ଚାରିପଟେ ଆଲୁଅ, ଅନ୍ଧାରରେ ମାଙ୍କଡ଼ହଟିଂ

ଯୋଡ଼ା, ୪।୩(ଡି.ଏନ.ଏ.)- ଚାରି ପାଖରେ ଖଣି। ସବୁଠି ଜଳୁଛି ଉଚ୍ଚଶକ୍ତିିସମ୍ପନ୍ନ ଆଲୋକମାଳା। ହେଲେ ବିଜୁଳି ଆଲୁଅ ଟିକେ ପାଇଁ ଡହଳବିକଳ ହେଉଛନ୍ତି କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଭୂୟାଁରୋଇଡ଼ା ପଞ୍ଚାୟତ ଅଧୀନ ମାଙ୍କଡ଼ହଟିଂ ଅଞ୍ଚଳବାସୀ। ଚିରାଚରିତ ଭାବେ ଡିବିରି ଓ ଲଣ୍ଠନ ଆଲୁଅକୁ ଭରସା କରି ଜୀବନ ବିତାଉଛନ୍ତି ଏଠାକାର ଅଧିବାସୀ। ସ୍ବାଧୀନତାର ୭୩ ବର୍ଷ ବିତିଯାଇଥିଲେ ହେଁ, ଅଞ୍ଚଳବାସୀ ବିଦ୍ୟୁତ୍‌ ଆଲୋକରୁ ବଞ୍ଚିିତ ହୋଇ ଅନ୍ଧାରରେ ସଢ଼ୁଛନ୍ତି। ସଞ୍ଜ ନଇଁଲେ ଜଙ୍ଗଲୀ ଜନ୍ତୁ ଗ୍ରାମ ପାଖକୁ ଆସି ଯାଉଛନ୍ତି। ରାତିରେ ଘର ବାହାରକୁ ଯିବା ମଧ୍ୟ ବିପଦଜନକ ହୋଇପଡ଼ୁଛି।
୬ଶହ ଜନସଂଖ୍ୟା ବିଶିଷ୍ଟ ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲ ମଧ୍ୟରେ ପରିବେଷ୍ଟିତ। ଏଠାରେ ମୁଖ୍ୟତଃ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଖଣି କାର୍ଯ୍ୟ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ ଉପରେ ସେମାନଙ୍କ ଜୀବନଜୀବିକା ନିର୍ଭରଶୀଳ। ଏହି ହଟିଂର ପୂର୍ବ ଦିଗରେ ଟାଟା କମ୍ପାନୀର ଖଣି, ପଶ୍ଚିମରେ ଓଏମ୍‌ଡିସି ଖଣି, ଉତ୍ତରରେ ଓଡ଼ିଶା ଖଣି ନିଗମ ଓ ସରକାରୀ ଆଇଡିସି ଖଣି, ଦକ୍ଷିଣରେ ଶ୍ରୀମେଟାଲିକ୍ସ ଖଣି ରହିଛି। ଜିଲାରେ ଅର୍ଥର ଅଭାବ ନାହିଁ। ପ୍ରାୟ ୩ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ ହେବ ବୋଲି ଆଦାୟ ହୋଇଛି। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ଗ୍ରାମରେ ବିଜୁଳି ଆଲୋକ ଯୋଗାଇ ଦେବାର ଯୋଜନା ରହିଛି। ହେଲେ ଆଜି ମଧ୍ୟ ଖଣିବହୁଳ ଅଞ୍ଚଳ ତଥା ସବୁଠାରୁ ଅଧିକ ଖଣି ରାଜସ୍ବ ଦେଉଥିବା ଯୋଡ଼ାର ଏହି ମାଙ୍ଗଡହଟିଂ ଅନ୍ଧାରରେ ରହିଛି। ବଡ଼ବଡ଼ ଖଣି କମ୍ପାନୀ କେବଳ ବିଜ୍ଞାପନରେ ପାରିପାର୍ଶ୍ୱିକ ଉନ୍ନତିକରଣ କରୁଥିବା