ବାଙ୍ଗିରିପୋଷି ରେଳଷ୍ଟେଶନ ପରିଦର୍ଶନ କଲେ ଖଡଗପୁର ଡିଆରଏମ୍‌

ବାଙ୍ଗିରିପୋଷି, ୨୦।୧୧(ଡି.ଏନ.ଏ.): ଡିଭିଜନାଲ ରେଲୱେ ମ୍ୟାନେଜର, ଖଡଗପୁର ଡିଭିଜନ ଏମ.ଡି. ସରତ ହସିମ୍‌ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ଶନିବାର ବାଙ୍ଗିରିପୋଷି ରେଳ ଷ୍ଟେଶନରେ ପହଞ୍ଚିଥିଲେ। ତାଙ୍କ ସହିତ ରେଳ ବିଭାଗର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀମାନେ ପରିଦର୍ଶନରେ ଆସି ରେଳଷ୍ଟେଶନ ପ୍ଲାଟଫର୍ମ, ସଂଯୋଗ କରୁଥିବା ରାସ୍ତା, ଜଳଯୋଗାଣ, ଟିକେଟ ବିକ୍ରି, ରେଳ ଷ୍ଟେଶନର ସମସ୍ତ ସମସ୍ୟା ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ରେଳ କ୍ରିୟାନୁଷ୍ଠାନ କମିଟି ବାଙ୍ଗିରିପୋଷି ତରଫରୁ ଏକ ଦାବିପତ୍ର ସମ୍ପାଦକ ଶାନ୍ତନୁ କୁମାର ଦାଶ ପ୍ରଦାନ କରିଥିଲେ। ଦାବିଗୁଡିକ ମଧ୍ୟରୁ ରିଜର୍ଭେସନ କାଉଣ୍ଟର ଖୋଲିବା, ବାଙ୍ଗିରିପୋଷି-ଗୋରୁମହିଷାଣି ରେଳ ଲାଇନ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା, ପୂର୍ଣ୍ଣାଙ୍ଗ ରେଳଷ୍ଟେଶନରେ ପରିଣତ କରିବା, ରୂପ୍‌ସାଠାରୁ ସକାଳୁ ଆସୁଥିବା ରୂପ୍‌ସା-ଭଞ୍ଜପୁର ଡିଏମୟୁ ଟ୍ରେନକୁ ବାଙ୍ଗିରିପୋଷିକୁ ସମ୍ପ୍ରସାରଣ କରିବା, ପୁରୀ-ଭଞ୍ଜପୁର ଟ୍ରେନକୁ ଓ ସାଲିମାର-ଶିମଳିପାଳ ଏକ୍ସପ୍ରେସ ଟ୍ରେନକୁ ବାଙ୍ଗିରିପୋଷି ରେଳଷ୍ଟେଶନକୁ ସମ୍ପ୍ରସାରିତ କରିବା, ଏକ ଜିଆରପି ଆଉଟପୋଷ୍ଟ ବାଙ୍ଗିରିପୋଷିରେ ଖୋଲିବା, ଶକ୍ତିଶାଳୀ ଏକ ଜେନେରେଟର ବସାଇବା, ଟ୍ରେନରେ ପ୍ରତ୍ୟେକ ଦିନ ଟିକେଟ ତନଖି ବନ୍ଦୋବସ୍ତ କରିବା, ମହିଳାମାନଙ୍କ ପାଇଁ ବିଶ୍ରାମ କକ୍ଷ ନିର୍ମାଣ କରିବା, ବିଶୁଦ୍ଧ ଥଣ୍ଡା ପାଣି ଯୋଗାଇବା ଆଦି ଦାବି ଦିଆଯାଇଥିଲା। ସମସ୍ତ ଦାବୀକୁ ଶୀଘ୍ର ବିଚାରକୁ ନିଆଯିବ ବୋଲି ଡିଆରଏମ୍‌ ପ୍ରକାଶ କରିଥିଲେ। ସେହିପରି ବୁଡାମରା ରେଳଷ୍ଟେଶନରେ ସୁପରଫାଷ୍ଟ ଟ୍ରେନ ଅଟକିବା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁ ନ ଥିବା ବେଳେ ଏକ ପ୍ରତିନିଧି ଦଳ ଡିଆରଏମ୍‌କୁ ସାକ୍ଷାତ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri