ମିଳନ ପୂର୍ବରୁ ସାର୍କ ପାଇଁ କାଳ ସାଜିଛି ବେଆଇନ ଟ୍ରଲର,ବୋଟ୍
ମହାକାଳପଡ଼ା,୨୯୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ପ୍ରକୃତିର ଅନବଦ୍ୟ ସୃଷ୍ଟି ଓ ସାମୁଦ୍ରିକ ଜୀବଜନ୍ତୁମାନଙ୍କ ପାଇଁ ଭୃସ୍ବର୍ଗ। ବିସ୍ତୀର୍ଣ୍ଣ ଲୁଣା ହେନ୍ତାଳ ଜଙ୍ଗଲ, ଗଭୀର ସମୁଦ୍ରର ନୀଳ ଜଳ ରାଶି ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ଗହୀରମଥାର ଜୈବ ବିବିଧତା…
ମାଛ ଚାଷୀଙ୍କ କବ୍ଜାରେ ଭିତରକନିକା ସଂରକ୍ଷିତ ଜଙ୍ଗଲ
କେନ୍ଦ୍ରାପଡ଼ା,୨୮ା୧(ଜଗନ୍ନାଥ ଧଳ) ପାକୁ ବା ରୂପଚାନ୍ଦି ମାଛ ଖାଇବା ପାଇଁ ସୁସ୍ବାଦୁ। ଏହାର ଶରୀର ମାତ୍ର ଗୋଟିଏ ହାଡରେ ଗଢ଼ା। ତେବେ ପିରାନା ପ୍ରଜାତିର ଏହି ମାଛଙ୍କ ବାସସ୍ଥଳୀ ଅଞ୍ଚଳର ସମଗ୍ର ଜୈବ ବିବିଧତାକୁ ନଷ୍ଟ କରିଥାଏ। ଏହି ମାଛ ଚାଷ…
ମିଳୁନି ଆବାସ: ଭଙ୍ଗା ଚାଳଘରେ ବିତୁଛି ଭାଗୀରଥିଙ୍କ ଦିନ
ଆଳି, ୨୫ା୧(ବନମାଳୀ ସେନାପତି ): କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଶହଶହ ଯୋଜନା କରୁଛନ୍ତି। ତାହା ସମାଜର ଶେଷତମ ଲୋକ ପାଖରେ ପହଞ୍ଚିଲା କି ନାହିଁ ତାହା ଦେଖିବା ଯେଉଁମାନଙ୍କର ଦାୟିତ୍ୱ ସେମାନେ କିନ୍ତୁ ଉଦାସୀନ। ତେଣୁ କେନ୍ଦ୍ରାପଡ଼ା ଜିଲା…
ଜବରଦଖଲ ସମସ୍ୟାରେ କେନ୍ଦ୍ରାପଡ଼ା ସହର
କେନ୍ଦ୍ରାପଡ଼ା,୨୫ା୧ (ଜଗନ୍ନାଥ ଧଳ):ରାଜ୍ୟର ସର୍ବପ୍ରଥମ ପୌରାଞ୍ଚଳ ଘୋଷିତ କେନ୍ଦ୍ରାପଡ଼ା ସହର ଜବରଦଖଲ ସମସ୍ୟାରୁ ନିସ୍ତାର ପାଉନାହିଁ। କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା ଜବରଦଖଲ ସମସ୍ୟାକୁ ଗୁରୁତର କରୁଛି। ୧୮୬୯ରେ ସ୍ଥାପିତ ଏହି ପୌରାଞ୍ଚଳ ଅଧିବାସୀ ସହରକୁ ବିକଶିତ ଦେଖିବା ପାଇଁ ଏବେବି ମାଷ୍ଟର ପ୍ଲାନ…
କେନ୍ଦ୍ରାପଡ଼ା ଜିଲାର ଚାଷୀ ଏବେ ଚାଷ ପ୍ରତି ବିମୁଖ
ପଟ୍ଟାମୁଣ୍ଡାଇ, ୨୫ା୧ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ଚାଷୀ ଏବେ ଚାଷ ପ୍ରତି ବିମୁଖ ହେଉଛନ୍ତି। ଏହି ଅଞ୍ଚଳରେ ୮୦% ଲୋକେ ଚାଷ ଉପରେ ନିର୍ଭର କରିଥା’ନ୍ତି। ମାତ୍ର ଚାଷରୁ ପୂର୍ବଭଳି ଲାଭ ହେଉ ନ ଥିବାରୁ…
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ, ବ୍ରାହ୍ମଣୀରୁ ଉଠୁଛି ବାଲି
ପଟ୍ଟାମୁଣ୍ଡାଇ,୨୩ା୧(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳ ବ୍ରାହ୍ମଣୀ ନଦୀପଠା ବାଲି ଖାଦାନରୁ ବେଧଡ଼କ ବେଆଇନ ଭାବେ ହେଉଛି ବାଲି ଚୋରା ଚାଲାଣ। ପ୍ରଶାସନ ଆଖିରେ ଧୂଳି ଦେଇ ବାଲି ବ୍ୟବସାୟୀ ମାଲାମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ ନଦୀ…
ଲକ୍ଷ୍ୟଠାରୁ ଦୂରରେ ୩ ସାମୁଦ୍ରିକ ଥାନା
କେନ୍ଦ୍ରାପଡ଼ା, ୨୩ା୧ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ୪୮ କିଲୋମିଟର ତଟାଞ୍ଚଳରେ ୩ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ଅନୁପ୍ରବେଶ ରୋକିବା ସହିତ ସ୍ଥାନୀୟ ଅଞ୍ଚଳର ଆଇନଶୃଙ୍ଗଳା ପରିସ୍ଥିତିର ସମୀକ୍ଷା ସହ କାର୍ଯ୍ୟାନୁଷ୍ଠାନ କରିବା ଏହାର ଲକ୍ଷ୍ୟ ଥିଲା। ତେବେ ଥାନା ପ୍ରତିଷ୍ଠାର…
ପ୍ରତିକୂଳ ପାଗ ସତ୍ତ୍ୱେ ବହୁସଂଖ୍ୟାରେ ଦେଖାଦେଲେ ଡଲ୍ଫିନ୍
ରାଜନଗର,୨୨ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୌନ୍ଦର୍ଯ୍ୟଭରା ପ୍ରାକୃତିକ ବିଭବ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ଆମତ୍ବିଭୋର କରିଦେଉଛି। ଏବେ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଳ ମାଳ ଅଲିଭ୍ ରିଡ୍ଲେ କଇଁଛଙ୍କ ପ୍ରଜନନ…
୩୮ ଡାକ୍ତର ବଦଳରେ ୮
ପଟ୍ଟାମୁଣ୍ଡାଇ,୨୧ା୧(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀକୁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଭାଗ ଭାଗ କରି ରାଜନଗର, କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଆସନରେ ମିଶାଇ ଦିଆଯାଇଛି। ଫଳରେ ପଟ୍ଟାମୁଣ୍ଡାଇ ତା’ର ସତ୍ତା ହରାଇ ସବୁକ୍ଷେତ୍ରରେ ଅବହେଳିତ ହୋଇପଡିଥିବା ବେଳେ ସ୍ବାସ୍ଥ୍ୟସେବା…
ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ
କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ)କଟ୍ନୀ ଛଟ୍ନୀ ଓ ଅନ୍ୟ ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ଜିଲା କୃଷକ ସଙ୍ଗଠନ ଗତ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଦେଇଥିଲେ। ଖରିଫ ଧାନର ଅଭାବ ବିକ୍ରି ଠାରୁ ଆରମ୍ଭ କରି ଶସ୍ୟ ସଂରକ୍ଷଣ ସମସ୍ୟା ଉତ୍ଥାପନ କରି ଜିଲାପାଳଙ୍କୁ…
୨ ଛାତ୍ରୀଙ୍କୁ ସ୍କୁଲ ମାଲିକଙ୍କ ବଳାତ୍କାର
ରାଜନଗର, ୨୦ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ଘଡିଆମାଳ ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ୨ ଛାତ୍ରୀଙ୍କୁ ସ୍କୁଲ ମାଲିକ ତଥା ପ୍ରଧାନ ଶିକ୍ଷକ ବଳାତ୍କାର କରିଛନ୍ତି। ୩ ଦିନ ଧରି ଘଟଣାକୁ ଚପେଇ ଦେବା ପାଇଁ ଜଣେ…
ରାଜନଗର ବ୍ଲକ ରାସ୍ତା ଦୁର୍ନୀତି: ଫାଇଲ ଜବତକଲା ଭିଜିଲାନ୍ସ
ରାଜନଗର,୧୯ା୧ (ଭାସ୍କର ରାଉତରାୟ): ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ବଡ଼ପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ସବ୍ଷ୍ଟେଶନ ସ୍କୋୟାର ରୋଡ ଯାଇଛି। ଏହି ରାସ୍ତା ସବ୍ଷ୍ଟେଶନ ନିକଟରେ ତନ୍ତିଆପାଳ-ବଡ଼ପଲ୍ଲୀ ରାସ୍ତାକୁ ସଂଯୋଗ କରିଛି। ଏହି ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁ ଛାତ୍ରୀଛାତ୍ରମାନେ ହଇରାଣ ହେଉଛନ୍ତି।…
Archives


