କେନ୍ଦୁଝର

ଜିଏନ୍‌ଏମ୍‌ ପ୍ରଶ୍ନପତ୍ର ଲିକ୍‌: ବନ୍ଦ ହେଲା ପରୀକ୍ଷା

ହାଟଡିହୀ,୧୭।୧୨(ଶୁଭକାନ୍ତ ନାୟକ): ରାଜ୍ୟରେ ଓଡ଼ିଶା ନର୍ସେସ ଆଣ୍ଡ ମିଡ୍‌ୱାଇଭସ୍‌ ଏଗ୍‌ଜାମିନେଶନ ବୋର୍ଡ(ଓଏନ୍‌ଏମ୍‌ଇବି) ପକ୍ଷରୁ ଗତ ୧୧।୧୨।୨୦୨୩ରୁ ପରୀକ୍ଷା ଆରମ୍ଭ ହୋଇ ୧୯।୧୨।୨୦୨୩ରେ ଶେଷ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା l ଏନେଇ ବୋର୍ଡ ପକ୍ଷରୁ ୧୮।୮।୨୦୨୩ ତାରିଖରେ ଏଏନ୍‌ଏମ୍‌ ଏବଂ…

ମଶାଧୂଆଁରେ ଅଣନିଃଶ୍ୱାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ, ଜଣେ ଗୁରୁତର

କେନ୍ଦୁଝର,୧୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମଶାଧୂଆଁରେ ଅଣନିଃଶ୍ବାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବାରିଆ ଥାନା ଅନ୍ତର୍ଗତ ବର୍ଦ୍ଧନା ଗ୍ରାମର ବେଣୁଧର ମାଝିଙ୍କ ପୁଅ ସୁରେନ୍ଦ୍ର (୩୦)। ଗୁରୁତର ହେଲେ ହରିଚନ୍ଦନପୁର ବ୍ଲକ…

ଭାଜପା-ବିଜେଡି ମେଣ୍ଟ ହେଲେ ହାତକୁ ଫାଇଦା

କେନ୍ଦୁଝର,୧୫ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦ୍ରରେ ଭାଜପା ଓ ରାଜ୍ୟରେ ବିଜେଡିର ଶାସନ ଥିବା ବେଳେ କଂଗ୍ରେସ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ପ୍ରୟାସ ଆରମ୍ଭ କରିଛି। କେନ୍ଦୁଝର ଜିଲା କଂଗ୍ରେସ ଅଫିସରେ ଚାଲିଥିବା ଖଟିରେ ସ୍ଥାନୀୟ ନେତା ଓ କର୍ମୀ କୁହାକୁହି ହେଉଛନ୍ତି, ରାଜ୍ୟରେ…

ପ୍ରେମ କରି ଫେରାର ହେଲେ ପ୍ରେମିକ: ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ନାବାଳିକା

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ପ୍ରତାରଣା କରାଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ପ୍ରେମିକ ଫେରାର ଥିବା ବେଳେ ବର୍ତ୍ତମାନ ନାବାଳିକା ଜଣକ ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମଦେଇ ଡାକ୍ତରଖାନାରେ…

ବିଭିନ୍ନ ସମସ୍ୟାର ସମାଧାନ ନେଇ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର,୧୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ବିଭିନ୍ନ ସମସ୍ୟା ସମାଧାନ ନେଇ ସମିତିସଭ୍ୟ ସିଦ୍ଧାନ୍ତ ଶଙ୍କର ସାହୁଙ୍କ ନେତୃତ୍ୱରେ କେନ୍ଦୁଝର ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ବିଶେଷକରି ପଦ୍ମପୁର ଲକ୍ଷ୍ମୀପଡ଼ିଆଠାରୁ ପୁଟୁଳିଆ ଦେଇ ଜଡ଼ିଚାତର ଗ୍ରାମକୁ ରାସ୍ତା ନିର୍ମାଣ,…

ହାଇଓ୍ବା ଧକ୍କାରେ ଭାଙ୍ଗିଗଲା ଯାତ୍ରୀ ବିଶ୍ରାମାଗାର

ପାଟଣା,୧୪ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଖଜୁରିଡିହା ଛକ ପାର୍ଶ୍ୱରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ଗୁରୁବାର ସକାଳୁ ଏକ ଅଜଣା ହାଇଓ୍ବା ଧକ୍କା ଦେବାରୁ ଏହା ଧରାଶାୟୀ ହୋଇଯାଇଛି। ସୂଚନା ଯେ,…

