ଶହୀଦ ସୁଶାନ୍ତଙ୍କୁ ହରାଇ କାନ୍ଦୁଛି ଆନନ୍ଦପୁର: ସ୍ବାମୀଙ୍କ ପରେ ବର୍ଷକ ମଧ୍ୟରେ ତିନି ପୁଅଙ୍କୁ ହରାଇଲା ମା’

ଆନନ୍ଦପୁର,୧୧।୮(ସନ୍ତୋଷ ରାଉତ): କଥାରେ ଅଛି ଦୁଃଖ ଯେତେ ବେଳେ ଆସେ ସାଙ୍ଗ ସାଥିଙ୍କୁ ନେଇ ଆସେ। ଉକ୍ତ ଲୋକକଥାଟି ଏକ ପ୍ରକାର ପ୍ରମାଣିତ ହୋଇଛି ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମିରେ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପରିବାର କ୍ଷେତ୍ରରେ। ପୂର୍ବରୁ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ଷକ ମଧ୍ୟରେ ୩ ଭାଇ ମଧ୍ୟ ମୁତ୍ୟୁବରଣ କରିଛନ୍ତି। ତାଙ୍କ ମା’ ଦୁଃଖରେ ଭାଙ୍ଗିପଡ଼ି ରୋଗାଗ୍ରସ୍ତ ହୋଇପଡ଼ିଥିବା ବେଳେ ପୁଣି ଏକ ପୁଅର ମୃତ୍ୟୁ ତାଙ୍କୁ ଅଥୟ କରିଛି। ତାଙ୍କ ମୃତ୍ୟୁକୁ ନେଇ ଜନ୍ମମାଟି ପୌରାଞ୍ଚର ୪ନଂ. ଓ୍ବାର୍ଡ ଝୁରୁଥିବା ବେଳେ ଆତ୍ମୀୟଙ୍କ କାନ୍ଦବୋବାଳିଲେ ଅଞ୍ଚଳ ଫାଟି ପଡ଼ୁଛି।
ସୂଚନା ଅନୁଯାୟୀ, ୨୦୦୫ରେ ଆନନ୍ଦପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟରୁ ଶୁସାନ୍ତ ମାଟ୍ରିକ୍‌ ଶେଷ କରିଥିଲେ। ଆନନ୍ଦପୁର ମହାବିଦ୍ୟାଳୟରେ ସ୍ନାତକ ପଢୁଥିବାବେଳେ ୨୦୧୧ରେ ସିଆରପିଏଫରେ ଭର୍ତ୍ତି ହୋଇଥିଲେ। ୨୦୨୩ ଜୁନ୍‌ ୨ରେ ବିବାହ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ପୁର୍ଣ୍ଣିମା ପୃଷ୍ଟି ତେଲକୋଇ ଡାକ୍ତରଖାନାରେ ଏଏନ୍‌ଏମ ଭାବେ କାର୍ଯ୍ୟରତ ଅଛନ୍ତି। ସୁଶାନ୍ତଙ୍କ ବାପା ଆତୁଳ ଚରଣ ଖୁଣ୍ଟିଆଙ୍କ ୨୦୨୦ କରୋନା ସମୟରେ ମୃତ୍ୟୁ ହୋଇଥିବା ବେଳେ ମଝିଆ ଭାଇ ପ୍ରଶାନ୍ତଙ୍କ ୨୦୨୨ ଏପ୍ରିଲ ୨୪ରେ ବିୟୋଗ ଘଟିଥିଲା। ବଡ଼ ଭାଇ ସନ୍ତୋଷ କ୍ୟାନସରରେ ୨୦୨୩ ଜାନୁୟାରୀ ୨୮ରେ ବିୟୋଗ ଘଟିଛି। ମାଆ ସୁନ୍ଦରୀ ପରିବାର ଦୁଃଖରେ ଭାଙ୍ଗିପଡ଼ି ରୋଗାଗ୍ରସ୍ତ ହୋଇ ଭୁବନେଶ୍ୱରରେ ଝିଅ ଘରେ ରହି ଚିକିତ୍ସିତ ହେଉଛନ୍ତି। ପରିବାରରେ ମା’ ସୁନ୍ଦରୀ, ବଡ଼ ଭାଉଜ ଏବଂ ତାଙ୍କ ଝୋଟ ପୁଅ ରହୁଥିବା ବେଳେ ଘର ମୂରବି ଶୂନ୍ୟ ହୋଇପଡ଼ିଛି। ନିଜ ବାସଭବନରେ ପୁଅମାନଙ୍କ ମୃତ୍ୟୁ ଘଟଣାକୁ ନେଇ ବାସସ୍ଥାନରେ ବାସ୍ତୁ ଦୋଷ ରହିଥିବା ଅନୁମାନ କରି ପରିବାର ଏବେ ୬ ନଂ. ଓ୍ବାର୍ଡରେ ଭଡ଼ା ଘରେ ରହିଆସୁଛନ୍ତି।
ପ୍ରକାଶଯୋଗ୍ୟ, ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି ଅଞ୍ଚଳରେ ଶୁକ୍ରବାର ସିଆରପିଏଫ ୬୦ ବାଟାଲିୟନର ଯବାନମାନେ କମ୍ବିଂ ସାରି ଫେରୁଥିବା ବେଳେ ମାଓବାଦୀ ଆକ୍ରମଣ କରିଥିଲେ। ମାଓବାଦୀଙ୍କ ଗୁଳିମାଡ଼ରେ ସୁଶାନ୍ତ ଶହୀଦ ହୋଇଥିଲେ। ଗୁଳି ସୁଶାନ୍ତଙ୍କ ଛାତିରେ ବାଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?