ବସ୍ଷ୍ଟାଣ୍ଡ୍ରେ ଯୁବକଙ୍କୁ ହତ୍ୟା
ଚମ୍ପୁଆ,୭।୩: କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ କୋଦଗାଡ଼ିଆ ଗ୍ରାମରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଲିପୁନ ମହାନ୍ତ। ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଗୌରହରି ମହାନ୍ତଙ୍କୁ ଗିରଫ କରିଛି।…
ହାତୀ ରହୁଥିବା ଜଙ୍ଗଲରେ ନିଆଁ
ଯୋଡ଼ା,୬।୩: କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳ ଅଧୀନ ଯୋଡ଼ା ଫରେଷ୍ଟ ସେକ୍ସନର ବୈତରଣୀ ସଂରକ୍ଷିତ ଝରଣ ଜଙ୍ଗଲରେ ନିଆଁ ଲାଗି ବନାଞ୍ଚଳ ନଷ୍ଟ ହୋଇଯାଇଛି। ଯୋଡ଼ା ସହରର ଦକ୍ଷିଣ-ପୂର୍ବ ଦିଗରେ ଥିବା ମନମରା-ଝରଣ ଜଙ୍ଗଲରେ ଶନିବାର ଧୂଆଁ ଉଠୁଥିବାର ଦେଖି ସ୍ଥାନୀୟ…
ଜଙ୍ଗଲରେ ନିଆଁ ଲଗାଇ ଶିକାର ବେଳେ ୩ ଗିରଫ
ତେଲକୋଇ,୫।୩: କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ୍ ଝାରବେଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ବେଳେ ବନ ବିଭାଗ ୩ଜଣ ଶିକାରୀଙ୍କୁ ଗିରଫ କରିଛି। ବନ କର୍ମଚାରୀ ତାଙ୍କଠାରୁ ଧନୁତୀର ଜବତ କରିଛନ୍ତି। ଶୁକ୍ରବାର…
ଜିପିଟିଇଏ, ଜିଆରଏସ୍ଙ୍କୁ ତାଲା ପକାଇଲେ ଜିଲାପରିଷଦ ସଦସ୍ୟା
ପାଟଣା,୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ କାର୍ଯ୍ୟାଳୟ ଗୃହରେ ଗୁରୁବାର ପୂର୍ବାହ୍ନରେ ବ୍ଲକର ପଞ୍ଚାୟତ ବୈଷୟିକ ସହାୟିକା ମୋନାଲିସା ଚକ୍ର ଓ ଜିଆରଏସ ନିର୍ମଳ ମହାନ୍ତଙ୍କୁ ଅଫିସ କାର୍ଯ୍ୟାଳୟରେ ୨୨ ନମ୍ବର ଜିଲାପରିଷଦ ସଦସ୍ୟା ଡଲି ପାତ୍ର ତାଲା…
ଚାରିପଟେ ଆଲୁଅ, ଅନ୍ଧାରରେ ମାଙ୍କଡ଼ହଟିଂ
ଯୋଡ଼ା, ୪।୩(ଡି.ଏନ.ଏ.)- ଚାରି ପାଖରେ ଖଣି। ସବୁଠି ଜଳୁଛି ଉଚ୍ଚଶକ୍ତିିସମ୍ପନ୍ନ ଆଲୋକମାଳା। ହେଲେ ବିଜୁଳି ଆଲୁଅ ଟିକେ ପାଇଁ ଡହଳବିକଳ ହେଉଛନ୍ତି କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଭୂୟାଁରୋଇଡ଼ା ପଞ୍ଚାୟତ ଅଧୀନ ମାଙ୍କଡ଼ହଟିଂ ଅଞ୍ଚଳବାସୀ। ଚିରାଚରିତ ଭାବେ ଡିବିରି ଓ ଲଣ୍ଠନ…
ପ୍ଲାଷ୍ଟିକମୁକ୍ତ ସହର ପ୍ରହସନ
ଚମ୍ପୁଆ, ୩।୩ (ଡି.ଏନ.ଏ)-ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପ୍ରଦୂଷଣ ସମସ୍ୟାକୁ ରୋକିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର କମିବା ବଦଳରେ ବଢ଼ିବାରେ ଲାଗିଛି। ଚମ୍ପୁଆ ସହରକୁ ପ୍ଲାଷ୍ଟିକମୁକ୍ତ…
ସାମାଜିକ ବାସନ୍ଦ ଯୋଗୁ ୧୦ ଘଣ୍ଟା ପଡିରହିଲା ମୃତଦେହ: ଗାଁରେ ଚାପା ଉତ୍ତେଜନା