ହାଇୱା ଧକ୍କାରେ ଭାଙ୍ଗିଗଲା ଯାତ୍ରୀ ପ୍ରତୀକ୍ଷାଳୟ

ପାଟଣା,୧୪।୧୨(ବୀର କିଶୋରଦାଶ ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥ ଖଜୁରିଡ଼ିହା ଛକ ପାର୍ଶରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ଏକ ଅଜଣା ହାଇୱା ଧକ୍କାରେ ଚୁରମାର ହୋଇଯାଇଛି। ଗୁରବାର ସକାଳୁ ଘଟିଥିବା ଏହି ଘଟଣାରେ ଯାତ୍ରୀ…

ମାସର ଅଧାଦିନ ତାଲା ଝୁଲୁଛି

ଢେଙ୍କିକୋଟ,୧୪ା୧୨(ନୀଳମଣି ମଣ୍ଡଳ)କେନ୍ଦୁଝର ଜିଲା ଘଟଗାଁ ତହସିଲ ଅନ୍ତର୍ଗତ ଢେଙ୍କିକୋଟ ରାଜସ୍ବ ନିରୀକ୍ଷକ (ଆର୍‌ଆଇ ଅଫିସ)ଙ୍କ କାର୍ଯ୍ୟାଳୟ ଅବ୍ୟବସ୍ଥା ଘେରରେ ଚାଲିଛି। କାର୍ଯ୍ୟାଳୟ ମାସକୁ ଅଧା ଦିନ ବନ୍ଦ ରହୁଥିବାରୁ ଛାତ୍ରୀଛାତ୍ର ସମେତ ବହୁ ଆଦିବାସୀ ଚାଷୀ, ବୃଦ୍ଧାବୃଦ୍ଧ, ଭୂମିହୀନ ଜନସାଧାରଣ ବିଭିନ୍ନ…

୨୦୦ କୁଇଣ୍ଟାଲ ଚାଉଳ ଗାଏବ

ହାଟଡ଼ିହୀ,୧୪l୧୨ (ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଅଧୀନ ୬ ପଞ୍ଚାୟତରେ ଗତ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୩ ମାସର ଚାଉଳ ହିତାଧିକାରୀଙ୍କୁ ଅଦ୍ୟାବଧି ମିଳିନାହିଁ। ହିତାଧିକାରୀଙ୍କ ପାଇଁ ଆସିଥିବା ପ୍ରାୟ ୨୦୦ କୁଇଣ୍ଟାଲ ଚାଉଳ ହେରଫେର ହୋଇଥିବା ଜଣାପଡ଼ିଛି।…

ଧାର୍ଯ୍ୟ ସମୟରେ ସରିବା ନେଇ ଆଶଙ୍କା

କେନ୍ଦୁଝର,୧୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲାର ବହୁ ପ୍ରତୀକ୍ଷିତ କାନପୁର ଜଳସେଚନ ପ୍ରକଳ୍ପ ଚଳିତବର୍ଷ ଡିସେମ୍ବର ସୁଦ୍ଧା ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଅଦ୍ୟାବଧି ୯୦ ପ୍ରତିଶତ କାମ ସରିଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଉଥିଲେ ହେଁ…

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ସାବତ ବାପା

କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୧୬ ବର୍ଷର ନାବାଳିକା ବଳାତ୍କାର ମାମଲାରେ ସାବତ ବାପା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ନାବାଳିକାଙ୍କ ମାନସିକ ଅବସ୍ଥା ଭଲ ନ ଥିବାରୁ ଶିଶୁକେନ୍ଦ୍ରରେ ରଖାଯାଇ କାଉନସେଲିଂ ଚାଲିଛି। ଗିରଫ ସାବତ ବାପାଙ୍କ ନାମ…

ଜୁଆଙ୍ଗ ମୃତ୍ୟୁ ଘଟଣାରେ ଏନ୍‌ଏଚ୍‌ଆର୍‌ସି ମାଗିଲେ ସବିଶେଷ ରିପୋର୍ଟ

କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଜନ୍ତାରୀ ଗ୍ରାମରେ ବହୁ ପୁରାତନ ଜନଜାତିର ୧୧ ଜଣ ଜୁଆଙ୍ଗଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଓଡ଼ିଶା ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ବୁଧବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri