କେନ୍ଦୁଝର

ଟୋଲଗେଟ୍‌ ଫାଟକ ଭାଙ୍ଗି ଚାଲିଗଲା ଗୋରୁ ବୋଝେଇ ପିକ୍‌ଅପ୍‌

ପାଟଣା,୧୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ନିକଟରେ ଥିବା ଟୋଲଗେଟ୍‌ର ଫାଟକ ଭାଙ୍ଗି ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକଖ୍‌ଅପ ଭ୍ୟାନ ଫେରାର ହୋଇଯାଇଛି । ପିକ୍‌ଅପରେ ଗୋରୁ ଚାଲାଣ ହେଉଥିବା ବେଳେ…

ବଦଳୁଛନ୍ତି ଅଧିକାରୀ, ବଦଳୁନି ସୂଚନା ଫଳକ

ଆନନ୍ଦପୁର,୧୫।୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦର କାର୍ଯ୍ୟ ଧାରାକୁ ଦେଖିଲେ ଏହାର ଶାସନ ବ୍ୟବସ୍ଥାର ସ୍ବଚ୍ଛତା ସ୍ପଷ୍ଟ ହୁଏ। ସାଧାରଣରୁ ଅତି ସାଧାରଣ ଘଟଣାକୁ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ନଜରକୁ ଆସୁଥିଲେ ବି ଏଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ ପାଲଟିଛି।…

ଡେପୁଟେଶନରେ ଗଲେ ମାଡ଼ ଖାଇଥିବା ଶିକ୍ଷୟିତ୍ରୀ-ଶିକ୍ଷକ

କେନ୍ଦୁଝର,୧୪ା୫(ସ୍ବ.ପ୍ର.): ସାହାରପଡ଼ା ବ୍ଲକ ଅନ୍ତର୍ଗତ ବିଲା ରାମଚନ୍ଦ୍ରପୁର ସରକାରୀ ହାଇସ୍କୁଲର ମାଟ୍ରିକ ପରୀକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ର ଅଧୀକ୍ଷକ ଏବଂ ଡେପୁଟି କେନ୍ଦ୍ର ଅଧୀକ୍ଷକଙ୍କୁ ଜଣେ ଅଭିଭାବକଙ୍କ ସମେତ ଅନ୍ୟମାନେ ୭ ତାରିଖରେ ପରୀକ୍ଷା ସରିବା ପରେ କେନ୍ଦ୍ର ବାହାରେ କାହିଁକି…

ଶ୍ରୀମେଟାଲିକ୍ସ ପ୍ଲାଣ୍ଟରେ ଦୁର୍ଘଟଣା: ଶ୍ରମିକଙ୍କ ଜୀବନ ଗଲା

ବଡ଼ବିଲ,୧୪ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ଶ୍ରୀମେଟାଲିକ୍ସ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ କାର୍ଯ୍ୟରତ ପ୍ରୋସେସିଂ ଅପରେଟର ବାଙ୍କା ଆପଟ। ମୃତକଙ୍କ ଘର ରୁଗୁଡି ବସ୍ତିରେ ବୋଲି ଜଣାପଡ଼ିଛି। ଶନିବାର ଅପରାହ୍ନରେ…

ଘରୁ ଯାଇ ଫେରିଲେନି ବ୍ୟକ୍ତି, ପୋଖରୀରୁ ମିଳିଲା ମୃତଦେହ

ପାଟଣା ୧୪।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ମହିଷା ମୁଣ୍ଡି ଗ୍ରାମର ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଶୁକ୍ରବାର ବିଳମ୍ବିତ ରାତିରେ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଲୋମ୍ବଦର ନାଏକ। ଏ ନେଇ ତୁରୁମୁଙ୍ଗା ଥାନାରେ…

ନାବାଳିକାଙ୍କୁ କାମ ଦେବାକୁ କହି ୬୦ ହଜାରରେ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୧୪ା୫: କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ କରୁଣ କାହାଣୀ ଶୁକ୍ରବାର ଲୋକଲୋଚନକୁ ଆସିଛି। ଜଣେ ବ୍ୟକ୍ତି ନାବାଳିକାଙ୍କୁ କାମ ଦେବାକୁ ପ୍ରତିଶ୍ରୁତି ଦେଇ ମା’ବାପାଙ୍କ ପାଖରୁ ତାଙ୍କୁ ନେଇ ଯାଇଥିଲେ। କାମ କରି ଦୁଇ…

ପାଣି ପାଇଁ ରାଜପଥରେ ମହିଳା

ପାଟଣା,୧୩।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ମଲ୍ଲୀପଶି ଛକରେ ପାଣି ସମସ୍ୟାକୁ ନେଇ ଶୁକ୍ରବାର ମହିଳାମାନେ ରାଜପଥ ଅବରୋଧ କରିଛନ୍ତି। ସେମାନେ ରାସ୍ତା ଉପରେ ଗରା ବାଲ୍‌ଟି, ରଖି ମହିଳା ପାନୀୟ ଜଳ ଯୋଗାଣ…

ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଛାତରୁ ଗଳିଲା ବର୍ଷାପାଣି

ଆନନ୍ଦପୁର,୧୨।୫(ସ୍ବ.ପ୍ର.): ବାତ୍ୟା ପ୍ରଭାବରେ ବୁଧବାର ସକାଳେ ସାମାନ୍ୟ ବର୍ଷାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଭିତରେ ପାଦବୁଡ଼ା ପାଣି ଦେଖିବାକୁ ମିଳିଥିଲା। ରୋଗୀ ଏବଂ ରୋଗୀ ସହାୟକମାନେ ଯିବାଆସିବା ସମୟରେ ପଡ଼ି ଆହତ ହେବା ଭଳି ଘଟଣା ଘଟିଥିଲା। ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ୫୦…

ନାବାଳିକା ବଳାତ୍କାର ମାମଲା: ଜଣେ କୋର୍ଟ ଚାଲାଣ

କେନ୍ଦୁଝର,୧୧ା୫(ସ୍ବ.ପ୍ର.): ଜଣେ ୧୪ ବର୍ଷର ଜଣେ ନାବାଳିକାକୁ ବଳାତ୍କାର ଅଭିଯୋଗରେ କାଞ୍ଜିପାଣି ଥାନା ପୋଲିସ ବୁଧବାର ୨୨ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ବୋଲି ଥାନା…

ମେଡିକାଲରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ

ଆନନ୍ଦପୁର,୧୧ା୫(ସ୍ବ.ପ୍ର.): ଅସାନି ପ୍ରଭାବରେ ଆନନ୍ଦପୁର ଅଞ୍ଚଳରେ ଅନୁଭୂତ ହୋଇଥିବା ସକାଳର ସାମାନ୍ୟ ବର୍ଷାରେ ଚିକିତ୍ସାଳୟ ମଧ୍ୟରେ ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଫଳରେ ରୋଗୀ ଏବଂ ସୋମାନଙ୍କ ସମ୍ପର୍କୀୟମାନେ ଯିବାଆସିବା ସମୟରେ ପଡ଼ି ଆହତ ହୋଇଛନ୍ତି। ଏଭଳି ଘଟଣା ଆନନ୍ଦପୁର…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀଙ୍କୁ ହତ୍ୟା, ସ୍ବାମୀ ଗିରଫ

କେନ୍ଦୁଝର,୧୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଶିରିଗିଡ଼ା ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଙ୍କ ନାମ ବବିତା ପେଣ୍ଠେଇ (୨୨)।…

ରାସ୍ତାକଡ଼ରେ ବିକୁଥିଲେ କେନ୍ଦୁ: ମାଡ଼ିଗଲା ଟ୍ରକ୍‌,୨ ମୃତ; ୪ ଆହତ

କେନ୍ଦୁଝର,୧୧ା୫(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ନିପୋ ଗ୍ରାମ ନିକଟସ୍ଥ କାଞ୍ଜିପାଣି ଘାଟି ଏନ୍‌ଏଚ୍‌ ୪୯ରେ ସଡ଼କ ଦୁର୍ଘଟଣାରେ ଜଣେ କେନ୍ଦୁ ବିକାଳିଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri