ମାଛ ଚାଷୀଙ୍କ କବ୍‌ଜାରେ ଭିତରକନିକା ସଂରକ୍ଷିତ ଜଙ୍ଗଲ

କେନ୍ଦ୍ରାପଡ଼ା,୨୮ା୧(ଜଗନ୍ନାଥ ଧଳ) ପାକୁ ବା ରୂପଚାନ୍ଦି ମାଛ ଖାଇବା ପାଇଁ ସୁସ୍ବାଦୁ। ଏହାର ଶରୀର ମାତ୍ର ଗୋଟିଏ ହାଡରେ ଗଢ଼ା। ତେବେ ପିରାନା ପ୍ରଜାତିର ଏହି ମାଛଙ୍କ ବାସସ୍ଥଳୀ ଅଞ୍ଚଳର ସମଗ୍ର ଜୈବ ବିବିଧତାକୁ ନଷ୍ଟ କରିଥାଏ। ଏହି ମାଛ ଚାଷ ବନ୍ଦ ପାଇଁ ନିଉଗୁଏନା ସମେତ ବିଭିନ୍ନ ଦେଶ ଆଇନ ପ୍ରଣୟନ କରିଛନ୍ତି। ନବଜାତକ କୁମ୍ଭୀର ଓ ସାମୁଦ୍ରିକ ଜୀବଙ୍କ ଆହାରକୁ ସଂଘବଦ୍ଧ ଭାବେ ରହୁଥିବା ଏହି ପାକୁ ମାଛ ଅକ୍ଲେଶରେ ଗିଳି ଦେଇପାରେ। ଏପରିକି ଗୋଟିଏ ଗାଈର ଶବକୁ ମାତ୍ର କେତୋଟି ମିନିଟ ମଧ୍ୟରେ ନିଶ୍ଚିହ୍ନ କରି ଦେବାର କ୍ଷମତା ରଖିଛନ୍ତି ବୋଲି ପ୍ରାଣୀ ବିଜ୍ଞାନ ଗବେଷକ ଦେବୀ ପ୍ରସାଦ ସାହୁ ପ୍ରକାଶ କରିଛନ୍ତି। ଆଲୋଚନାର ବିଷୟବସ୍ତୁରେ ଥିବା ଏହି ପିରାନା ପ୍ରଜାତିର ମାଛ ଚାଷ ଏବେ ଜାତୀୟ ଉଦ୍ୟାନ ଭିତରକନିକାରେ ପ୍ରଚୁର ପରିମାଣରେ ଦେଖିବାକୁ ମିଳୁଛି। ଭିତରକନିକା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ନାଳ ଓ ପୋଖରୀରେ ଏହି ମାଛ ଚାଷ ହେଉଛି। ଚିଙ୍ଗୁଡି ଘେରି ଜାତୀୟ ଉଦ୍ୟାନ ପାଇଁ ବିପଦ ସାଜିଥିବା ବେଳେ ପିରାନା ଚାଷ ସମଗ୍ର ଜୈବ ବିବିଧତାକୁ ନଷ୍ଟ କରିବ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏସମ୍ପର୍କରେ ରାଜନଗରର ପରିବେଶବିତ୍‌ ଅଶୋକ କୁମାର ସାମଲ କହିଛନ୍ତି, ଭିତରକନିକାର ପରିବେଶ ସୁରକ୍ଷା ଏବେ ଅଣାୟତ ହୋଇଛି। ଚିଙ୍ଗୁଡି ଘେରୀ ବଢ଼ି ଚାଲିଥିବା ବେଳେ ଗତ ୫ ବର୍ଷ ଧରି ରୂପଚାନ୍ଦି ମାଛ ଚାଷ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ହେଉଛି ା ଜାତୀୟ ଉଦ୍ୟାନର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ନାଳ ଓ ପୋଖରୀରେ ମାଛ ଚାଷ ହେଉଥିବା ଯୋଗୁ ପରିବେଶ ସନ୍ତୁଳନ ହୋଇପାରୁନାହିଁ। ଜାତୀୟ ଉଦ୍ୟାନର ସୁଦୀର୍ଘ ଘଞ୍ଚ ଜଙ୍ଗଲ, ପଶୁପକ୍ଷୀ, ସାମୁଦ୍ରିକ ତଟାଞ୍ଚଳର ପରିବେଶ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏଥିସହିତ ଅଲିଭରିଡଲେଙ୍କ ଅନ୍ତୁଡିଶାଳ, ବଉଳା କୁମ୍ଭୀର, ଡଲଫିନ ଆଦି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଏପରିସ୍ଥଳେ ଚିଙ୍ଗୁଡି ଘେରି ଓ ପିରାନା ପ୍ରଜାତିର ମାଛ ଚାଷ ଫଳରେ ମାଛ ବ୍ୟବସାୟୀଙ୍କ କବଳକୁ ଜଙ୍ଗଲ ଚାଲି ଯାଉଥିବା ସେ କ୍ଷୋଭ ପ୍ରକାଶ କରି କହିଛନ୍ତି। ସାମାଜିକ କର୍ମୀ ପ୍ରତାପ ପାଢ଼ୀ କହିଛନ୍ତି, ଭିତରକନିକାର ସୁରକ୍ଷା ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବିଭିନ୍ନ ସମୟରେ ଜନସ୍ବାର୍ଥ ମାମଲା ରୁଜୁ ହେଉଛି। ଏହାର ପରିଧି ମଧ୍ୟରେ ଥିବା ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦକୁ ଗୁରୁତ୍ୱ ଦିଆଯାଇଛି। ଭିତରକନିକା ପରିବେଶ ସୁରକ୍ଷା ପାଇଁ ହାଇକୋର୍ଟ ପକ୍ଷରୁ ଆମିକସକ୍ୟୁରୀ ମୋହିତ ଅଗ୍ରୱାଲ ନିଯୁକ୍ତ ଅଛନ୍ତି। ଏହାସତ୍ତ୍ୱେ ମାଛ ଘେରି ସଂଖ୍ୟା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଉଛିି। ନିଷିଦ୍ଧାଞ୍ଚଳରେ ମାଛ ଚାଷ ଫଳରେ ଏହାର ବିଷାକ୍ତ ବର୍ଜ୍ୟବସ୍ତୁ ଜଙ୍ଗଲକୁ ଧ୍ୱଂସ କରୁଥିବା ସେ ପ୍ରକାଶ କରିଛନ୍ତି। ପରିବେଶବିତ୍‌ ପ୍ରଭୁପ୍ରସାଦ ମହାପାତ୍ର କହିଛନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଜଙ୍ଗଲଜମି ସ୍ଥାନୀୟ ରାଜନେତାଙ୍କ ଭୋଟବ୍ୟାଙ୍କ ସାଜିଛି। ଅନୁପ୍ରବେଶକାରୀ ଏହି ଜମିକୁ ଜବରଦଖଳ କରି ରହିବା ସହିତ ମାଛ ଚାଷ, ପଶୁପକ୍ଷୀଙ୍କ ଶୀକାର ସହିତ ଗଛ ନଷ୍ଟ କରୁଛନ୍ତି। ଅନୁପ୍ରବେଶକାରୀଙ୍କୁ ରୋକା ନ ଗଲେ ଭିତରକନିକା ଶ୍ରୀହୀନ ହୋଇଯିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏସମ୍ପର୍କରେ ରେଞ୍ଜର ପ୍ରଦୋଷ ମହାରଣା କହିଛନ୍ତି, ଭିତରକନିକାକୁ ଅବାଧ ପ୍ରବେଶ ନିଷେଧ ହୋଇଛି। ଏଠାରେ ଥିବା ଚିଙ୍ଗୁଡି ଘେରିକୁ ଜିଲା ପ୍ରଶାସନ ସହାୟତାରେ ଭଙ୍ଗା ଯାଉଛି। ପିରାନା ଚାଷ ସମ୍ପର୍କରେ ଜାଣି ନ ଥିବା କହିବା ସହ ଏନେଇ ତଦନ୍ତ ହେବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୬।୫: ଟିକେଟ୍‌ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri