ହାତୀ ରହୁଥିବା ଜଙ୍ଗଲରେ ନିଆଁ

ଯୋଡ଼ା,୬।୩: କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳ ଅଧୀନ ଯୋଡ଼ା ଫରେଷ୍ଟ ସେକ୍ସନର ବୈତରଣୀ ସଂରକ୍ଷିତ ଝରଣ ଜଙ୍ଗଲରେ ନିଆଁ ଲାଗି ବନାଞ୍ଚଳ ନଷ୍ଟ ହୋଇଯାଇଛି। ଯୋଡ଼ା ସହରର ଦକ୍ଷିଣ-ପୂର୍ବ ଦିଗରେ ଥିବା ମନମରା-ଝରଣ ଜଙ୍ଗଲରେ ଶନିବାର ଧୂଆଁ ଉଠୁଥିବାର ଦେଖି ସ୍ଥାନୀୟ ଅଞ୍ଚଳବାସୀ ବନ ବିଭାଗକୁ ଖବର କରିଥିଲେ। ବନ ବିଭାଗ ଏକ ଟିମ୍‌ ଫାୟାର୍‌ ବ୍ଲୋୟର ମେଶିନ୍‌ ବ୍ୟବହାର କରି ନିଆଁକୁ ଆୟତ୍ତରେ ଆଣିଥିଲା। ଯୋଡ଼ା ବନପାଳ ଅନିରୁଦ୍ଧ ପଣ୍ଡାଙ୍କ ସୂଚନା ଅନୁଯାୟୀ ଏହି ଜଙ୍ଗଲରେ ୧୫ଟି ହାତୀ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଜଙ୍ଗଲ ନିଆଁକୁ ଆୟତ୍ତ କରିବାପାଇଁ ଉଦ୍ୟମ କରିଥିଲା। ହାତୀପଲ ଉପରେ ନଜର ରଖିବା ପାଇଁ ୬ ଜଣିଆ ସ୍କ୍ବାଡ ନିୟୋଜିତ କରାଯାଇଥିବା ବେଳେ ନିଆଁକୁ ଲିଭାଇବା ପାଇଁ ୯ ଜଣ ଫରେଷ୍ଟ ସ୍କ୍ବାଡଙ୍କୁ କାର୍ଯ୍ୟରେ ଲଗାଯାଇଛି। ଶୁକ୍ରବାର ରାତିରେ ମଧ୍ୟ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ଏହାକୁ ରାତିରେ ହିଁ ଆୟତ୍ତ କରାଯାଇଥିଲା। ଜଙ୍ଗଲରେ ନିଆଁ ଲାଗିବା ମନୁଷ୍ୟକୃତ। ଯୋଡା ଅଞ୍ଚଳରୁ ମହୁଲ, ଗିଲିରି ଫୁଲ, ଦାନ୍ତକାଠି, ଶାଳ ପତ୍ର ସମେତ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀମାନେ ବିଶୃଙ୍ଖଳିତ ହୋଇ ଶୁଖିଲା ପତ୍ରରେ ନିଆଁ ଲଗାଇ ଦେଉଥିବାରୁ ଏହି ନିଆଁ କ୍ରମଶଃ ଜଙ୍ଗଲକୁ ଜଳାଇ ଦେଉଛି। ତେଣେ ହାତୀପଲ ଥିବାରୁ ଜଙ୍ଗଲରେ ନିଆଁ ବ୍ୟାପିଲେ ହାତୀମାନଙ୍କ ପ୍ରତି ବିପଦ ହୋଇଥିବାରୁ ଏହାକୁ ବନ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ନିୟନ୍ତ୍ରଣ କରୁଥିବା ପଣ୍ଡା କହିଛନ୍ତି। ସୂଚନାଯୋଗ୍ୟ, ବିଛାକୁଣ୍ଡି, ମହାପର୍ବତ, ଗୁରୁବେଡା, ଜଜାଙ୍ଗ, ଗୁରୁତୁଆଁ, ରୋଇଡା, ଖଣ୍ଡବନ୍ଧ, ଠାକୁରାଣୀ ଆଦି ଜଙ୍ଗଲରେ ନିଆଁ ଲାଗି ବହୁ ପରିମିତ ବନାଞ୍ଚଳ ଧ୍ୱଂସ ପାଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା କୁମ୍ଭକ୍ଷେତ୍ରର ହାଣ୍ଡି ଭେଳା:  ପାଣି ଭିତରେ ପର୍ଯ୍ୟଟକ 

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା କୁମ୍ଭକ୍ଷେତ୍ରରେ ଅଘଟଣ  ଘଟିଛି। ହଠାତ୍‌ ହାଣ୍ଡି ଭେଳା...

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

ଅଦିନିଆ ବର୍ଷାରେ ବେହାଲ ସାନ ଆର୍ଜିପଲ୍ଲୀ ଗାଁ

ଛତ୍ରପୁର, ୬।୧୨(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁ ଅଦିନିଆ ବର୍ଷାରେ ବେହାଲ ହୋଇଛି । ଲଗାଣ ବର୍ଷା...

ଯଶିପୁର ବିଇଓ ନିଲମ୍ବିତ

ବାରିପଦା,୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଶିକ୍ଷାଧିକାରୀ ମଙ୍ଗଲ ଚରଣ ସିଂଙ୍କୁ...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର,୬।୧୨: ବାତ୍ୟା ମିଗ୍‌ଜୋମ୍‌ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି।  ଆଗାମୀ କିଛି ଘଣ୍ଟା...

ଦୁର୍ଗନ୍ଧକୁ ନେଇ ତେଜୁଛି ଜନଅସନ୍ତୋଷ

ଭୁବନେଶ୍ୱର, ୬।୧୨ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ) ପାଇଁ ଦିନକୁ ଦିନ ସ୍ଥିତି ବିଗିଡି ଚାଲିଛି। ଦୁର୍ଗନ୍ଧରେ ଅଧା...

ବାଲିଯାତ୍ରାରେ ସିଏମ୍‌ସି ଖର୍ଚ୍ଚକୁ ନେଇ ବିବାଦ

କଟକ,୬।୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ଏଥିପାଇଁ ହୋଇଥିବା ଖର୍ଚ୍ଚକୁ ନେଇ ବିବାଦ ମୁଣ୍ଡ ଟେକିଛି। ଚଳିତବର୍ଷ କଟକ ମହାନଗର...

ତଦନ୍ତରେ ବାଧା ଭିଏଟ୍‌ନାମା ଭାଷା

ପାରାଦୀପ,୬।୧୨(ଶରତ ରାଉତ): ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ବର୍ଥରୁ ନଭେମ୍ବର ୩୦ ତାରିଖ ରାତିରେ ‘ଏମ୍‌ଭି ଦେବୀ’ ନାମକ ପଣ୍ୟବାହୀ ଜାହାଜରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri