ଗାଁକୁ ପଶି ଆସିଥିବା ହରିଣକୁ ମାରିଦେଲେ

ହାଟଡି଼ହୀ,୧୧।୨(ଡି.ଏନ.ଏ.): କେନ୍ଦୁଝର ଜିଲା ହଦଗଡ଼ ଅଭୟାରଣ୍ୟରୁ ନିକଟସ୍ଥ ଚଞ୍ଚଳପଡ଼ା ଗାଁକୁ ପଶି ଆସିଥିବା ଏକ ହରିଣକୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ବନ ବିଭାଗ ସେହି ଗ୍ରାମର ପଞ୍ଚାନନ ବେହେରାଙ୍କୁ ଗିରଫ କରିଥିବା ବନଖଣ୍ଡ ଅଧିକାରୀ ସୁମିତ ମହାନ୍ତି କହିଛନ୍ତି। ଏସଂକ୍ରାନ୍ତରେ ବିଭାଗ ପକ୍ଷରୁ ଏକ ମାମଲା (ନଂ. ଓଆର୬୬ଏଚ୍‌/୨୦୨୦-୨୧) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ବାଟବଣା ହୋଇ ହରିଣଟି ଚଞ୍ଚଳପଡ଼ା ଗାଁକୁ ପଶି ଆସିଥିବା ବେଳେ ପଞ୍ଚାନନ ତାକୁ ଏକ କୁରାଢ଼ିରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହରିଣଟି ମରିଯାଇଥିଲା। ଖବରପାଇ ବନଖଣ୍ଡ ଅଧିକାରୀ ମହାନ୍ତି ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହରିଣ ମୃତଦେହ ଜବତ କରିଥିଲେ। ମରୈଗାଁ ପଶୁ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ମୃତଦେହ ପୋତା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

ଭିଜିଲାନ୍ସ ଜାଲରେ ACSO, ଲାଞ୍ଚ ନେବାବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଚମ୍ପୁଆ ଅତିରିକ୍ତ ସିଭିଲ ସପ୍ଲାଏ ଅଧିକାରୀ (ACSO)।  ତାଙ୍କ ନାଁ ଭୂମାରାମ ମୁର୍ମୁ ବୋଲି ଜଣାପଡ଼ିଛି।…

ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ହାଟଡିହୀ/ଛେନାପଦୀ,୨୭l୫(ଶୁଭକାନ୍ତ ନାୟକ/ନିରାକାର ପରିଡା): ଗତ ମାର୍ଚ୍ଚ ମାସ ୩୦ ତାରିଖ ବିଳମ୍ବିତ ରାତିରେ କେନ୍ଦୁଝର ଜିଲା ନନ୍ଦିପଦା ଥାନାର ଜଣେ କାର୍ଯ୍ୟରତ ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ ଅଭିଯୋଗରେ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

ଭିଜିଲାନ୍ସ ଦୁର୍ନୀତି ମାମଲାରେ ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜ ଦୋଷୀ ସାବ୍ୟସ୍ତ

କେନ୍ଦୁଝର,୨୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଓଡିଶା ଭିଜିଲାନ୍ସ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜଙ୍କୁ ଏକ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri