ପ୍ଲାଷ୍ଟିକମୁକ୍ତ ସହର ପ୍ରହସନ

ଚମ୍ପୁଆ, ୩।୩ (ଡି.ଏନ.ଏ)-ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପ୍ରଦୂଷଣ ସମସ୍ୟାକୁ ରୋକିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର କମିବା ବଦଳରେ ବଢ଼ିବାରେ ଲାଗିଛି। ଚମ୍ପୁଆ ସହରକୁ ପ୍ଲାଷ୍ଟିକମୁକ୍ତ କରି ସୁନ୍ଦର ସହର ଗଢ଼ିବାର ସ୍ବପ୍ନ ପ୍ରହସନରେ ପରିଣତ ହୋଇଛି। ଯାହାକି ସହରରେ କୁଢ଼ କୁଢ଼ ପ୍ଲାଷ୍ଟିକକୁ ଦେଖି ସ୍ପଷ୍ଟ ଜଣାପଡୁଛି।
ପ୍ରକାଶ ଯେ, ଗତବର୍ଷ ଫେବୃୟାରୀ ଓ ମାର୍ଚ୍ଚରେ ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ ହୋଇଥିଲା। ଏହାପରେ ଚମ୍ପୁଆ ଏନ୍‌ଏସି ପକ୍ଷରୁ ବିଭିନ୍ନ ଦୋକାନ ବଜାର ସହିତ ପଲିଥିନ ବିକୁଥିବା ଦୋକାନରେ ଚଢ଼ାଉ କରାଯାଇଥିଲା। ୪୦ରୁ ୭୦ କେଜି ପର୍ଯ୍ୟନ୍ତ ପଲିଥିନ ଓ ଥର୍ମକଲ ଆଦି ଜବତ ସହ ଜରିମାନା ଆଦାୟ କରାଯାଇ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନର ପଲିଥିନ ବ୍ୟବହାର ଲାଗି ପରାମର୍ଶ ଦିଆଯାଇଥିଲା। ମାତ୍ର ଏବେ ସହରରେ ପୁଣି ପୂର୍ବ ଅବସ୍ଥା। ବହୁଳ ମାତ୍ରାରେ ପଲିଥିନ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ମାତ୍ର ୩ରୁ ୪ ଥର ଚଢ଼ାଉ କରି ସହରକୁ ପ୍ଲାଷ୍ଟିକମୁକ୍ତ କରିବାର ଡିଣ୍ଡିମ ପିଟୁଥିବା ଏହି ଏନଏସିରେ ବର୍ତ୍ତମାନ ପ୍ଲାଷ୍ଟିକ ଯୋଗୁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ କୁହାଯାଉଛି। ଦୈନଦିନ ଡଷ୍ଟବିନରେ ଶହ ଶହ ପଲିଥିନ ଓ ଥର୍ମକଲ ପଡ଼ିରହୁଥିବା ବେଳେ ପ୍ରାଣୀଙ୍କ ଆହାର ପାଲଟୁଛି। ଯାହାକି ପ୍ରାଣୀ ସମ୍ପଦକୁ ବିପଦ ମୁଖକୁ ଟାଣି ନେଉଛି। ଏପରିକି ଛୋଟରୁ ବଡ଼ ଦୋକାନ ପଲିଥିନ ମାଧ୍ୟମରେ ଖାଦ୍ୟ ପାର୍ଶଲ ଆକାରରେ ଦେଉଛନ୍ତି। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଗୌରହରି ବେହେରାଙ୍କୁ ପଚାରିବାରୁ କହିଛନ୍ତି, ନିକଟ ଭବିଷ୍ୟତରେ ଏନେଇ ଚଢ଼ାଉ କରାଯିବାର ଯୋଜନା ରହିଛି। ଖୁବ୍‌ଶିଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ପୂର୍ବକ ପଲିଥିନ ଉପରେ ରୋକ୍‌ ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri