କେନ୍ଦୁଝର

ଶିକ୍ଷକଙ୍କୁ ୨୦ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୧୨ା୮(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ମାମଲାର ଶୁଣାଣି ହୋଇଛି। ବିଚାରପତି ବିଜୟ କୁମାର ମିଶ୍ର ମାମଲାର ଶୁଣାଣି କରି ଜଣେ ଶିକ୍ଷକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

ଟ୍ରକ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌

ଯୋଡ଼ା,୧୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନସ୍ଥ ତଥା ବାମେବାରି ଥାନା ଅନ୍ତର୍ଗତ ସିରାଜୁଦ୍ଦିନ ଖଣି ନିକଟ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଟ୍ରକ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି।…

ଶହୀଦ ସୁଶାନ୍ତଙ୍କୁ ହରାଇ କାନ୍ଦୁଛି ଆନନ୍ଦପୁର: ସ୍ବାମୀଙ୍କ ପରେ ବର୍ଷକ ମଧ୍ୟରେ ତିନି ପୁଅଙ୍କୁ ହରାଇଲା ମା’

ଆନନ୍ଦପୁର,୧୧।୮(ସନ୍ତୋଷ ରାଉତ): କଥାରେ ଅଛି ଦୁଃଖ ଯେତେ ବେଳେ ଆସେ ସାଙ୍ଗ ସାଥିଙ୍କୁ ନେଇ ଆସେ। ଉକ୍ତ ଲୋକକଥାଟି ଏକ ପ୍ରକାର ପ୍ରମାଣିତ ହୋଇଛି ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମିରେ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର…

ଶିକ୍ଷକ ଆନ୍ଦୋଳନ : ଦାବି ପୁରଣ ନ ହେଲେ ଆସନ୍ତା ୧୬ରୁ ସମୁହ ଛୁଟି ଚେତାବନୀ

କେନ୍ଦୁଝର,୧୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର କେନ୍ଦୁଝରଠାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶିକ୍ଷକମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ ଆଗରେ ଏକଜୁଟ ହୋଇ ବିକ୍ଷୋଭ ସଭାରେ ନିଜର…

‘ହର ଘର ତ୍ରିରଙ୍ଗା’

କେନ୍ଦୁଝର,୧୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ୭୬ତମ ସ୍ବଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ନୂଆଦିଲ୍ଲୀ ସ୍ଥିତ ଡାକ ନିର୍ଦ୍ଦେଶାଳୟ…

କୌଳିକ ବୃତ୍ତି ହରାଇବେ ୪୦୦ ବୁଣାକାର ପରିବାର

ଆନନ୍ଦପୁର,୧୧।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲାର ଏକମାତ୍ର ଗ୍ରାମ ଆନନ୍ଦପୁର ପୌର ପରିଷଦ ଫକୀରପୁରରେ ଆଜକୁ ୪ ଶହ ବର୍ଷ ଧରି ଟସର ଶିଳ୍ପ ଚାଲି ଆସୁଛି। ଗ୍ରାମରେ ୪୦୦ ବୁଣାକାର ପରିବାର ଟସର କୋଷାରୁ ସୂତା ଉପତ୍ାଦନ କରିବା, ହସ୍ତତନ୍ତରେ ବଜାରର…

ତିନି ଶିଶୁଙ୍କୁ ମନ୍ଦିର ଆଗରେ ଛାଡ଼ି ପଳାଇଲେ

ବଡ଼ବିଲ,୧୧ା୮(ଦେବପ୍ରିୟ ରଣା):ସନ୍ତାନଟିଏ ପାଇବାକୁ ମା’ବାପା ବ୍ରତ ଉପବାସ, ମାନସିକ କରିବା ସହ ମନ୍ଦିର ସମ୍ମୁଖରେ ଅଧିଆ ପଡୁଛନ୍ତି। ହେଲେ ଏମିତି ବି ମା’-ବାପା ଅଛନ୍ତି ଯେଉଁମାନେ ନିଜ ପିଲାଙ୍କୁ ଅନାଥ କରିବାକୁ ପଛାଉନାହାନ୍ତି। ଏଭଳି ଏକ ଦୁଃଖଦ ଘଟଣା କେନ୍ଦୁଝର ଜିଲା…

୫-ଟି ଆଇଟି ଉପଦେଷ୍ଟାଙ୍କ ସ୍କୁଲ ଓ ମୋ’ ସେବା କେନ୍ଦ୍ର ପରିଦର୍ଶନ

ପାଟଣା,୧୦ା୮(ବୀରକିଶୋର ଦାଶ): ଓଡ଼ିଶା ସରକାର ଆଇଟି ଡିପାର୍ଟମେଣ୍ଟର ଉପଦେଷ୍ଟା ଅନୁଭବ ପଟ୍ଟନାୟକ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକର ବିଭିନ୍ନ ୫ -ଟି ହାଇସ୍କୁଲ ସହ ମୋ ସେବାକେନ୍ଦ୍ର ପରିଦର୍ଶନ କରିଛନ୍ତି। ପାଟଣା ବ୍ଲକ ମୁଖ୍ୟାଳୟ ଗୋପୀନାଥ ନାରାୟଣ ସରକାରୀ…

ଓଡ଼ିଶା ମିଡ୍‌ ଡେ ମିଲ୍‌ ଓ୍ବାର୍କର୍ସ ୟୁନିୟନର ବିକ୍ଷୋଭ

କେନ୍ଦୁଝର,୧୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମିଡ୍‌ ଡେ ମିଲ୍‌ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଆଠ ଦଫା ଦାବିରେ ଏକ ରାଲି ଓ ବିକ୍ଷୋଭ ଜିଲା ମୁଖ୍ୟାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳର ପାଚକ/ପାଚିକା ସାମିଲ ଥିଲେ। ଏହି…

ବିଭିନ୍ନ ଦାବି ନେଇ ରାଲିରେ ସାମିଲ ହେଲେ ଶତାଧିକ ଶିକ୍ଷକ

କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଓଷ୍ଟା ପକ୍ଷରୁ ଏକ ରାଲି କରଯାଇଛି। ଥାନା ଛକ ନିକଟସ୍ଥ ଶିକ୍ଷକ ଭବନରୁ ଏହି ରାଲି ବାହାରି ଜେଲ୍‌ ରୋଡ୍‌ସ୍ଥିତ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ଜିଲା ସମ୍ପାଦକ ପ୍ରଶାନ୍ତ…

ଆଦିବାସୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବିପତ୍ର

କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ଆଦିବାସୀ ଦିବସ ଅବସରରେ କେନ୍ଦୁଝର ଆଦିବାସୀ ମିଳିତ କ୍ରିୟାନୁଷ୍ଠାନ କମିଟି ଅଧୀନରେ ୧୫ଟି ଆଦିବାସୀ ସଂପ୍ରଦାୟର ମୁଖିଆ ତଥା ପୂର୍ବତନ ଏବଂ ବର୍ତ୍ତମାନର ବିଭିନ୍ନ ଲୋକ ପ୍ରତିନିଧିଙ୍କ ସହ ବହୁ ସଂଖ୍ୟାରେ ଆଦିବାସୀ ଏକ ଶୋଭାଯାତ୍ରାରେ…

ନାବାଳିକା ଗର୍ଭବତୀଙ୍କୁ ଉଦ୍ଧାର କଲା ଶିଶୁ ମଙ୍ଗଳ କମିଟି

କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଶିଶୁ ମଙ୍ଗଳ କମିଟି ବୁଧବାର ଜଣେ ନାବାଳିକା ଗର୍ଭବତୀଙ୍କୁ ଉଦ୍ଧାର କରି ଓପନ ସେଣ୍ଟରରେ ରଖିଛି। ସଦର ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଗର୍ଭବତୀ କରିବା ପରେ ନାବାଳିକାଙ୍କ ବାପା ତାଙ୍କ ଝିଅକୁ ସଂପୃକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?