କେନ୍ଦୁଝର

ରାଜ୍ୟସ୍ତରୀୟ ଖୋ-ଖୋ ଏବଂ ଟାଏକୋଣ୍ଡୋରେ ବାଲେଶ୍ୱର ଚାମ୍ପିୟନ

କେନ୍ଦୁଝର, ୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ମାଇନିଂ ରୋଡସ୍ଥିତ ନିର୍ମଳା କନଭେଣ୍ଟ ସ୍କୁଲ ପରିସରରେ ସିଆଇଏସ୍‌ସିଇ ତରଫରୁ ରାଜ୍ୟସ୍ତରୀୟ ଖୋ-ଖୋ ଏବଂ ଟାଏକୋଣ୍ଡୋ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଛି। ୭ ଜୋନ୍‌ର ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ।…

କାଳ ସାଜିଲା ବଜ୍ରପାତ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶନିବାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏପରିକି ବଜ୍ରପାତରେ ୮ଗାଈଗୋରୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା…

କେନ୍ଦୁଝରରେ ପତାକା ଉତ୍ତୋଳନ କଲେ ଜିଲାପାଳ

କେନ୍ଦୁଝର,୧୫ା୮: ଗୁରୁବାର ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମଠାରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲାପାଳ ବିଶାଲ ସିଂହ ଯୋଗ ଦେଇ ସମ୍ମିଳିତ ପରେଡ୍‌କୁ ଉଦ୍‌ବୋଧନ ଦେବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି…

ସ୍ବାଧୀନତା ଦିବସ ସମାରୋହରେ ସମ୍ମାନିତ ହେଲେ ଛାତ୍ର ରାଜେନ୍ଦ୍ର

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ୭୮ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ହାଟଡ଼ିହୀ ବ୍ଲକ ବାଙ୍ଗୋର ଗ୍ରାମର ବାସିନ୍ଦା ତଥା ସିଟିଟିସି ଭୁବନେଶ୍ୱରର ଛାତ୍ର ରାଜେନ୍ଦ୍ର ବିନ୍ଧାଣିଙ୍କୁ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି…

ରାଷ୍ଟ୍ରକୁ ଉନ୍ନତିର ଶିଖରରେ ପହଞ୍ଚାଇବାକୁ ପାଟଣା ବିଧାୟକଙ୍କ ଆହ୍ବାନ

ପାଟଣା,୧୫।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିୟମରେ ଗୁରୁବାର ୭୮ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ପତାକା…

ଶୌଚ ହେବାକୁ ଯାଇଥିବା ସମୟରେ ଆକ୍ରମଣ କଲା ଭାଲୁ: ଦୁଇ ମହିଳା ଗୁରୁତର

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡବିଟ ହାତୀନୁଟା ଗ୍ରାମରେ ଭାଲୁ ଆକ୍ରମଣ ରେ ବୁଧବାର ଭୋରରୁ ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।…

ଭୟରେ ଓଡ଼ିଶାରେ ରହୁଥିବା ବାଂଲାଦେଶୀ, ରାତାରାତି ଛାଡ଼ୁଛନ୍ତି…

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ପାଟଣା(ବୀରକିଶୋର ଦାଶ), ୧୪।୮: ବାଂଲାଦେଶରେ ହିଂସା ଏବଂ ସେଠାରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ଘଟଣା ପରେ କେନ୍ଦୁଝର ଜିଲାରେ ବାହାରୁ ଆସି ବିଭିନ୍ନ କାମ, ବ୍ୟବସାୟ କରୁଥିବା ବଙ୍ଗାଳିଙ୍କ ଉପରେ ଆକ୍ରମଣ ବଢ଼ୁଛି। ଏ ନେଇ…

କଲଭର୍ଟ ତଳୁ ଆସୁଥିଲା ପଚା ଗନ୍ଧ: ସନ୍ଦେହରେ ଭିତରକୁ ଗଲାବେଳକୁ ପଡ଼ିଛି…

ପାଟଣା,୧୩।୮(ବୀର କିଶୋରଦାଶ ):କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନଂ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ କାର୍ଗିଲ ଛକ ନିକଟରେ ଥିବା କଲଭର୍ଟ ତଳୁ ମଙ୍ଗଳବାର ଏକ ଗଳିତ ମୃତଦେହ ଜବତ ହୋଇଛି। ସେ ଜଣେ ପୁରୁଷ ହୋଇଥିବା…

୩ ବର୍ଷରେ ୩୭ ହାତୀଙ୍କ ଜୀବନ ଯାଇଛି

କେନ୍ଦୁଝର,୧୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବଣପାହାଡ଼ ଘେରା କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ଏକଦା ହାତୀପଲ ସୁରକ୍ଷିତ ବୁଲୁଥିଲେ। ଖଣିଖାଦାନ, ଶିଳ୍ପ, ରାସ୍ତାଘାଟ ତଥା ଡ୍ୟାମ୍‌ ଏବଂ ଜଙ୍ଗଲ ଅନୁପ୍ରବେଶ ଓ ଜବରଦଖଲ ଆଦି କାରଣରୁ ଜଙ୍ଗଲ ପଦା ହୋଇଯାଇଥିବାରୁ ହାତୀ ବାସହରା ହୋଇ…

ଥମୁନି ହାତୀ ମୃତ୍ୟୁ: ପୁଣି ଏକ ହାତୀଛୁଆର ମୃତଦେହ ଜବତ

କେନ୍ଦୁଝର,୧୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ହାତୀ ଦିବସରେ ଯେତେବେଳେ ଚାରିଆଡ଼େ ହାତୀ ସୁରକ୍ଷାକୁ ନେଇ ବିତର୍କ ଚାଲିଛି ସେତେବେଳେ କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ୍‌ରେ ଏକ ମାଈହାତୀ ଛୁଆର ମୃତ୍ୟୁ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ…

ମାଫିଆ-ପୋଲିସ ମୁହାଁମୁହିଁ, ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଫିଆ ଆହତ

କେନ୍ଦୁଝର,୧୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ପୋଲିସ ହରିଚନ୍ଦନପୁର ଥାନା ପିଠାଗୋଳା ଓ କାଦୁଆ ଅଞ୍ଚଳରେ ଗୋରୁ ଚୋରାଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ। ତେଲକୋଇ ଥାନା କାଳିଆହତା ଅଞ୍ଚଳରୁ ପାଖାପାଖି ୨୫ ଗୋରୁ ଧରି…

ଚାକିରି କରାଇ ଦେବାକୁ କହି ଶିକ୍ଷୟିତ୍ରୀ ଠକିନେଇଥିଲେ ୫ ଲକ୍ଷ ଟଙ୍କା, ଯିବାକୁ ପଡ଼ିଲା ଜେଲ୍‌

ଘସିପୁରା,୧୦ା୮(ନିରଞ୍ଜନ ସାହୁ): ଚାକିରି କରାଇ ଦେବା ନାଁରେ ଅର୍ଥ ତୋଷରପାତ କରି ଜଣେ ଶିକ୍ଷୟିତ୍ରୀଙ୍କୁ ଶେଷରେ ଜେଲ୍‌ ଯିବାକୁ ପଡ଼ିଛି। ଶିକ୍ଷୟିତ୍ରୀ ଜଣଙ୍କ ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ବେଳେ ଠକାମିର ଶିକାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?