କେନ୍ଦୁଝର,୨।୩ (ସ୍ବ.ପ୍ର.): ସାମାଜିକ ବାସନ୍ଦ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଦୀର୍ଘ ପ୍ରାୟ ୧୦ ଘଣ୍ଟା ଧରି ସତ୍କାର ହୋଇ ନ ପାରି ଅଟକି ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦୁଝର ଜିଲା ସ୍ଥାନୀୟ ଧୋବାଡ଼ିହା ସାହିରେ ପୋଲିସ…
ଲ୍ୟାମ୍ପ କର୍ମଚାରୀଙ୍କୁ କାର୍ଯ୍ୟଳୟରେ ତାଲା ପକାଇ ଧାରଣାରେ ବସିଲେ ଚାଷୀ
ପାଟଣା,୨୮।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ସମବାୟ ସମିତି କେନ୍ଦେଇ ପଶି ଶାଖା ଅଧୀନର ୨୨ ଜଣ ଚାଷୀ ଧାନ ବିକ୍ରିକରି ନ ପାରିବାରୁ ଲ୍ୟାମ୍ସ ସମ୍ମୁଖରେ ଧାନ ବସ୍ତା ରଖି ଧାରଣା ରେ ବସିଛନ୍ତି। ଏଥି ସହ ଉତ୍ତ୍ୟକ୍ତ ଚାଷୀମାନେ…
ଖାଦ୍ୟ ଅଭାବରୁ ରାଜରାସ୍ତାରେ ମାଙ୍କଡ଼
କେନ୍ଦୁଝର,୨୭।୨(ସ୍ବ.ପ୍ର.): ଏକଦା କେନ୍ଦୁଝର ଜିଲା ବଣପାହାଡ଼ ଘେରରେ ପରିପୂର୍ଣ୍ଣ ଥିଲା। କିଛି ବର୍ଷ ହେଲା ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ହେବା ଫଳରେ ଜଙ୍ଗଲ ମଧ୍ୟରେ ରହୁଥିବା ମାଙ୍କଡ଼ଙ୍କ ମଧ୍ୟରେ ଖାଦ୍ୟାଭାବ ଦେଖାଦେଇଛି। ଫଳରେ ମାଙ୍କଡ଼ମାନେ ଏବେ ରାଜରାସ୍ତାରେ ବୁଲୁଛନ୍ତି। ରାସ୍ତାରେ…
ଜଙ୍ଗଲରେ ନିଆଁ…
କେନ୍ଦୁଝର,୨୭ା୨: କେନ୍ଦୁଝର ଜିଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ନିଆଁ ଲାଗିଲେ ଲିଭାଇବା ପାଇଁ କାୈଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜିଲାର ତେଲକୋଇ, ସଦର,…
କେନ୍ଦୁଝରରେ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ
କେନ୍ଦୁଝର,୨୬।୨(ସ୍ବ.ପ୍ର.) : ଜିଏସ୍ଟି ସରଳୀକରଣ ଦାବିରେ ଭାରତ ବ୍ୟବସାୟ ବନ୍ଦ ଡାକରା କେନ୍ଦୁଝର ଜିଲାରେ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇଛି। କେନ୍ଦୁଝର ଜିଲା ବ୍ୟବସାୟୀ ସଂଘ ଏହି ଆନ୍ଦୋଳନ ସାମିଲ ହୋଇଛି। ଫଳରେ କେନ୍ଦୁଝରରେ ସମସ୍ତ ବ୍ୟବସାୟିକ ଦୋକାନ, ବଜାର, ମଲ୍…
ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀ ଅସନ୍ତୋଷ
ଚମ୍ପୁଆ, ୨୫।୨(ଡି.ଏନ.ଏ.)-ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ମଣ୍ଡି ଅଧିକାରୀଙ୍କ ସହ ଯୁକ୍ତିତର୍କ ହେବାପରେ ଚାଷୀମାନେ ବୁଧବାର ରାଜରାସ୍ତାରେ ଧାନବସ୍ତା ରଖି ଅବରୋଧ କରିଥିବା ବେଳେ ପୋଲିସ ଓ ଯୋଗାଣ ବିଭାଗ ପହଞ୍ଚିବାପରେ ରାସ୍ତାଅବରୋଧ…
Archives


