ଚଳନ୍ତା ବାଇକ୍ରେ ନିଆଁ
ଚମ୍ପୁଆ, ୨୩।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ନୂଆଗାଁଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ୍ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଆରୋହୀ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୟୂରଭଞ୍ଜ ଜିଲା ରରୁଆଁ ଅଞ୍ଚଳର ଶ୍ରବଣ କୁମାର ମହାନ୍ତି ଚମ୍ପୁଆ…
ବ୍ଲକ୍ ପାଚେରି ନିର୍ମାଣରେ ଦୁର୍ନୀତିର ଗନ୍ଧ
ତେଲକୋଇ,୨୨ା୧୧(ଡି.ଏନ.ଏ): ରାଜ୍ୟ ସରକାର ‘୫-ଟି’ ଜରିଆରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରୁଛନ୍ତି। କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଯୋଜନା ଏକ ପ୍ରକାର ବିଫଳ ହେଉଛି। ଠିକାଦାରଙ୍କ ସହ ମିଶି ଅନିୟମିତତାକୁ ପ୍ରୋତ୍ସାହିତ କରୁଛନ୍ତି। ଫଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ…
କୁଶେଇ ସେତୁର ବିମ୍ ଖସିଲା
କେନ୍ଦୁଝର/ଆନନ୍ଦପୁର,୨୨ା୧୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବେଲବାହାଳି ନିକଟସ୍ଥ କୁଶେଇ ନଦୀ ଉପରେ ନିର୍ମାଣାଧୀନ ଦ୍ୱିତୀୟ ସେତୁର ବିମ୍ ଖସି ପଡ଼ିଛି। ଦୁର୍ଘଟଣାରେ ୩ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁରର ସନାକର ଦାସ,…
ଧାନ ଫସଲ ନଷ୍ଟକଲେ ହାତୀପଲ
ପାଟଣା,୨୧ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୪ ଟିକିଆ ହାତୀପଲ ଶନିବାର ରାତିରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ବନବିର ନିକଟରେ ବୈତରଣୀ ନଦୀ ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି।…
ବାର୍ହା ଆକ୍ରମଣରେ ଜଣେ ଗୁରୁତର
ପାଟଣା,୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ବିଟ୍ ମାଧପୁର ଗ୍ରାମ ନାଏକ ସାହିର ଜଣେ ବ୍ୟକ୍ତି ରବିବାର ବାରହା ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଉପେନ୍ଦ୍ର ନାଏକ(୫୫)। ଗୁରୁତର ଅବସ୍ତାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…
ସ୍ବଚ୍ଛତା ନାମରେ ଭଲ କଂକ୍ରିଟ୍ ଡଷ୍ଟବିନ୍ ଭାଙ୍ଗିଦେଲେ
କେନ୍ଦୁଝର,୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଗଡ଼ ପୌର ପରିଷଦରେ ଲକ୍ଷାଧିକ ଟଙ୍କା ବ୍ୟୟରେ କିଛି ବର୍ଷ ତଳେ ବିଭିନ୍ନ ଓ୍ବାର୍ଡରେ ନିର୍ମାଣ ହୋଇଥିବା କଂକ୍ରିଟ ଡଷ୍ଟବିନ୍ଗୁଡ଼ିକୁ ପୌର ପ୍ରଶାସନ ଭାଙ୍ଗିଦେଇଛି। ସ୍ବଚ୍ଛତା ନାମରେ ଜେସିବି ଲଗାଇ ଧ୍ୱସ୍ତ କରିଦିଆଯାଇଛି। ପୂର୍ବରୁ ମଧ୍ୟ ପ୍ଲାଷ୍ଟିକ୍ ଓ…
ବାଙ୍ଗିରିପୋଷି ରେଳଷ୍ଟେଶନ ପରିଦର୍ଶନ କଲେ ଖଡଗପୁର ଡିଆରଏମ୍
ବାଙ୍ଗିରିପୋଷି, ୨୦।୧୧(ଡି.ଏନ.ଏ.): ଡିଭିଜନାଲ ରେଲୱେ ମ୍ୟାନେଜର, ଖଡଗପୁର ଡିଭିଜନ ଏମ.ଡି. ସରତ ହସିମ୍ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ଶନିବାର ବାଙ୍ଗିରିପୋଷି ରେଳ ଷ୍ଟେଶନରେ ପହଞ୍ଚିଥିଲେ। ତାଙ୍କ ସହିତ ରେଳ ବିଭାଗର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀମାନେ ପରିଦର୍ଶନରେ ଆସି ରେଳଷ୍ଟେଶନ ପ୍ଲାଟଫର୍ମ,…
ଆର୍ଥିକ ଅଭିବୃଦ୍ଧି ଆଶା ଉଜ୍ଜୀବିତ
ଯୋଡ଼ା,୨୦।୧୧(ଡି.ଏନ.ଏ): ପୂର୍ବରୁ ଲାଗୁ ହୋଇଥିବା ଲୁହାପଥର ରପ୍ତାନି କର ଯୋଗୁଁ ଦେଶରେ ରପ୍ତାନି କମିଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରପ୍ତାନି କରକୁ ହ୍ରାସ କରିଛନ୍ତି। ଶୁକ୍ରବାର ରାତିରେ କେନ୍ଦ୍ର ସରକାର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।…
ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ
ବଡ଼ବିଲ,୧୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସାନ୍ତବାହାଳ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ହାୟାରପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଜବତ ହୋଇ ଶନିବାର ବ୍ୟବଚ୍ଛେଦ କରାଯାଇଛି। ଏନେଇ ପୋଲିସ କେସ୍ ୨୮୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ…
ଭଙ୍ଗା ଘରେ ଚାଲିଛି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ
ଚମ୍ପୁଆ,୧୯ା୧୧(ଡି.ଏନ.ଏ): ସରକାରୀ ସ୍ତରରେ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସରକାର ୫-ଟି ଯୋଜନାରେ ବିଦ୍ୟାଳୟର ଉନ୍ନତି ସାଙ୍ଗକୁ ଛାତ୍ରୀଛାତ୍ରଙ୍କ ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ମାତ୍ର ଚମ୍ପୁଆ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଭଙ୍ଗା ଘରେ ଚାଲିଛି। ସିଲିଂ ଭାଙ୍ଗି ଝୁଲି ରହିଥିବା…
ଭାରିଯାନ ଚଳାଚଳରେ ରୋକ୍
ଆନନ୍ଦପୁର,୧୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ସେତୁ ଉପରେ ଭାରିଯାନ ଚଳାଚଳ ଉପରେ ରୋକ୍ ଲାଗିଛି। ଘଟଗାଁସ୍ଥିତ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସୁପରିଣ୍ଟେଣ୍ଡେଣ୍ଡ ଅଫ ଇଞ୍ଜିନିୟର୍ଙ୍କ ଚିଠି ନଂ. ୬୭୮୦/୧୪ ନଭେମ୍ବର ୨୦୨୨ରେ ଏ ଦିଗରେ ପଦକ୍ଷେପ ଗ୍ରହଣ…
ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ
କେନ୍ଦୁଝର,୧୮ା୧୧(ସ୍ବ.ପ୍ର.): କେନ୍ଦୁଝର ସହରର କୃଷି ବିଭାଗ ପୋଖରୀ ନିକଟ ମାଧପୁରଠାରେ କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କରାଯାଇଛି। ପୋଲିସ ଉପସ୍ଥିତିରେ ଜେସିବି ମେସିନ ସହାୟତାରେ ଉକ୍ତ ସ୍ଥାନଟି ଖାଲି କରାଯାଇଛି। ଉକ୍ତ ସ୍ଥାନରେ ଉଦ୍ୟାନ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ…
Archives