କହୁଥିବା ବେଳେ ଏହା କେବଳ ଧର୍ମକୁ ଆଖିଠାର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଗ୍ରାମର ୱାର୍ଡସଭ୍ୟ ଗୋପାଲ ଓରାମ, ପୂର୍ବତନ ୱାର୍ଡସଭ୍ୟ ସାଙ୍କ ପୂର୍ତ୍ତି, ସମରା ବେଣ୍ଟକାର, କ୍ରୀଷ୍ଣାପୂର୍ର୍ତ୍ତିି, ପରବାସ ଜଜ, ଦେବାଶିଷ ବେଣ୍ଟକାର, ଅର୍ଜୁନ ମୁଣ୍ଡା, ଗୋପାଲ ମୁଣ୍ଡା, ଲଛମନ ମୁଣ୍ଡାଙ୍କ ସମେତ ଗ୍ରାମର ମହିଳା ବଞ୍ଜ ବବଙ୍ଗା, ମିନତି ପୂର୍ତ୍ତି, ରିସା ସୋରେନ, ରାନ୍ଦାଇ ବବଙ୍ଗା ପ୍ରମୁଖ କୁହନ୍ତି, ବାରମ୍ବାର ଏ ନେଇ ଚମ୍ପୁଆ ପୂର୍ବତନ ବିଧାୟକ ସନାତନ ମହାକୁଡ଼, ବର୍ତ୍ତମାନର ବିଧାୟିକା ମିନାକ୍ଷୀ ମହାନ୍ତ, କେନ୍ଦୁଝର ଜିଲାପାଳ, ଯୋଡ଼ା ଇଲେକ୍ଟ୍ରି ଅଫିସ୍‌ରେ ଅଭିଯୋଗ କରି ଥକି ଗଲୁଣି। ବିଧାୟକ ବଦଳୁଛନ୍ତି, ଜିଲାପାଳ ବଦଳୁଛନ୍ତି ହେଲେ ଆମ ଅବସ୍ଥା ବଦଳୁନାହିଁ। ନିର୍ବାଚନ ବେଳେ ମିଥ୍ୟା ପ୍ରତିଶ୍ରୁତି ଦେଇ ନେତାମାନେ ଆମକୁ ଭୁଆଁ ବୁଲାଉଛନ୍ତି। ପାଠ ପଢ଼ିବାରେ ଆଗ୍ରହ ଥାଇ ମଧ୍ୟ କିରୋସିନ ନିଆଁରେ ବେଶୀ ସମୟ ପଢ଼ି ହେଉନାହିଁ। ଯଦି ଏହିଭଳି ଅବସ୍ଥା ଲାଗି ରହିବ ତେବେ ବାଧ୍ୟହୋଇ ପାଠପଢ଼ା ଅଧାରୁ ଛାଡ଼ିବୁ ବୋଲି ଏହି ଗ୍ରାମର ଛାତ୍ରୀଛାତ୍ର ପିଙ୍କି ପୂର୍ତ୍ତି, ମୁକ୍ତା ପୂର୍ତ୍ତି, ସୋନିଆ ବେଣ୍ଟକାର, ଅବିନାଶ ସୋରେନ, ବିନୟ କୁମାର ବେଣ୍ଟକର, ଚରଣ ପୂର୍ତ୍ତି ପ୍ରମୁଖ କହିଛନ୍ତି। ମହିଳା ସାଙ୍କ ପୂର୍ତ୍ତି କୁହନ୍ତି, ଆମେ ତ ପାଠପଢ଼ି ପାରିଲୁ ନାହିଁ, ପିଲାମାନେ ପଢ଼ନ୍ତୁ। ହେଲେ ଏହା ମଧ୍ୟ ସମ୍ଭବ । ଭୂୟାଁରୋଇଡ଼ା ପଞ୍ଚାୟତର ସରପଞ୍ଚ ଜ୍ୟୋତିଷ ଚନ୍ଦ୍ର ନାଏକଙ୍କୁ ପଚାରିବାରୁ ଉକ୍ତ ଗାଁକୁ ବିଦ୍ୟତ୍‌ ସଂଯୋଗ ପାଇଁ ଚେଷ୍ଟା ଜାରି ରହିଛି। ହେଲେ ମାଙ୍କଡ଼ହଟିଂଟି ବନାଞ୍ଚଳ ମଧ୍ୟରେ ଥିବାରୁ ଅନୁମୋଦନ ମିଳିପାରୁନାହିଁ। ଯଦି ଏହା ନ ହୁଏ ତାହେଲେ ସେ ଆଗାମୀ ଦିନରେ ଅନଶନ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ନିର୍ମମ ହତ୍ୟା: ବେକକୁ ମୋଡ଼ି ଜଙ୍ଘ ଭାଙ୍ଗିଦେଲେ

କେନ୍ଦୁଝର,୨୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ପଳାଶପଙ୍ଗା ବିଟ୍‌ ଅନ୍ତର୍ଗତ ହାଣ୍ତିଭଙ୍ଗା ପଞ୍ଚାୟତ ଫକୀରପୁର ଗ୍ରାମରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା...

ମା’ଙ୍କ ଆଗରେ ଚାଲିଗଲା ପୁଅର ଜୀବନ

ପାଟଣା ,୨୭।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର କୁଆପଶି ନିକଟରେ ବୁଧବାର ପୂର୍ବାହ୍ନରେ ୨...

ବୈତରଣୀରେ ଅଘଟଣ: ଗାଧୋଇବାକୁ ଯାଇ ନାବାଳକ ନିଖୋଜ

ପାଟଣା୨୬।୩(ବୀର କିଶୋର ଦାଶ): ହୋଲି ଖେଳ ହେଲା କାଳ। ଜଣେ ୧୫ବର୍ଷୀୟ ନାବାଳକ ହୋଲି ଖେଳି ମଙ୍ଗଳବାର ଅପରାହ୍ନରେ ସାଙ୍ଗମାନଙ୍କ ସହ ବୈତରଣୀ ନଦୀକୁ ଗାଧୋଇବାକୁ...

ନିଆରା ଢ଼ଙ୍ଗରେ ହୋଲି, ନିଷ୍ପତ୍ତି ଥିଲା ଏମତି…

ପାଟଣା,୨୬।୩(ବୀର କିଶୋର ଦାଶ): ରଙ୍ଗର ପର୍ବ ହୋଲିକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି କେନ୍ଦୁଝର ଜିଲା ପାଟଣା ଯୁବକମାନେ। ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ସ୍ବାମ...

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌, ଗାଡ଼ି ଭିତରେ ଚାପିହେଲେ ଡ୍ରାଇଭର

ପାଟଣା,୨୬।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ. ମୁମ୍ବାଇ କୋଲକାତା ଜାତୀୟ ରାଜପଥ ଧନୁର୍ଜୟପୁର ନିକଟରେ ମଙ୍ଗଳବାର ଦୁର୍ଘଟଣା...

ହୋଲିରେ ଅଘଟଣ ବାଇକ୍‌କୁ…

କେନ୍ଦୁଝର,୨୬।୦୩ (ନରେଶଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାମେବାରି ପୋଲିସ ଷ୍ଟେଶନ ଅଧୀନ କୁଟୁଗାଁ ପଞ୍ଚାୟତ ଚମ୍ପାଡିହି ଗ୍ରାମ ନିକଟରେ ମଙ୍ଗଳବାର ଦୁର୍ଘଟଣା...

ପାଟଣାରେ ଭାଜପା ଖୋଜୁଛି ଦକ୍ଷ ପ୍ରାର୍ଥୀ

କେନ୍ଦୁଝର,୨୫।୩((ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ପାଟଣା ବିଜେଡି ହାତରେ ରହିଥିବା ବେଳେ ଯୁବ ବିଧାୟକ ଜଗନ୍ନାଥ ନାୟକଙ୍କୁ ଆଉ ଥରେ...

ମା-ବାପାଙ୍କ ଜୀବନ ନେଲେ ପୁଅ

କେନ୍ଦୁଝର,୨୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ବସିରା ଗ୍ରାମରେ ପୁଅ ଆକ୍ରମଣରେ ମା ଓ ବାପାଙ୍କ ଶୋଚନୀୟ ମୃତ୍ୟୁ ଘଟିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri