ସାତ ଭଉଣୀଙ୍କ ବାସସ୍ଥାନ ସାତକୁଟୁଣିଆ

ଚମ୍ପୁଆ, ୮।୨(ଡି.ଏନ.ଏ)-ଐତିହାସିକ ଓ ଭୌଗୋଳିକ ଦୃଷ୍ଟି କୋଣରୁ ଗୁରୁତ୍ୱପୁର୍ଣ୍ଣ ହୋଇପାରିଛି ଧଳା ପଥରଖଣ୍ଡ ଟିକି ପାହାଡ ସାତକୁଟୁଣିଆ। ନିର୍ଦ୍ଦିଷ୍ଟ ଏକ ଚଟାଣରେ ସାତଟି କୁଟୁଣି ଏହି ପାହାଡର ପରିଚୟ। ଏହି କୁଟୁଣି କାରଣରୁ ଏହାର ନାମ ସାତକୁଟୁଣିଆ ହୋଇପାରିଛି। ଏହି ସାତକୁଟୁଣିଆ ପାହାଡ ମଧ୍ୟରେ ରହିଥିବା ସାତଟି କୁଟୁଣିକୁ ନେଇ ଦୁଇଟି ମତ ଦେଖିବାକୁ ମିଳଛି।
ଲୋକକଥା ଅନୁଯାୟୀ ଉକ୍ତ ସାତକୁଟୁଣି ହେଉଛି ସାତ ଭଉଣୀଙ୍କ ବାସସ୍ଥାନ। ଦୀର୍ଘ ବର୍ଷ ପୁର୍ବରୁ କୋହ୍ଲ ଓ ମୁଣ୍ଡା ସମ୍ପ୍ରଦାୟର ଲୋକମାନେ ଏଠାରେ ପୂଜାର୍ଚ୍ଚନା କରିଆସୁଛନ୍ତି। ଆଦିବାସୀଙ୍କ ଗଭୀର ଶ୍ରଦ୍ଧା ଓ ବିଶ୍ୱାସ ଏହି ସ୍ଥାନ ପ୍ରତି ରହୁଥିବାରୁ ଆଶାଳୀ ପୂଜା ପୁର୍ବରୁ ଗ୍ରାମବାସୀ ଏହି ସାତ କୁଟୁଣିକୁ ପୂଜା କରିଥାନ୍ତି। ଏହି କୁଟୁଣୀରେ ପୂଜା କଲେ ନିଶ୍ଚିତ ବର୍ଷା ହୋଇଥାଏ ବୋଲି ଏବେବି ବିଶ୍ୱାସ ରହିଛି। ଐତିହାସିକ ଘଟଣାବଳୀ ଅନୁଯାୟୀ ଟାଟା କଲେଜ ଚାଇବସାର ଇତିହାସ ଅଧ୍ୟାପକ ଡ. ରଘୁନାଥ ସିଙ୍କୁଙ୍କ ଗବେଷଣାରୁ ଜଣାପଡେ ଯେ ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରଥମ ବଡଲାଟ ଲର୍ଡ କ୍ଳାଇବଙ୍କ ସମୟରେ ନିକଟସ୍ଥ ଗ୍ରାମର ଜଣେ ଆଦିବାସୀ ବ୍ୟକ୍ତି ତା ଶସ୍ୟ କ୍ଷେତ୍ରରୁ ଅମଳ ସମୟରେ ତା ଫସଲକୁ ବନ୍ୟଜନ୍ତୁ କବଳରୁ ରକ୍ଷା କରିବା ପାଇଁ ବଡ ବଡ ଗଛ ଡାଳରେ ମଞ୍ଚା ପ୍ରସ୍ତୁତ କରି ଜଗିରହିବା ସହ ଏକ ସ୍ବତନ୍ତ୍ର ଶବ୍ଦ ସୃଷ୍ଟି କରି କେତେକ ପିଣ୍ଡୁଳା ବନ୍ୟଜନ୍ତୁ ଘଉଡାଇବା ପାଇଁ ବ୍ୟବହାର କରୁଥିଲେ। ଉକ୍ତ ପିଣ୍ଡୁଳା ଗୁଡିକ ବନ୍ୟଜନ୍ତୁଙ୍କ ଦେହରେ ବାଜିଲେ ଏକ ଶବ୍ଦ କରୁଥିଲା। ଫଳରେ ବନ୍ୟଜନ୍ତୁମାନେ ସେ ସ୍ଥାନ ଛାଡି ପଳାଉଥିଲେ। ସେହି ବ୍ୟକ୍ତି ଜଣଙ୍କ ଏହି ପାହାଡରେ ୭ ଟି ସ୍ଥାନରେ ଏହି ଗୋଳା ପ୍ରସ୍ତୁତ କରୁଥିବାରୁ ଉକ୍ତ ସ୍ଥାନଟି କୁଟୁଣିଆ ଆକାର ହୋଇଥିବା ଜଣାଯାଏ। ତେବେ ପଥର ଚଟାଣ ଉପରେ ସୃଷ୍ଟି ହୋଇଥିବା ଏହି ୭ଟି କୁଟୁଣି ମଣିଷକୃତ ବା ପ୍ରକୃତିଦତ୍ତ ତାହା ଗବେଷଣା ସାପେକ୍ଷ। କୁଟୁଣୀଗୁଡିକ ମଧ୍ୟରେ ୬ଟି କୁଟୁଣି ପାଖାପାଖି ଏକ ପ୍ରକାର ରହିଥିବା ବେଳେ ଗୋଟିଏ କୁଟୁଣି ସେଥିରୁ ଟିକିଏ ଅଲଗା। କୁଟୁଣିର ଆକୃତି ଭିନ୍ନ ଭିନ୍ନ ରହିଥିବା ବେଳେ ଏହା ପ୍ରାୟ ୨ ରୁ ୩ ଇଞ୍ଚ ହେବ ବୋଲି ଜଣାଯାଇଛି। ଏ ନେଇ ଜିଲା ପର୍ଯ୍ୟଟନ ବିଭାଗ ଅଧିକାରୀ ରମେଶ ନାଏକ କହିଛନ୍ତି, ଖୁବ୍‌ଶୀଘ୍ର ଉକ୍ତ ସ୍ଥାନ ପରିଦର୍ଶନ କରିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା ପରେ ଉକ୍ତ ସ୍ଥାନ ପ୍ରତି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୫ରେ ଛାତ୍ର ସଂସଦ ନିର୍ବାଚନ, କିଏ ଲଢ଼ିପାରିବେ? ଜାଣନ୍ତୁ ନିୟମ

ଭୁବନେଶ୍ବର,୫ା୧୦: ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ…

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?