ମହାପାତ୍ର, ଇନ୍ସପେକ୍ଟର ଜୟନ୍ତୀ ଦଳେଇ, ଏସ୍‌. ହେମ୍ବ୍ରମ, କନଷ୍ଟେବଳ ଲଳିତ ରାଉତ, ବି.କେ. ପଟ୍ଟନାୟକ, ମନୋରଞ୍ଜନ ସାହୁ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟନାଳି ବନ୍ଧକୁ କାଟି ମାଟି ଉଠାଣ

ପଟ୍ଟାମୁଣ୍ଡାଇ,୧୮ା୩(ସ୍ବ.ପ୍ର.): ନ୍ୟାଶନାଲ ଗ୍ରୀନ୍‌ ଟ୍ରିବୁନାଲ (ଏନ୍‌ଜିଟି) ସ୍ଥାନୀୟ ମାଳିପୁର ଛକ ନିକଟ ଡାମପୁର-ଉଦୟପୁର କାଣିନଦୀ ପାଟନାଳୀ ବନ୍ଧ ଓ ଜମିରୁ ମାଟି ନ ଖୋଳିବାକୁ ନିର୍ଦ୍ଦେଶ...

ରମ୍ଭା ଏନ୍‌ଏସିର ୧୨ଟି ୱାର୍ଡରେ କାଉନସିଲର, ଅଧ୍ୟକ୍ଷା ପାଇଁ ପାର୍ଥିପତ୍ର ଦାଖଲ

ରମ୍ଭା,୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭାରେ ଏନ୍‌ଏସି ନିର୍ବାଚନ ପାଇଁ ରବିବାର ନାମାଙ୍କନ ପତ୍ର ଦାଖଲ କରାଯାଇଛି। ପଞ୍ଚମ ଦିନରେ ରମ୍ଭା ଏନ୍‌ଏସି କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ...

ବିଜେଡି ସମର୍ଥିତଙ୍କୁ ସମର୍ଥନ

ଅନୁଗୋଳ ଅଫିସ, ୧୩।୩: ଅନୁଗୋଳ ଜିଲାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶନିବାର ଶେଷ ହୋଇଛି। ଜିଲାର ମୋଟ୍‌ ୮ଟି ବ୍ଲକରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଏହି ପ୍ରକ୍ରିୟା...

ଝଲସିବ ଥୁଆମୂଳ-ରାମପୁର ମାଣିକେଶ୍ୱରୀ ପୀଠ

ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ): ଝଲସିବ କଳାହାଣ୍ଡି ଜିଲା ଥୁଆମୂଳ-ରାମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ପୀଠ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ବିଶ୍ୱାସର ପ୍ରତୀକ ପାଲଟିଥିବା ଏହି ମନ୍ଦିର ନୂଆ...

ଆଜି ବି ଚାଲିବ ପରୀକ୍ଷା ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଆଜି ଅର୍ଥାତ୍‌ ଶୁକ୍ରବାର ଏକ ପରୀକ୍ଷା ସ୍ପେଶାଲ ଟ୍ରେନ୍‌ ଚାଲିବ। ଏ ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଟ୍ରେନ୍‌ଟି...

୩ ଓଡ଼ିଆ ପୁରସ୍କୃତ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ନୂଆଦିଲ୍ଲୀରେ ସୋମବାର ଅନୁଷ୍ଠିତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଓଡ଼ିଶାର ୩ଜଣଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ...

୨ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ମାଡ଼ମାରିବା ଅଭିଯୋଗ : ବିଦ୍ୟାଳୟ ପରିସରରେ ଉତ୍ତେଜନା

ହାଟଡ଼ିହୀ,୧୭।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ କୁଶଟିକିରି ବିଦ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରଧାନ ଶିକ୍ଷକ ୨ ଜଣ ଶିକ୍ଷୟିିତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଛନ୍ତି।...

କରୋନା ଭାଇରସ୍‌ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ସଚେତନ ରହିବାକୁ ପରାମର୍ଶ

ସିଂହପୁର,୧୪।୩(ଡି.ଏନ୍‌.ଏ.): ଯାଜପୁର ଜିଲା ସିଂହପୁର ନିକଟବର୍ତ୍ତୀ ଅଙ୍ଗାଳୋ ଲଛମନ ବାଲାଜୀୟୁ ସ୍ନାତକ ମହାବିଦ୍ୟାଳୟ ପରିସରରେ କରୋନା ସଂକ୍ରମଣର ମୁକାବିଲା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଶନିବାର...

Advertisement
Archives

Model This Week