କେନ୍ଦୁଝର

କାଳବୈଶାଖୀ ପ୍ରଭାବରେ କୁଆ ପଥର ମାଡ଼

ପାଟଣା,୨୬।୫(ସ୍ବ.ପ୍ର): କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ଘଡ଼ଘଡି ସହ ବର୍ଷା ହୋଇ ବିଭିନ୍ନ ସ୍ଥାନରେ କୁଆ ପଥର ମାଡ଼ ହୋଇଛି। ଏପରିକି ଜିଲାର ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ…

କାମରେ ଲାଗୁନି ୮ ଗୋଷ୍ଠୀ ଶୌଚାଳୟ

ଚମ୍ପୁଆ,୨୬ା୫(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳରେ ଅନେକ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ୱାର୍ଡରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶୌଚାଳୟ କାମରେ ଲାଗୁନହିଁ। ଅନେକ ଶୌଚାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ଆଗରେ ଗଛଲତା ଉଠିଗଲାଣି। ଆବଶ୍ୟକ ଭିତ୍ତିଭୂମିକୁ ଦୃଷ୍ଟି…

ହାତୀ ଆକ୍ରମଣରେ ୱାର୍ଡ ମେମ୍ବର ମୃତ

କେନ୍ଦୁଝର,୨୫।୫: ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ବନବିହାରିପୁର ନୂଆଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ୱାର୍ଡ ମେମ୍ବରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଦୁତୀୟା ନାୟକଙ୍କ ସ୍ତ୍ରୀ ଦ୍ରୌପଦୀ ନାୟକ ବୋଲି ଜଣାପଡ଼ିଛି। ସେ ଆକୁଳ ପଞ୍ଚାୟତ ୧୦ ନଂ…

ଶୁଣ୍ଢରେ ଟେକି କଚାଡ଼ି ଦେଲା ଦନ୍ତା

ଆନନ୍ଦପୁର,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଙ୍ଗଲରେ ଖାଦ୍ୟ ଅଭାବ ଜନିତ ସମସ୍ୟାକୁ ନେଇ ବନ୍ୟଜନ୍ତୁ ଏବେ ଗାଁମୁହାଁ ହେବା ଚିନ୍ତାର ବିଷୟ ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ହାତୀ…

କାଳବୈଶାଖୀ ତାଣ୍ଡବ: ଉଡିଗଲା ଛପର, ଗଛ ପଡି ଭାଙ୍ଗିଲା ଘର

ପାଟଣା,୨୫।୫(ସ୍ବ.ପ୍ର ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ହୋଇଛି। ଏହା ଯୋଗୁ କଇଣ୍ଡା ଗ୍ରାମରେ ବୁଧବାର ରାତ୍ରି ୧୨ରୁ ଉର୍ଦ୍ଧ ଘରର ଆଜବେଷ୍ଟସ ଓ ଛପର ଘରର ଛପର…

ମିଳୁନି ପୋଲିଓ ଟିକା, କାମ କରୁନି ଲିଫ୍ଟ

ଚମ୍ପୁଆ,୨୪।୫(ଡି.ଏନ୍‌.ଏ.):କେନ୍ଦୁଝର ଜିଲା ଉପାନ୍ତ ଅଞ୍ଚଳ ଚମ୍ପୁଆ ସଦର ମହକୁମାରେ ଥିବା ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ୧୯୧୦ରେ ପ୍ରତିଷ୍ଠା ହୋଇଥିବା ଏହି ଚିକିତ୍ସାଳୟର ଗରିମା ଦିନକୁ ଦିନ କମିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳ ସମେତ ଝାଡ଼ଖଣ୍ଡ ଓ ମୟୂରଭଞ୍ଜର ରୋଗୀମାନଙ୍କୁ ସ୍ବାସ୍ଥ୍ୟ…

କଇଁଛ ଦିବସ ପାଳିବାକୁ ବନ ବିଭାଗ ଭୁଲିଗଲା

ରାଜନଗର, ୨୪।୫(ଡି.ଏନ.ଏ.): ଅଲିଭ୍‌ରିଡେଲ କଇଁଛଙ୍କ ଅନ୍ତୁଡିଶାଳ ପାଇଁ କେନ୍ଦ୍ରାପଡ଼ା ଜିଲା ଗହୀରମଥା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ୧୯୭୫ ମସିହା ପରଠାରୁ ଅଲିଭ୍‌ରିଡେଲ କଇଁଛଙ୍କ ରହସ୍ୟମୟ ଜୀବନଶୈଳୀ ବଙ୍ଗୋପସାଗର ନାସୀ-୨ ସମେତ ସାତଭାୟା, ଅଗରନାସୀ ବେଳାଭୂମିରେ ସମୂହ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆନନ୍ଦପୁର,୨୩।୫(ସ୍ବ.ପ୍ର.): ଆନନ୍ଦପୁର ଫକୀରମୋହନ ବସଷ୍ଟାଣ୍ଡ ରିଙ୍ଗରୋଡ ପାର୍ଶ୍ୱ ହାଣ୍ଡିଆ ହାଟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳେ ଯୁବକଙ୍କ ଝୁଲନ୍ତା ମୃତଦେହ ଗଛରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ମୃତକଙ୍କ ପକେଟ୍‌ରୁ ମିଳିଥିବା…

ଜାତୀୟ ରାଜପଥରେ ହୁତୁ ହୁତୁ ହୋଇ ଜଳିଲା କାର୍‌

କେନ୍ଦୁଝର,୨୩।୫ (ସ୍ବ.ପ୍ର): କାଞ୍ଜିିପାଣି ଥାନା ନିକଟରେ ଏନ୍‌ଏଚ୍‌ ୪୯ରେ ହଠାତ୍‌ ଏକ କାର୍‌ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିଲେ ମଧ୍ୟ କାର୍‌ରେ ଥିବା ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘାଟି ରାସ୍ତା ପୂର୍ବରୁ କାର୍‌ରୁ ଧୂଆଁ ବାହାରୁଥିବା ଦେଖି ସେମାନେ…

ମୋଦିଙ୍କ ୯ବର୍ଷ କାର୍ଯ୍ୟକାଳ ପୂର୍ତ୍ତିରେ ମହାସମ୍ପର୍କ ଅଭିଯାନ ଆରମ୍ଭ କରିବ ଭାଜପା

କେନ୍ଦୁଝର,୨୩।୫(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ନବମ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଆଜି ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଜିଲା ଭାଜପା କାର୍ଯ୍ୟାଳୟରେ “ବିଶେଷ ଜିଲା କାର୍ଯ୍ୟକାରିଣୀ ବୈଠକ” ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି…

ମଇଳାପାଣି ପିଉଛନ୍ତି ସହରବାସୀ 

କେନ୍ଦୁଝର,୨୩ା୫ (ସ୍ବ.ପ୍ର.): ଲୋକଙ୍କୁ ପାଇପ ଦ୍ୱାରା ସ୍ବଚ୍ଛ ଓ ବିଶୁଦ୍ଧଜଳ ଯୋଗାଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ନିମ୍ନମାନର ପାଇପ ବିଛା କାମ ହେଉଥିବାରୁ ଏବଂ ଉପଯୁକ୍ତ ତଦାରଖ ଅଭାବରୁ କେନ୍ଦୁଝର ସହରରେ ବିଭିନ୍ନ ସ୍ଥାନରେ ପାଇପ ଫାଟି ପାଣିି…

ଅନୁମତି ନ ନେଇ ପରିବାର ନିୟୋଜନ ଅସ୍ତ୍ରୋପଚାର

କେନ୍ଦୁଝର,୨୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳାଙ୍କ ବିନା ଅନୁମତିରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଛି। ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମହିଳାଙ୍କ ସ୍ବାମୀ ଏ ନେଇ ଟାଉନ ଥାନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri