ମାଛ ଚାଷୀଙ୍କ କବ୍‌ଜାରେ ଭିତରକନିକା ସଂରକ୍ଷିତ ଜଙ୍ଗଲ

କେନ୍ଦ୍ରାପଡ଼ା,୨୮ା୧(ଜଗନ୍ନାଥ ଧଳ) ପାକୁ ବା ରୂପଚାନ୍ଦି ମାଛ ଖାଇବା ପାଇଁ ସୁସ୍ବାଦୁ। ଏହାର ଶରୀର ମାତ୍ର ଗୋଟିଏ ହାଡରେ ଗଢ଼ା। ତେବେ ପିରାନା ପ୍ରଜାତିର ଏହି ମାଛଙ୍କ ବାସସ୍ଥଳୀ ଅଞ୍ଚଳର ସମଗ୍ର ଜୈବ ବିବିଧତାକୁ ନଷ୍ଟ କରିଥାଏ। ଏହି ମାଛ ଚାଷ ବନ୍ଦ ପାଇଁ ନିଉଗୁଏନା ସମେତ ବିଭିନ୍ନ ଦେଶ ଆଇନ ପ୍ରଣୟନ କରିଛନ୍ତି। ନବଜାତକ କୁମ୍ଭୀର ଓ ସାମୁଦ୍ରିକ ଜୀବଙ୍କ ଆହାରକୁ ସଂଘବଦ୍ଧ ଭାବେ ରହୁଥିବା ଏହି ପାକୁ ମାଛ ଅକ୍ଲେଶରେ ଗିଳି ଦେଇପାରେ। ଏପରିକି ଗୋଟିଏ ଗାଈର ଶବକୁ ମାତ୍ର କେତୋଟି ମିନିଟ ମଧ୍ୟରେ ନିଶ୍ଚିହ୍ନ କରି ଦେବାର କ୍ଷମତା ରଖିଛନ୍ତି ବୋଲି ପ୍ରାଣୀ ବିଜ୍ଞାନ ଗବେଷକ ଦେବୀ ପ୍ରସାଦ ସାହୁ ପ୍ରକାଶ କରିଛନ୍ତି। ଆଲୋଚନାର ବିଷୟବସ୍ତୁରେ ଥିବା ଏହି ପିରାନା ପ୍ରଜାତିର ମାଛ ଚାଷ ଏବେ ଜାତୀୟ ଉଦ୍ୟାନ ଭିତରକନିକାରେ ପ୍ରଚୁର ପରିମାଣରେ ଦେଖିବାକୁ ମିଳୁଛି। ଭିତରକନିକା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ନାଳ ଓ ପୋଖରୀରେ ଏହି ମାଛ ଚାଷ ହେଉଛି। ଚିଙ୍ଗୁଡି ଘେରି ଜାତୀୟ ଉଦ୍ୟାନ ପାଇଁ ବିପଦ ସାଜିଥିବା ବେଳେ ପିରାନା ଚାଷ ସମଗ୍ର ଜୈବ ବିବିଧତାକୁ ନଷ୍ଟ କରିବ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏସମ୍ପର୍କରେ ରାଜନଗରର ପରିବେଶବିତ୍‌ ଅଶୋକ କୁମାର ସାମଲ କହିଛନ୍ତି, ଭିତରକନିକାର ପରିବେଶ ସୁରକ୍ଷା ଏବେ ଅଣାୟତ ହୋଇଛି। ଚିଙ୍ଗୁଡି ଘେରୀ ବଢ଼ି ଚାଲିଥିବା ବେଳେ ଗତ ୫ ବର୍ଷ ଧରି ରୂପଚାନ୍ଦି ମାଛ ଚାଷ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ହେଉଛି ା ଜାତୀୟ ଉଦ୍ୟାନର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ନାଳ ଓ ପୋଖରୀରେ ମାଛ ଚାଷ ହେଉଥିବା ଯୋଗୁ ପରିବେଶ ସନ୍ତୁଳନ ହୋଇପାରୁନାହିଁ। ଜାତୀୟ ଉଦ୍ୟାନର ସୁଦୀର୍ଘ ଘଞ୍ଚ ଜଙ୍ଗଲ, ପଶୁପକ୍ଷୀ, ସାମୁଦ୍ରିକ ତଟାଞ୍ଚଳର ପରିବେଶ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏଥିସହିତ ଅଲିଭରିଡଲେଙ୍କ ଅନ୍ତୁଡିଶାଳ, ବଉଳା କୁମ୍ଭୀର, ଡଲଫିନ ଆଦି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଏପରିସ୍ଥଳେ ଚିଙ୍ଗୁଡି ଘେରି ଓ ପିରାନା ପ୍ରଜାତିର ମାଛ ଚାଷ ଫଳରେ ମାଛ ବ୍ୟବସାୟୀଙ୍କ କବଳକୁ ଜଙ୍ଗଲ ଚାଲି ଯାଉଥିବା ସେ କ୍ଷୋଭ ପ୍ରକାଶ କରି କହିଛନ୍ତି। ସାମାଜିକ କର୍ମୀ ପ୍ରତାପ ପାଢ଼ୀ କହିଛନ୍ତି, ଭିତରକନିକାର ସୁରକ୍ଷା ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବିଭିନ୍ନ ସମୟରେ ଜନସ୍ବାର୍ଥ ମାମଲା ରୁଜୁ ହେଉଛି। ଏହାର ପରିଧି ମଧ୍ୟରେ ଥିବା ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦକୁ ଗୁରୁତ୍ୱ ଦିଆଯାଇଛି। ଭିତରକନିକା ପରିବେଶ ସୁରକ୍ଷା ପାଇଁ ହାଇକୋର୍ଟ ପକ୍ଷରୁ ଆମିକସକ୍ୟୁରୀ ମୋହିତ ଅଗ୍ରୱାଲ ନିଯୁକ୍ତ ଅଛନ୍ତି। ଏହାସତ୍ତ୍ୱେ ମାଛ ଘେରି ସଂଖ୍ୟା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଉଛିି। ନିଷିଦ୍ଧାଞ୍ଚଳରେ ମାଛ ଚାଷ ଫଳରେ ଏହାର ବିଷାକ୍ତ ବର୍ଜ୍ୟବସ୍ତୁ ଜଙ୍ଗଲକୁ ଧ୍ୱଂସ କରୁଥିବା ସେ ପ୍ରକାଶ କରିଛନ୍ତି। ପରିବେଶବିତ୍‌ ପ୍ରଭୁପ୍ରସାଦ ମହାପାତ୍ର କହିଛନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଜଙ୍ଗଲଜମି ସ୍ଥାନୀୟ ରାଜନେତାଙ୍କ ଭୋଟବ୍ୟାଙ୍କ ସାଜିଛି। ଅନୁପ୍ରବେଶକାରୀ ଏହି ଜମିକୁ ଜବରଦଖଳ କରି ରହିବା ସହିତ ମାଛ ଚାଷ, ପଶୁପକ୍ଷୀଙ୍କ ଶୀକାର ସହିତ ଗଛ ନଷ୍ଟ କରୁଛନ୍ତି। ଅନୁପ୍ରବେଶକାରୀଙ୍କୁ ରୋକା ନ ଗଲେ ଭିତରକନିକା ଶ୍ରୀହୀନ ହୋଇଯିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏସମ୍ପର୍କରେ ରେଞ୍ଜର ପ୍ରଦୋଷ ମହାରଣା କହିଛନ୍ତି, ଭିତରକନିକାକୁ ଅବାଧ ପ୍ରବେଶ ନିଷେଧ ହୋଇଛି। ଏଠାରେ ଥିବା ଚିଙ୍ଗୁଡି ଘେରିକୁ ଜିଲା ପ୍ରଶାସନ ସହାୟତାରେ ଭଙ୍ଗା ଯାଉଛି। ପିରାନା ଚାଷ ସମ୍ପର୍କରେ ଜାଣି ନ ଥିବା କହିବା ସହ ଏନେଇ ତଦନ୍ତ ହେବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri